Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର” ନାମରେ ଏକ ନୂତନ ଜାତୀୟ ପୁରସ୍କାର ଘୋଷଣା କଲେ ସରକାର
ଆଜିର ଖବର

“ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର” ନାମରେ ଏକ ନୂତନ ଜାତୀୟ ପୁରସ୍କାର ଘୋଷଣା କଲେ ସରକାର

September 21, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ସରକାର ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଉଦ୍ଭାବନ କ୍ଷେତ୍ରରେ ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର’ ନାମରେ ଏକ ନୂତନ ଜାତୀୟ ପୁରସ୍କାର ଘୋଷଣା କରିଛନ୍ତି।

ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର (ଆରଭିପି)ର ଉଦ୍ଦେଶ୍ୟ ହେଉଛି ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ଉଦ୍ଭାବନର ବିଭିନ୍ନ କ୍ଷେତ୍ରରେ ବୈଜ୍ଞାନିକ ଏବଂ ଉଦ୍ଭାବକମାନଙ୍କୁ ବ୍ୟକ୍ତିଗତ କିମ୍ବା ଦଳଗତ ଉଲ୍ଲେଖନୀୟ ଏବଂ ପ୍ରେରଣାଦାୟକ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା।

ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ଭାରତରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ଉଦ୍ଭାବନ କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ହେବ। ସରକାରୀ, ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ବୈଜ୍ଞାନିକ/ ବୈଷୟିକ ଜ୍ଞାନକୌଶଳ/ଉଦ୍ଭାବକ କିମ୍ବା କୌଣସି ସଂସ୍ଥା ବାହାରେ କାର୍ଯ୍ୟ କରୁଥିବା କୌଣସି ବ୍ୟକ୍ତି, ଯେଉଁମାନେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା କିମ୍ବା ପ୍ରଯୁକ୍ତି ଭିତ୍ତିକ ଉଦ୍ଭାବନ କ୍ଷେତ୍ରରେ ଗବେଷଣା କିମ୍ବା ଉଦ୍ଭାବନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି ସେମାନେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଭାରତୀୟ ସମ୍ପ୍ରଦାୟ କିମ୍ବା ସମାଜପାଇଁ ବିଶେଷ ଅବଦାନ ଦେଇ ବିଦେଶରେ ରହୁଥିବା ଭାରତୀୟ ବଂଶୋଦ୍ଭବ ମାନେ ମଧ୍ୟ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ପୁରସ୍କାର ନିମ୍ନଲିଖିତ ଚାରିଟି ବର୍ଗରେ ପ୍ରଦାନ କରାଯିବ:-

୧- ବିଜ୍ଞାନ ରତ୍ନ (ଭିଆର) ପୁରସ୍କାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଯେକୌଣସି କ୍ଷେତ୍ରରେ ଜୀବନବ୍ୟାପୀ ସଫଳତା ଏବଂ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବ।

୨- ବିଜ୍ଞାନ ଶ୍ରୀ (ଭିଏସ୍‍) ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯେ କୌଣସି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ।

୩- ବିଜ୍ଞାନ ଯୁବ–ଶାନ୍ତି ସ୍ୱରୂପ ଭଟ୍ଟନାଗର (ଭିୱାଇ–ଏସଏସବି) ପୁରସ୍କାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯେକୌଣସି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୪୫ ବର୍ଷ ବୟସ ପର୍ଯ୍ୟନ୍ତ ଯୁବ ବୈଜ୍ଞାନିକମାନଙ୍କୁ ସମ୍ମାନିତ ଏବଂ ଉତ୍ସାହିତ କରିବ।

୪- ବିଜ୍ଞାନ ଟିମ୍ (ଭିଟି)  ପୁରସ୍କାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଯେକୌଣସି କ୍ଷେତ୍ରରେ ଏକ ଦଳରେ ଉଲ୍ଲେଖନୀୟ ଅବଦାନ ରଖିଥିବା ତିନି କିମ୍ବା ଅଧିକ ବୈଜ୍ଞାନିକ/ଗବେଷକ/ଉଦ୍ଭାବକଙ୍କୁ ନେଇ ଗଠିତ ଏକ ଟିମକୁ ପ୍ରଦାନ କରାଯିବ।

ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ବିଜ୍ଞାନର ଯେ କୌଣସି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ଏବଂ ଉଦ୍ଭାବକମାନେ ଯେଉଁମାନେ ବିଜ୍ଞାନର କୌଣସି କ୍ଷେତ୍ରରେ ଗବେଷଣା, ପ୍ରଯୁକ୍ତି ଭିତ୍ତିକ ଉଦ୍ଭାବନ କିମ୍ବା ଆବିଷ୍କାର କିମ୍ବା ଉଲ୍ଲେଖନୀୟ ସାମାଜିକ ପ୍ରଭାବ ଥିବା ଅଭିନବ ଜ୍ଞାନକୌଶଳ/ଉତ୍ପାଦର ବିକାଶରେ ଯୋଗଦାନ କରିଛନ୍ତି କିମ୍ବା କରୁଛନ୍ତି ସେମାନେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ହେବେ।

ବିଦେଶରେ ଥିବା ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ, ବୈଷୟିକ ଜ୍ଞାନକୌଶଳ ଓ ଉଦ୍ଭାବକମାନେ ମଧ୍ୟ ଭାରତୀୟ ସମ୍ପ୍ରଦାୟ କିମ୍ବା ସମାଜପାଇଁ ବିଶେଷ ଅବଦାନ ପାଇଁ ଯୋଗ୍ୟ ବିବେଚିତ ହେବେ।

ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୈବ ବିଜ୍ଞାନ, ଗଣିତ ଓ କମ୍ପ୍ୟୁଟର ବିଜ୍ଞାନ, ଭୂ ବିଜ୍ଞାନ, ମେଡିସିନ୍, ଇଞ୍ଜିନିୟରିଂ ବିଜ୍ଞାନ, କୃଷି ବିଜ୍ଞାନ, ପରିବେଶ ବିଜ୍ଞାନ, ପ୍ରଯୁକ୍ତି ଓ ଉଦ୍ଭାବନ, ପରମାଣୁ ଶକ୍ତି, ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦି ୧୩ଟି କ୍ଷେତ୍ରରେ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ପ୍ରଦାନ କରାଯିବ। ଲିଙ୍ଗଗତ ସମାନତା ସମେତ ପ୍ରତ୍ୟେକ ଡୋମେନ୍ /କ୍ଷେତ୍ରରୁ ପ୍ରତିନିଧିତ୍ୱ ସୁନିଶ୍ଚିତ କରାଯିବ।

ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ପାଇଁ ମିଳିଥିବା ସମସ୍ତ ନାମାଙ୍କନକୁ ଭାରତ ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମଶୋଦାତା (ପିଏସଏ)ଙ୍କ ଅଧ୍ୟକ୍ଷତାରେ ଥିବା ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର କମିଟି (ଆରଭିପିସି) ନିକଟରେ ଉପସ୍ଥାପିତ କରାଯିବ, ଯେଉଁଥିରେ ବିଜ୍ଞାନ ବିଭାଗର ସଚିବ, ବିଜ୍ଞାନ ଓ ଇଞ୍ଜିନିୟରିଂ ଏକାଡେମିର ସଦସ୍ୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିଭିନ୍ନ କ୍ଷେତ୍ରର କିଛି ବିଶିଷ୍ଟ ବୈଜ୍ଞାନିକ ଓ ବୈଷୟିକ ବିଜ୍ଞାନୀ ରହିବେ।

ପ୍ରତିବର୍ଷ ଜାନୁଆରି ୧୪ ରେ ଏହି ପୁରସ୍କାର ପାଇଁ ନାମାଙ୍କନ ଆହ୍ୱାନ କରାଯିବ, ଯାହା ପ୍ରତିବର୍ଷ ଫେବ୍ରୁଆରି ୨୮ (ଜାତୀୟ ବିଜ୍ଞାନ ଦିବସ) ପର୍ଯ୍ୟନ୍ତ ଖୋଲା ରହିବ। ପ୍ରତିବର୍ଷ ମଇ‘ ୧୧(ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ)ରେ ଏହି ପୁରସ୍କାର ଘୋଷଣା କରାଯିବ। ଅଗଷ୍ଟ ୨୩ (ଜାତୀୟ ମହାକାଶ ଦିବସ)ରେ ସମସ୍ତ ବର୍ଗର ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ସମସ୍ତ ପୁରସ୍କାରରେ ଗୋଟିଏ ମାନପତ୍ର ଓ ପଦକ ରହିବ।

ଏହି ନୂତନ ଜାତୀୟ ପୁରସ୍କାର ଭାରତ ସରକାରଙ୍କ ଦ୍ୱାରା ସର୍ବୋଚ୍ଚ ସ୍ତରରେ ବୈଜ୍ଞାନିକ ସମୁଦାୟର ସଫଳତାକୁ ସ୍ୱୀକୃତି ଦେବା ଦିଗରେ ଏକ ପରିବର୍ତ୍ତନଶୀଳ ପଦକ୍ଷେପ। ସମଗ୍ର ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ସହିତ, ବୈଜ୍ଞାନିକ ଉଦ୍ଭାବକ ଏବଂ ଟେକ୍ନୋଲୋଜିଷ୍ଟଙ୍କ ସମସ୍ତ ବିଭାଗ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଅନ୍ୟ ଜାତୀୟ ପୁରସ୍କାର ସହିତ ସମାନ ମାନ୍ୟତା ପ୍ରଦାନ କରାଯିବ।

ଉଦ୍ଭାବନ ଜାତୀୟ ପୁରସ୍କାର ପ୍ରଯୁକ୍ତି ବିଦ୍ୟା ବିଜ୍ଞାନ ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ରେଳ ଧାରଣାରୁ ଏଏସଆଇ ଜିତେନ୍ଦ୍ରଙ୍କ ମୃତଦେହ ଉଦ୍ଧାର

October 24, 2026

ସମ୍ଭାବ୍ୟ ବାତ୍ୟା ମୁକାବିଲା ବୈଠକ, ୫ଟି ଜିଲ୍ଲାରେ ୨୮ ଓ ୨୯ ତାରିଖ ସ୍କୁଲ କଲେଜ ଛୁଟି

October 24, 2026

ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

October 24, 2026

ରାହୁଲ ଗାନ୍ଧୀଙ୍କୁ ବ୍ୟବସାୟୀଙ୍କ ଚିଠି: ଦୀପାବଳି ପରେ ରାଲି କରିବାକୁ ଅନୁରୋଧ

October 24, 2026
Latest News

ରେଳ ଧାରଣାରୁ ଏଏସଆଇ ଜିତେନ୍ଦ୍ରଙ୍କ ମୃତଦେହ ଉଦ୍ଧାର

October 24, 2026

ସମ୍ଭାବ୍ୟ ବାତ୍ୟା ମୁକାବିଲା ବୈଠକ, ୫ଟି ଜିଲ୍ଲାରେ ୨୮ ଓ ୨୯ ତାରିଖ ସ୍କୁଲ କଲେଜ ଛୁଟି

October 24, 2026

ଦୁଇ ଟ୍ରେନର ଏୟାରକ୍ରାଫ୍ଟ ମୁହାଁମୁହିଁ ଧକ୍କା : ୪ ପାଇଲଟ୍ ମୃତ

October 24, 2026

ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

October 24, 2026

ସମ୍ଭାବ୍ୟ ବାତ୍ୟା: ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ସମୀକ୍ଷା ଓ ଗଞ୍ଜାମରେ ପ୍ରଶାସନିକ ସଜବାଜ

October 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.