Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଲୱେ ବୋର୍ଡ଼ର ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଭାବରେ ଦାୟୀତ୍ବ ଗ୍ରହଣ କଲେ ଜୟା ବର୍ମା ସିହ୍ନା
ଆଜିର ଖବର

ରେଲୱେ ବୋର୍ଡ଼ର ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଭାବରେ ଦାୟୀତ୍ବ ଗ୍ରହଣ କଲେ ଜୟା ବର୍ମା ସିହ୍ନା

September 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜୟା ବର୍ମା ସିହ୍ନା ଆଜି ରେଳ ଭବନରେ ରେଲୱେ ବୋର୍ଡ଼ (ରେଳ ମନ୍ତ୍ରଣାଳୟ) ର ନୂଆ ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭାବରେ ଦାୟୀତ୍ବ ଗ୍ରହଣ କରିଛନ୍ତି। କ୍ୟାବିନେଟର ନିଯୁକ୍ତି ସମିତି ଶ୍ରୀମତୀ ଜୟା ବର୍ମା ସିହ୍ନାଙ୍କ ନିଯୁକ୍ତିର ସ୍ବୀକୃତି ପ୍ରଦାନ କରିଛନ୍ତି। ଜୟା ବର୍ମା ସିହ୍ନା ରେଲୱେ ବୋର୍ଡ଼ର ଅଧ୍ୟକ୍ଷ ଏବଂ ସିଇଓ ଭାବରେ ଭାରତୀୟ ରେଳର ଏହି ଶୀର୍ଷ ପଦରେ ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ଅଟନ୍ତି।

ଏହା ପୂର୍ବରୁ ଶ୍ରୀମତୀ ଜୟା ବର୍ମା ସିହ୍ନା ରେଲୱେ ବୋର୍ଡ଼ରେ ସଦସ୍ୟ (ସଞ୍ଚାଳନ ଏବଂ ବ୍ୟବସାୟ ବିକାଶ) ଭାବରେ କାର୍ଯ୍ୟ କରିଛନ୍ତି। ଶ୍ରୀମତୀ ସିହ୍ନା ଭାରତୀୟ ରେଳରେ ମାଲ ପରିବହନ ଏବଂ ଯାତ୍ରୀ ସେବାର ସମଗ୍ର ପରିବହନର ଦାୟୀତ୍ବ ମଧ୍ୟ ତୁଲାଇ ସାରିଛନ୍ତି।

ଜୟା ବର୍ମା ସିହ୍ନା ୧୯୮୮ ରେ ଭାରତୀୟ ରେଳ ଟ୍ରାଫିକ ସେବା (ଆଇଆରଟିଏସ୍) ରେ ଯୋଗ ହୋଇଥିଲେ। ଭାରତୀୟ ରେଳରେ ନିଜର ୩୫ ବର୍ଷରୁ ଅଧିକ କ୍ୟାରିୟରରେ ସେ ରେଳ ବୋର୍ଡ଼ର ସଦସ୍ୟ (ସଞ୍ଚାଳନ ଏବଂ ବ୍ୟବସାୟ ବିକାଶ) ଅତିରିକ୍ତ ସଦସ୍ୟ, ଟ୍ରାଫିକ୍ ପରିବହନ ପରି ବିଭିନ୍ନ ମହତ୍ତ୍ବପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ପରିଚାଳନା, ବାଣିଜ୍ୟିକ, ଆଇଟି ଏବଂ ସତର୍କତା ସହିତ ବିଭିନ୍ନ କ୍ଷେତ୍ରରେ କାମ କରିଛନ୍ତି। ସେ ଦକ୍ଷିଣ ପୂର୍ବ ରେଳର ପ୍ରଧାନ ମୁଖ୍ୟ ପରିଚାଳନା ପ୍ରବନ୍ଧକ ଭାବରେ ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ମଧ୍ୟ ଅଟନ୍ତି। ସେ ବାଂଲାଦେଶର ଢାକାରେ ଭାରତୀୟ ହାଇ କମିଶନରେ ରେଳ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି, ତାଙ୍କର ଏହି କାର୍ଯ୍ୟକାଳ ସମୟରେ କୋଲକାତାରୁ ଢାକା ପର୍ଯ୍ୟନ୍ତ ମୈତ୍ରୀ ଏକ୍ସପ୍ରେସର ଉଦ୍ଘାଟନ କରାଯାଇଥିଲା।

ଶ୍ରୀମତୀ ସିହ୍ନା ଆଲ୍ହାବାଦ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ରୀ ଅଟନ୍ତି ଏବଂ ତାଙ୍କର ଫଟୋଗ୍ରାଫିରେ ଆଗ୍ରହ ରହିଛି।

ଜୟା ବର୍ମା ସିହ୍ନା
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026

୧୫ ବର୍ଷରେ ପାଦ ଥାପିଲା ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪

October 16, 2026

ଘରୋଇ କମ୍ପାନୀର ୯ କୋଟି ବକେୟା: ସରକାରୀ ସମ୍ପତ୍ତି ଆଟାଚ୍ ନିର୍ଦ୍ଦେଶ

October 16, 2026
Latest News

ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା

October 16, 2026

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

October 16, 2026

୮ ବର୍ଷ ପରେ ଓଡ଼ିଶାରେ ହୋଇଛି ଏବିଭିପିର ବିପୁଳ ବିଜୟ: ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ

October 16, 2026

୧୫ ବର୍ଷରେ ପାଦ ଥାପିଲା ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪

October 16, 2026

ଘରୋଇ କମ୍ପାନୀର ୯ କୋଟି ବକେୟା: ସରକାରୀ ସମ୍ପତ୍ତି ଆଟାଚ୍ ନିର୍ଦ୍ଦେଶ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.