Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିନେ ସେ ଅନ୍ୟର ଶବ ସତ୍କାର କରୁଥିଲେ, ଆଜି ତାଙ୍କର ସତ୍କାର କଲା ଓଡିଶା ମୋ ପରିବାର
ଆଜିର ଖବର

ଦିନେ ସେ ଅନ୍ୟର ଶବ ସତ୍କାର କରୁଥିଲେ, ଆଜି ତାଙ୍କର ସତ୍କାର କଲା ଓଡିଶା ମୋ ପରିବାର

September 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
OdishaMoParibar
ଦିନେ ଅନ୍ୟର ଶବ ସତ୍କାର କରୁଥିଲେ, ଆଜି ତାଙ୍କର ଶବ ସତ୍କାର କଲା ଓଡିଶା ମୋ ପରିବାର

ଭୁବନେଶ୍ବର: କୋଭିଡ଼ ମହାମାରୀରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ଶବ ସତ୍କାରରେ ସାହାଯ୍ୟ ହେଉ ଅବା ଜୀବନବିନ୍ଦୁ ରକ୍ତଦାନ ଶିବିରରେ ରୋଗୀଙ୍କ ପାଇଁ ବାରମ୍ବାର ରକ୍ତଦାନ କରି ଦିନେ ସେ ସମାଜ ପାଇଁ ଉଦାହରଣ ସାଜିଥିଲେ, ଆଜି ସେହି ରିୟଲ୍ ହିରୋଙ୍କ ଶବକୁ ସସମ୍ମାନେ ସତ୍କାର କରି ଏକ ଭିନ୍ନ ଉଦାହରଣ ସୃଷ୍ଟି କଲା ଓଡ଼ିଶା-ମୋ ପରିବାର।

ସୂଚନାନୁସାରେ, ଭୁବନେଶ୍ଵରସ୍ଥିତ ସତ୍ୟନଗର ଅଞ୍ଚଳର ସତ୍ୟକାଳୀ ବସ୍ତିରେ ରହୁଥିବା ୨୯ବର୍ଷିୟ ଯୁବକ ରଞ୍ଜନ ପ୍ରଧାନ ସାଧାରଣ ଶୌଚାଳୟରେ ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ କାମ କରୁଥିଲେ। ସ୍ଵଭାବରେ ସେ ଅତ୍ୟନ୍ତ ପରୋପକାରୀ ଏବଂ ଅନ୍ୟ ପାଇଁ ବଞ୍ଚୁଥିବା ବ୍ୟକ୍ତିଟିଏ ଥିଲେ। କୋଭିଡ଼ ମହାମାରୀ ସମୟରେ, ଓଡ଼ିଶା-ମୋ ପରିବାର ପକ୍ଷରୁ ମୃତକଙ୍କ ଶବ ସତ୍କାର କରାଯାଉଥିବା ବେଳେ ସେ ସ୍ଵେଚ୍ଛାସେବୀ ଭାବରେ ନିଜକୁ ନିୟୋଜିତ କରିଥିଲେ। ବାପା, ମା’ଙ୍କୁ ହରାଇଥିବା ରଞ୍ଜନ ସମାଜ ପାଇଁ ନିଜକୁ ଉତ୍ସର୍ଗ କରି ଦେଇଥିଲେ ଏବଂ ସେହି ସମାଜ ତାଙ୍କୁ ଅନେକ ମହତ୍ ପରିଚୟ ଦେଇଥିଲା। କିନ୍ତୁ, ଦୁର୍ଭାଗ୍ୟବଶତଃ, ରଞ୍ଜନ କାଲି ବସିଥିବା ବେଳେ ହଠାତ୍ ହୃଦଘାତ ଯୋଗୁଁ ପ୍ରାଣ ତ୍ୟାଗ କଲେ। ଆଜି ତାଙ୍କ ବିୟୋଗରେ ସ୍ଥାନୀୟ ବାସିନ୍ଦା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରୁ ପ୍ରକାଶ ବୋଲି ଜଣେ ଯୁବକ ରଞ୍ଜନଙ୍କ ମୃତ୍ୟୁ ସମ୍ପର୍କରେ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ସୂଚନା ଦେବା ପରେ ତୁରନ୍ତ ପଦକ୍ଷେପ ନିଆଯାଇ ଜୟ ଓଡ଼ିଶାର “ଶେଷସାଥି” ଯାନ ସହାୟତାରେ ତାଙ୍କ ମୃତ ଶରୀରକୁ ସତ୍ୟନଗର ଶ୍ମଶାନକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ନିଜେ ଶ୍ରୀ ସାମନ୍ତରାୟ ଉପସ୍ଥିତ ରହି ଶ୍ମଶାନରେ ରଞ୍ଜନଙ୍କ ମୃତଶରୀରକୁ ସସମ୍ମାନେ ସତ୍କାର କରିଥିଲେ।

ଶେଷରେ, ଅଞ୍ଚଳବାସୀଙ୍କ ଉପସ୍ଥିତିରେ ରଞ୍ଜନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ଏବଂ ଏହି ସମୟରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନାଙ୍କ ସମେତ ଓଡ଼ିଶା-ମୋ ପରିବାରର ସ୍ଵେଚ୍ଛାସେବୀମାନେ ମଧ୍ୟ ଉପସ୍ଥିତ ଥିଲେ। ପରୋପକାରୀ ରଞ୍ଜନ ସମାଜରୁ ମଉଳିଗଲେ ସତ କିନ୍ତୁ ତାଙ୍କ ସେବା ପାଇଥିବା ଲୋକମାନଙ୍କ ମନରେ ସେ ସର୍ବଦା ସଜ ଫୁଲ ପରି ଫୁଟିକି ରହିବେ। ଏହିପରି ବ୍ୟକ୍ତିତ୍ଵ ସମାଜରେ ବିରଳ ସତ କିନ୍ତୁ ସମସ୍ତେ ରଞ୍ଜନଙ୍କ ପରି ହେଲେ ସମାଜରେ ଅନେକ ମାତ୍ରାରେ ପରିବର୍ତ୍ତନ ଆସିପାରିବ ବୋଲି ଆମେ ଆଶା କରୁ।

Odisha Mo Paribar ଓଡିଶା ମୋ ପରିବାର
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ: ବିଜେପି ରେ ସାମିଲ ହେଲେ ବିଜେଡ଼ି କର୍ମୀ

July 13, 2026

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026
Latest News

ଚ଼ିଲିକା ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ: ବିଜେପି ରେ ସାମିଲ ହେଲେ ବିଜେଡ଼ି କର୍ମୀ

July 13, 2026

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.