Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଷଷ୍ଠୀ ଓଷାରେ ଷଷ୍ଠୀଦେବୀ ଭାବରେ ପୂଜା ପାଇଲେ ମା’ ଭାଗବତୀ, ଲାଗି ହେଲା ଛଅ ପ୍ରକାର ବ୍ୟଞ୍ଜନ
ଆଜିର ଖବର

ଷଷ୍ଠୀ ଓଷାରେ ଷଷ୍ଠୀଦେବୀ ଭାବରେ ପୂଜା ପାଇଲେ ମା’ ଭାଗବତୀ, ଲାଗି ହେଲା ଛଅ ପ୍ରକାର ବ୍ୟଞ୍ଜନ

September 21, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ମନ୍ଦିରଗଣକଙ୍କ ଗଣନାନୁସାରେ ଭାଦ୍ରବ ଶୁକ୍ଳ ଷଷ୍ଠୀ ତିଥି ବୁଧବାର ଶୁଭଲଗ୍ନ ଦିବା ଏକ ଘଟିକା ସମୟରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ଥାଟପଟୁଆର ସହ ନିଜ ମନ୍ଦିରକୁ ବିଜେ କଲେ ମା’ ଭଗବତୀ। ପରିଛା ସାଆନ୍ତ ପ୍ରକାଶ ଚନ୍ଦ୍ର ମହାପାତ୍ର କଳସ, ଷଡ଼ ମୁଖ ଦୀପ ଧୂପ, ଗୁଆପଇତା ମଣ୍ଡଳରେ ସ୍ଥାପନ କରି ମା’ଙ୍କୁ ଷଷ୍ଠୀଦେବୀ ଭାବରେ ଆବାହନ କରି ପ୍ରଥମେ ବଲ୍ଲଭ,ଆଳତୀ ପରେ ଷୋଡଷ ଉପଚାରରେ ପୂଜାର୍ଚ୍ଚନା କରିଥିଲେ।

ମା’ଙ୍କୁ ଛଅ ପ୍ରକାର ଫଳ ସାକର, ନଡ଼ିଆ ପାତି ଛଅଟି ପଇଡରେ ପ୍ରଥମେ ଆପ୍ୟାୟିତ କରାଯାଇ ଆଳତୀ ବନ୍ଦାପନା ପରେ ଛଅ ପ୍ରକାର ଶଙ୍କୁଡ଼ି ନୈବେଦ୍ୟ ଖେଚ଼ଡ଼ି ,ଡାଲି, ମାଛମହୁର ମାଛ ଗୁଣ୍ଡି ଭଜା, ଆମ୍ବିଳ, ଶାଗ ମୁଗ, ଖିରି ଏଣ୍ଡୁରୀ ଇତ୍ୟାଦି ବାଞ୍ଜନ ଧୂପ ହୋଇଥିଲା। ପରେ ଆଳତୀ ବଢିସେବାୟତ ଓ ଶ୍ରଦ୍ଧାଳୁମାନେ ଷଠି କନା ସୂତା ଗ୍ରହଣ କରି ସଂକଳ୍ପ କରିଥିଲେ। ଅଗଣିତ ଶ୍ରଦ୍ଧାଳୁମାନେ ମା’ଙ୍କ ସହିତ ଶୋଭାଯାତ୍ରାରେ ଗଲାବେଳେ ହୁଳହୁଳି, ହରିବୋଲ ଧ୍ବନୀ ସହିତସଂକାର୍ତ୍ତନ ମଣ୍ଡଳୀ ବଡ଼ ଢୋଲବାଦ୍ୟ ମହୁରୀ ଶବ୍ଦରେ ବାଣପୁର ବଡ଼ ଦାଣ୍ଡ ଉଛୁଳି ପଡୁଥିଲା।

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ, ସଂଗଠକ ବିକ୍ରମ କେଶରୀ ଜେନା, ବାଣପୁର ଥାନାଧିକାରୀ ମନ୍ଦିର ଟ୍ରଷ୍ଟି ରମେଶ କୁମାର ଦେବତାଙ୍କ ସହଯୋଗରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଡଃ ରମାକାନ୍ତ ନାୟକ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୌଦାମିନୀ ଜେନା ଏବଂ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ।

ଦକ୍ଷେଶ୍ଵର ମନ୍ଦିର ବାଣପୁର ମା' ଭାଗବତୀ ଷଷ୍ଠୀ ଓଷା ଷଷ୍ଠୀଦେବୀ
Share. Facebook Twitter LinkedIn Email WhatsApp Copy Link

Related Posts

NIA ର ବଡ଼ କାର୍ଯ୍ୟାନୁଷ୍ଠାନ: ୩୦ ବର୍ଷ ପୁରୁଣା ମାମଲାରେ ଜମ୍ମୁ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ଗିରଫ

April 18, 2026

ମହିଳା ସଂରକ୍ଷଣ ବିଲ୍ ପାସ୍ ନହେବା ପରେ ଜଗନ ମୋହନଙ୍କ ଆସିଲା ପ୍ରତିକ୍ରିୟା: କହିଲେ…

April 18, 2026

କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସି ଖବର: ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର

April 18, 2026

ଓମ୍ ପ୍ରକାଶ ରାଜଭରଙ୍କ ବଡ଼ ଘୋଷଣା: ମହିଳା ସଂରକ୍ଷଣ ସମ୍ପର୍କରେ ହେବ ରାଜ୍ୟବ୍ୟାପୀ ଆନ୍ଦୋଳନ

April 18, 2026
Latest News

NIA ର ବଡ଼ କାର୍ଯ୍ୟାନୁଷ୍ଠାନ: ୩୦ ବର୍ଷ ପୁରୁଣା ମାମଲାରେ ଜମ୍ମୁ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ଗିରଫ

April 18, 2026

ମହିଳା ସଂରକ୍ଷଣ ବିଲ୍ ପାସ୍ ନହେବା ପରେ ଜଗନ ମୋହନଙ୍କ ଆସିଲା ପ୍ରତିକ୍ରିୟା: କହିଲେ…

April 18, 2026

କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସି ଖବର: ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର

April 18, 2026

ଆଜି ରାତି ୮:୩୦ ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି

April 18, 2026

ଓମ୍ ପ୍ରକାଶ ରାଜଭରଙ୍କ ବଡ଼ ଘୋଷଣା: ମହିଳା ସଂରକ୍ଷଣ ସମ୍ପର୍କରେ ହେବ ରାଜ୍ୟବ୍ୟାପୀ ଆନ୍ଦୋଳନ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.