Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଭୁବନେଶ୍ୱରରେ ସ୍ୱାସ୍ଥ୍ୟସେବାରେ ଗୁଣବତ୍ତା ନିଶ୍ଚିତତା ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ
ଆଜିର ଖବର

ଏମ୍ସ ଭୁବନେଶ୍ୱରରେ ସ୍ୱାସ୍ଥ୍ୟସେବାରେ ଗୁଣବତ୍ତା ନିଶ୍ଚିତତା ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ

September 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦୀର୍ଘକାଳୀନ ଭିତ୍ତିରେ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁଣବତ୍ତା ବୃଦ୍ଧି କରିବା ଏବଂ ନିରାପତ୍ତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏମ୍ସ ଭୁବନେଶ୍ୱର ଡାକ୍ତରଖାନା(ହସ୍ପିଟାଲ) ପ୍ରଶାସନ ବିଭାଗ ପକ୍ଷରୁ ଏକ ଛଅ ଦିନିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ୟୁନିସେଫ୍, ଜାତୀୟ ସ୍ବାସ୍ଥ୍ୟ ମିସନ୍ (ଏନ୍ଏଚ୍ଏମ୍) ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜାତୀୟ ଗୁଣବତ୍ତା ସୁନିଶ୍ଚିତ ମାନକକୁ ଅନୁପାଳନ କରାଯାଉଛି। ଏହି ତାଲିମ କାର୍ଯ୍ୟକ୍ରମ ଏନ୍ଏଚ୍ଏମ୍ ର ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ଏହି କ୍ଷେତ୍ରରେ (ଗୁଣବତ୍ତା ନିଶ୍ଚିତତା) ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି।

ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ନିରନ୍ତର ବ୍ୟବଧାନରେ ବିଭିନ୍ନ ପ୍ରସଙ୍ଗରେ ସଚେତନ କରିବାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ମତଦେଇଥିଲେ। ଏନ୍ଏଚ୍ଏମ୍ ଓଡ଼ିଶାର ମିସନ୍ ନିର୍ଦ୍ଦେଶିକା ଡ. ବୃନ୍ଦା ଡି ସମସ୍ତ ଅଂଶଗ୍ରହଣକାରୀଙ୍କୁ ଏହି ସପ୍ତାହବ୍ୟାପୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଠିକ ଉପଯୋଗ କରିବାକୁ ଉତ୍ସାହିତ କରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏବଂ ଏମ୍ସ ଭୁବନେଶ୍ୱରର ମିଳିତ ଉଦ୍ୟମରେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମକୁ ନେଇ ସେ ଖୁସିବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡ. ବି କେ ମହାପାତ୍ର, ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ. ବି କେ ପାଣିଗ୍ରାହୀ, ଏନ୍ଏଚ୍ଏମ୍ ଓଡ଼ିଶା ସ୍ବାସ୍ଥ୍ୟ(ବୈଷୟିକ) ପରାମର୍ଶଦାତା ଡ. ବିଜୟ ସ୍ବାଇଁ ଏବଂ ୟୁନିସେଫ୍ର ସ୍ବାସ୍ଥ୍ୟ ବିଶେଷଜ୍ଞ ଡ. ମୀନା ସୋମ୍ ପ୍ରମୁଖ ଉପସ୍ଥିତ ଥିଲେ।

ଏମ୍ସ ଭୁବନେଶ୍ୱର ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍ ମୁଖ୍ୟ ଡ. ଜବାହର ଏସ୍ କେ ପିଲାଇ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟସେବାରେ ଗୁଣବତ୍ତାସମ୍ପନ୍ନ ପରିଚାଳନା ଏବଂ ନିରାପତ୍ତା ବିଷୟକୁ ନେଇ ଏକ ପୋଷ୍ଟ-ଡକ୍ଟରାଲ୍ ଫେଲୋସିପ୍ (ପିଡିଏଫ୍) କାର୍ଯ୍ୟକ୍ରମ ଆରମ୍ଭ କରିଥିବା ସମ୍ପର୍କରେ ଡ. ପିଲାଇ ସୂଚନା ଦେଇଥିଲେ। ଡ. (ମେଜର) ଏମ୍ ସି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ହସପିଟାଲ୍ ଆଡମିନିଷ୍ଟ୍ରେସନ୍, ଫାର୍ମାକୋଲୋଜି, ପେଡିଆଟ୍ରିକ୍ ସର୍ଜରୀ, ପ୍ରସୂତି ଏବଂ ସ୍ତ୍ରୀ ରୋଗ, ପାଥୋଲୋଜି, ମାଇକ୍ରୋବାୟୋଲୋଜି ଏବଂ ନର୍ସିଂ ସେବା ଭଳି ବିଭିନ୍ନ ବିଭାଗର ଅଧ୍ୟାପକ ତଥା ଆବାସିକ ଡାକ୍ତରଙ୍କ ସମେତ ବିଭିନ୍ନ କ୍ଷେତ୍ରରୁ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ।

ଏଥିସହିତ ରାଜ୍ୟର ଅନ୍ୟାନ୍ୟ ଡାକ୍ତରଖାନାର ବିଶେଷଜ୍ଞମାନେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବାରେ ଗୁଣବତ୍ତା ପରିଚାଳନା ଏବଂ ନିରାପତ୍ତା, ଗୁଣବତ୍ତା ଉନ୍ନତି ଉପକରଣ, ଡାକ୍ତରଖାନା ପରିସଂଖ୍ୟାନ, ବିଧିଗତ ନିୟମାବଳୀ, ସର୍ଜିକାଲ୍ ନିରାପତ୍ତା, ହସ୍ପିଟାଲ୍ ୟୁନିଟ୍ ଯୋଜନା ଏବଂ ସଂଗଠନ, ସଂକ୍ରମଣ ନିୟନ୍ତ୍ରଣ ଅଭ୍ୟାସ ଏବଂ ସର୍ଭିଲାନ୍ସ, ଅଡିଟ୍ ପ୍ରମୁଖ ବିଷୟରେ ତାଲିମ ପ୍ରଦାନ କରାଯାଉଛି। ଜରୁରୀକାଳୀନ ସଂକେତ, ରୋଗୀ ସନ୍ତୁଷ୍ଟି ସର୍ବେକ୍ଷଣ, ଜାତୀୟ ଗୁଣବତ୍ତା ସୁନିଶ୍ଚିତ ମାନଦଣ୍ଡରେ ଫଳାଫଳ ସୂଚକ ଏବଂ ସୁବିଧା ପରିଚାଳନା ଏବଂ ବୃତ୍ତିଗତ ସୁରକ୍ଷା ପରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମଧ୍ୟ ଆଲୋଚନା ହେଉଛି।

ଏମ୍‌ସ ଭୁବନେଶ୍ୱର ତାଲିମ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟସେବା
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

July 18, 2026

୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ କରିବେ ସରକାର: ଜାଣନ୍ତୁ ଏହାର ଖର୍ଚ୍ଚ କେତେ?

July 18, 2026

ପ୍ରକୃତରେ ମାଇଲେଜ୍ ହ୍ରାସ କରେ କି E20 ଇନ୍ଧନ?: ଜାଣନ୍ତୁ ବିଶେଷଜ୍ଞମାନେ କୁହନ୍ତି

July 18, 2026

ଲର୍ଡସରେ ଇତିହାସ ରଚିବେ ରୋହିତ ଶର୍ମା: ଭାଙ୍ଗିପାରନ୍ତି ଏହି ଦୁଇଟି ରେକର୍ଡ

July 18, 2026
Latest News

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

July 18, 2026

ମୌସୁମୀ ଅଧିବେଶନରେ କିପରି ବିଲ ପାସ କରିବେ ମୋଦୀ ସରକାର: ଜାଣନ୍ତୁ ସଂଖ୍ୟା ଗଣିତ

July 18, 2026

୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ କରିବେ ସରକାର: ଜାଣନ୍ତୁ ଏହାର ଖର୍ଚ୍ଚ କେତେ?

July 18, 2026

ପ୍ରକୃତରେ ମାଇଲେଜ୍ ହ୍ରାସ କରେ କି E20 ଇନ୍ଧନ?: ଜାଣନ୍ତୁ ବିଶେଷଜ୍ଞମାନେ କୁହନ୍ତି

July 18, 2026

ଜନ୍ତର ମନ୍ତରରେ ଉତ୍ତେଜନା: ଅଭିଜିତ ଦୀପକେଙ୍କ ଉପରକୁ କାଳି ଫିଙ୍ଗିଲେ ମହିଳା

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.