Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଠିକା ଶିକ୍ଷକ ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦେଲେ ଶିକ୍ଷା ବ୍ୟବସ୍ଥା ସୁଦୃଢ ହେବ: ଓଡିଶା ଅଭିଭାବକ ମହାସଂଘ
ଆଜିର ଖବର

ଠିକା ଶିକ୍ଷକ ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦେଲେ ଶିକ୍ଷା ବ୍ୟବସ୍ଥା ସୁଦୃଢ ହେବ: ଓଡିଶା ଅଭିଭାବକ ମହାସଂଘ

August 23, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷା ହେଉଛି ଶିଶୁର ସାମଗ୍ରିକ ବିକାଶର ମୂଳଦୁଆ। ଯେଉଁ ଠାରେ ଗୁଣାତ୍ମକ ଓ ଉନ୍ନତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରହିଛି, ସେହି ଦେଶ ବା ରାଜ୍ୟ ସେତିକି ବିକଶିତ ଓ ଉନ୍ନତ। ଉତ୍ତମ ପ୍ରାଥମିକ ଶିକ୍ଷା ଗ୍ରହଣ କଲେ ପରବର୍ତ୍ତୀ ସମୟରେ ଉଚ୍ଚ ଶିକ୍ଷା, ଧନ୍ଦା ମୂଳକ ବା ଉନ୍ନତ ଜ୍ଞାନ କୌଶଳ ପାଇ ସେହି ଭୂଖଣ୍ଡ ଉନ୍ନ୍ନତ, ଦକ୍ଷ, କୁଶଳୀ ମାନବ ସମ୍ବଳ ପ୍ରାପ୍ତ କରି ସାମଗ୍ରିକ ସ୍ତରରେ ବିକାଶର ଚରମ ସୋପାନରେ ପହଂଚି ପରିବ।

ବର୍ତ୍ତମାନର ଠିକା ଶିକ୍ଷକ ନିଯୁକ୍ତି ଶିକ୍ଷା ବ୍ୟବସ୍ଥାରେ ଘୋର ଅବନତି ର ବାଟ ଫିଟାଇବ ବୋଲି ଓଡ଼ିଶ ଅଭିଭାବକ ମହାସଂଘ ପ୍ରକାଶ କରିଛି। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ପୁଣି ଥରେ ଠିକାରେ ୨୦ ହଜାର ଶିକ୍ଷକ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ସେମାନଙ୍କୁ ଜିଲ୍ଲାପରିଷଦ ଶିକ୍ଷକ ଓ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯୋଜନା ଭିତିକ ବା ସମଗ୍ର ଶିକ୍ଷା ଯୋଜନାରେ ନିଯୁକ୍ତି ଦିଆଯିବ।

ସେହି ଶିକ୍ଷକ ମାନଙ୍କୁ ବର୍ଷିକିଆ ଠିକା ନିଯୁକ୍ତି ଦିଆଯିବ। ବର୍ଷ କୁ ବର୍ଷ ସେମାନଙ୍କ ନିଯୁକ୍ତି ନବୀକରଣ କରାଯିବ। ଏହି ବ୍ୟବସ୍ଥାକୁ ଓଡିଶା ଅଭିଭାବକ ମହାସଂଘ ଘୋର ବିରୋଧ କରିବା ସହିତ ତୁରନ୍ତ ନିଷ୍ପତି ବଦଳାଇ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବୀ କରିଛି।

ଫିନଲାଣ୍ଡ, ଡେନମାର୍କ, ନାରୱେ ଭଳି ବିକଶିତ ଦେଶର ସ୍ଥାୟୀ ନିଯୁକ୍ତି ଭଳି ଆମ ରାଜ୍ୟରେ ମଧ୍ୟ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦେବାକୁ ଦାବୀ କରିଛି। ନଚେତ ଆଗାମୀ ଦିନରେ ଅଧୋପତନ ଆଡକୁ ଯାଉଥିବା ଓଡିଶାର ଶିକ୍ଷା ବ୍ୟବସ୍ଥାର ସୁଧାର ପାଇଁ ମହାସଂଘ ଜୋରଦାର ଆନ୍ଦୋଳନ କରିବ ବୋଲି ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି।

ବିଗତ ବର୍ଷ ମାନଙ୍କରେ ସରକାର ଶିକ୍ଷା ସହାୟକ, ଶିକ୍ଷlକର୍ମୀ, ଗଣ ଶିକ୍ଷକ, ପାରା ଶିକ୍ଷକ, ବ୍ଲକ ଗ୍ରାଣ୍ଟ, ଗ୍ରାଣ୍ଟ ଇନ ଏଡ଼, ଆଦି ଅନେକ ଶିକ୍ଷକ ନିଯୁକ୍ତି ଦେଇ ଥିବାରୁ ସରକାରୀ ଶିକ୍ଷା ବ୍ୟବସ୍ଥା ଆଜି ସମ୍ପୂର୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ପହଂଚିଛି।

ଠିକା ନିଯୁକ୍ତି ଦେଲେ ଶିକ୍ଷକ ମାନଙ୍କ ପାଖରେ ଜବାବ ଦେହି, ଉତ୍ତର ଦାୟିତ୍ୱ ଓ ଦାୟିତ୍ୱ ବୋଧ ରହିବ ନାହିଁ। ତେଣୁ ସେମାନଙ୍କର ପିଲାମାନଙ୍କୁ ଉତ୍ତମ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଆଦୌ ସ୍ପୃହା ରହିବ ନାହିଁ। ଯେହେତୁ ସେମାନେ ମାତ୍ର ବର୍ଷକ ପାଇଁ ନିଯୁକ୍ତି ହେବେ ତେଣୁ ପିଲାମାନଙ୍କ ଶିକ୍ଷା ପ୍ରାପ୍ତିରେ ଏହି ବ୍ୟବସ୍ଥା ଏକ ବିରାଟ ପ୍ରାଚୀର ସହିତ ପ୍ରତିବନ୍ଧକ ହୋଇ ଛିଡା ହେବ।

ଶିକ୍ଷକ ମାନେ ସେମାନଙ୍କ ନିଯୁକ୍ତି ଓ ଦରମା ତଥା ପ୍ରାପ୍ୟ ପାଇଁ ସବୁବେଳେ ସାନ୍ଦିହାନ ଅବସ୍ଥାରେ ରହିବେ। ବର୍ଷର ଅନେକ ସମୟରେ ବିଭିନ୍ନ ବର୍ଗର ଶିକ୍ଷକ ମାନେ ଯେପରି ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ପୁଣି ସେହି ବ୍ୟବସ୍ଥା ଓ ବିଭ୍ରାଟ ରେ ଆଉ ଏକ ଫର୍ଦ୍ଦ ଯୋଡି ହେବ।

ସ୍କୁଲ ବନ୍ଦ କରି ଶିକ୍ଷକ ମାନେ ପୁଣି ଆନ୍ଦୋଳନକୁ ଆସିବେ ସେପଟେ ଶିକ୍ଷା ବ୍ୟବସ୍ଥାରେ ଚରମ ଅବହେଳା ହୋଇ ପିଲାମାନେ ଉତ୍ତମ ଶିକ୍ଷା ପାଇବାରେ ବଂଚିତ ହେବା ସହିତ ଆଗାମୀ ଭବିଷ୍ୟତ ମାନଙ୍କ ଶିକ୍ଷା ଗ୍ରହଣ ପାଇଁ ଅଭିଭାବକ ମାନେ ସନ୍ଦିହାନ ଅବସ୍ଥାରେ ରହିବେ। ଏହା ମଧ୍ୟ ପ୍ରାଇଭେଟ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁହାଇବ।

ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଅଭିଭାବକ ମାନେ ଆର୍ଥିକ ଶୋଷଣର ଶିକାର ହେବେ। ସରକାର ରାଜ୍ୟରେ ଠିକା ନିଯୁକ୍ତି ବନ୍ଦ ପାଇଁ ଗତ ଅକ୍ଟୋବର ମାସରେ ଘୋଷଣା କରିସାରିଥିବା ବେଳେ ପୁଣି କାହିଁକି ଠିକା ନିଯୁକ୍ତି ତାହା ପୁଣି ବିକାଶର ଅତ୍ୟନ୍ତ ଉପଯୋଗୀ ଶିକ୍ଷା ବ୍ୟବସ୍ଥାରେ ପୁଣି ଗୁରୁ ମାନଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଆପଣାଇ ଅଛନ୍ତି ତାହା ଆଦୌ ବୁଝା ପଡ଼ୁ ନାହିଁ। ତେଣୁ ଠିକା ଶିକ୍ଷକ ନିଯୁକ୍ତି ବନ୍ଦ କରିବା ସହିତ ଶିକ୍ଷକ ମାନଙ୍କୁ ଶିକ୍ଷାଦାନ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜନ ନ କରିବାକୁ ଓଡିଶା ଅଭିଭାବକ ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ସରକାରଙ୍କୁ ଦାବୀ ଜଣାଇଛନ୍ତି।

ଓଡ଼ିଶା ଅଭିଭାବକ ମହାସଂଘ ଶିକ୍ଷା ବ୍ୟବସ୍ଥା ସ୍ଥାୟୀ ନିଯୁକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ପେପର ଲିକ୍ ବିରୋଧରେ ଯୁବ କଂଗ୍ରେସର ମଶାଲ ରାଲି: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

June 28, 2026

କୋଟିଏରୁ ଅଧିକ ଟଙ୍କାର ବେଆଇନ ବାଲି ଜବତ

June 28, 2026

ଡେଡ୍‌ଲାଇନ୍‌ ପରେ ବି ଶେଷ ହୋଇନି ଏସ୍‌ସିବି ପ୍ରକଳ୍ପ, ସ୍ଥିତି ସ୍ପଷ୍ଟ କଲେ ମନ୍ତ୍ରୀ

June 28, 2026

ମଟନ ପାଇଁ କଟିଲା ବେକ

June 28, 2026
Latest News

ପେପର ଲିକ୍ ବିରୋଧରେ ଯୁବ କଂଗ୍ରେସର ମଶାଲ ରାଲି: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

June 28, 2026

Mann Ki Baat 135: ଏଥର ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

June 28, 2026

“ଇନ୍ଦିରା ଗାନ୍ଧୀଙ୍କ ପରେ, କେବଳ ମୋଦୀ…”: ପିତା ପ୍ରଣବ ମୁଖାର୍ଜୀଙ୍କ କଥା ମନେ ପକାଇଲେ ଝିଅ ଶର୍ମିଷ୍ଠା

June 28, 2026

କୋଟିଏରୁ ଅଧିକ ଟଙ୍କାର ବେଆଇନ ବାଲି ଜବତ

June 28, 2026

ଗତ ତିନି ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ପାର ହେଲା କେତେ ଭାରତୀୟ ଜାହାଜ?: ଜାଣନ୍ତୁ ସଂଖ୍ୟା

June 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.