Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ
ଆଜିର ଖବର

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

September 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲଠାରେ ସୋମବାର ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କର ଭୂମିକାକୁ ନେଇ ଗୁରୁତ୍ୱାରୋପ କରାଯାଇଛି।

ଓଡିଶା ଫାର୍ମାସୀ କାଉନ୍‌ସିଲ୍‌ର ରେଜିଷ୍ଟ୍ରାର କମ ସମ୍ପାଦକ ସୁନିତା ରାଣୀ ପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶ୍ୱ ଫାର୍ମାସିଷ୍ଟ ଦିବସରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଦେଶରେ ଉତ୍ପାଦିତ ହେଉଥିବା ଔଷଧର ୫୦ ପ୍ରତିଶତ ଔଷଧ ଭାରତକୁ ରପ୍ତାନି ହେଉଥିବାରୁ ଭାରତ ବିଶ୍ୱରେ ଔଷଧ ଦୋକାନ ଭାବେ ପରିଚିତ। ସେ ଏହି କାର୍ଯ୍ୟକ୍ରମରେ ସମସ୍ତ ଫାର୍ମାସିଷ୍ଟ ମାନଙ୍କୁ ଉଦ୍‌ବୋଧନ ଦେବା ସହିତ ସେ ଏହି ଦିବସ ପାଳନର ମହୂତ୍ୱ ବିଷୟରେ ବୁଝାଇଥିଲେ। ଭାରତୀୟ ଔଷଧ ଶିଳ୍ପ ସାରା ବିଶ୍ୱରେ ଜଣାଶୁଣା ଏବଂ ଭାରତୀୟ ଔଷଧ ସୁଲଭ ଓ ଫଳପ୍ରଦ ବୋଲି ଶ୍ରୀମତି ପାତ୍ର କହିଥିଲେ।

ଏହି କାର୍ଯ୍ୟକ୍ରମରେ ହସ୍ପିଟାଲରେ ନିଯୁକ୍ତି ପାଇଥିବା ବହୁ ଫାର୍ମାସିଷ୍ଟ ଯୋଗ ଦେଇଥିଲେ।
ଫାର୍ମାସିଷ୍ଟମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜଟିଳ ଭୂମିକା ତୁଲାଇଥାନ୍ତି ଏବଂ ସାରା ବିଶ୍ୱରେ କୋଭିଡ୍ ମହାମାରୀର କରାଳଛାୟା ରହିଥିବା ବେଳେ ରୋଗୀ ସେବା କ୍ଷେତ୍ରରେ ସେମାନଙ୍କର କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ତଥା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶ୍ରୀମତି ଶାଶ୍ୱତୀ ଦାସ କହିଥିଲେ। ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ ନିଶ୍ଚିତ ଭାବେ ସଫଳ ହେବ ଓ ଫାର୍ମାସିଷ୍ଟ ମାନଙ୍କର ମନୋବଳ ବଢାଇବା ଦିଗରେ ସାହାଯ୍ୟ କରିବ ବୋଲି ସେ ମତ ଦେଇଥିଲେ। ମହାମାରୀ ଯୁଦ୍ଧ ବିରୁଦ୍ଧରେ ସେମାନଙ୍କର ନିରବଚ୍ଛିନ୍ନ କାର୍ଯ୍ୟ ପାଇଁ ସେମାନଙ୍କୁ ଶ୍ରୀମତି ଦାସ ପ୍ରଶଂସା କରିଥିଲେ।

ସେପ୍ଟେମ୍ବର ୨୫ ରେ ଆନ୍ତର୍ଜାତିକ ଫାର୍ମାସ୍ୟୁଟିକାଲ୍ ଫେଡେରେସନ୍‌ର ପ୍ରତିଷ୍ଠା ହୋଇଥିବାରୁ ଏହାକୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ରୂପେ ପାଳନ କରାଯାଏ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଫାର୍ମାସୀକୁ ଏକ ୨୪ ଘଂଟିଆ ଜରୁରୀକାଳୀନ ସେବା ବୋଲି ଦର୍ଶାଇ ଜଟିଳ ଚିକିତ୍ସା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

ଏହି ଅବସରରେ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅବଦାନ ନିମନ୍ତେ ଫାର୍ମାସିଷ୍ଟମାନଙ୍କୁ ପ୍ରଶଂସା କରିଥିବାବେଳେ ସେମାନେ ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଥାନ୍ତି ବୋଲି କହିଥିଲେ।

ଏହି ଅବସରରେ ଅତିରିକ୍ତ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର(ଡାକ୍ତର) ରାଜେଶ ଲେଙ୍କା ସ୍ୱାସ୍ଥ୍ୟ ସେବା ଓ ରୋଗୀ ମଧ୍ୟରେ ଏକ ସେତୁ ଭାବେ ଫାର୍ମାସିଷ୍ଟ ମାନେ କାର୍ଯ୍ୟ କରିଥାନ୍ତି।

ବୃତ୍ତିଗତ ଭାବେ ଔଷଧ ବ୍ୟବହାରକାରୀଙ୍କୁ ସଠିକ୍ ପରାମର୍ଶ ଫାର୍ମାସିଷ୍ଟମାନେ ଦେଇଥାନ୍ତି।
ଫାର୍ମାସିଷ୍ଟ ମାନେ ଆଜୀବନ ଶିକ୍ଷାର୍ଥୀ ହେବା ଉଚିତ୍ ଏବଂ ବିଶ୍ୱରେ ଏହି କ୍ଷେତ୍ରରେ ହେଉଥିବା ବିଭିନ୍ନ ଘଟଣା ଉପରେ ନଜର ରଖିବା ଉଚିତ୍ ବୋଲି ଶ୍ରୀ ଲେଙ୍କା କହିଥିଲେ।
ହସ୍ପିଟାଲ୍ ଫାର୍ମାସୀ ବିଭାଗର ମୁଖ୍ୟ ଡାକ୍ତର ଯସ୍ମୀନ୍ ପଣ୍ଡା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଫାର୍ମାସିଷ୍ଟମାନଙ୍କୁ ଏହି ଦିବସର ଶପଥ ପାଠ କରାଯାଇଥିଲା।

ଆଇଏମ୍‌ଏସ୍ ବିଶ୍ୱ ଫାର୍ମାସିଷ୍ଟ ଦିବସ ସମ୍‌ ହସ୍ପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ଜୁନ ୧୬ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

June 16, 2026

ଯୁଦ୍ଧବିରତି ନା ଆତ୍ମସମର୍ପଣ? ଟ୍ରମ୍ପ-ଇରାନ ଚୁକ୍ତିକୁ ନେଇ ବଢ଼ୁଛି ଚର୍ଚ୍ଚା

June 15, 2026

ପଶ୍ଚିମବଂଗ ଦିଘା ରୁ ‘ଧାମ’ ଶବ୍ଦ ଉଠିବା ପରେ ପୁରୀରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

June 15, 2026

ଆମେରିକା-ଇରାନ ଚୁକ୍ତି ମଧ୍ୟରେ ଏଲପିଜି ଓ ପେଟ୍ରୋଲ ନେଇ ଭାରତ ସରକାରଙ୍କ ବଡ଼ ବୟାନ

June 15, 2026
Latest News

ସ୍ଲୋଭାକ ଗଣରାଜ୍ୟର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

June 16, 2026

ବିସ୍ତୃତ ରାଶିଫଳ: ଜୁନ ୧୬ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

June 16, 2026

ଭାରତ-ସ୍ଲୋଭାକିଆ ମିଳିତ ବିବୃତ୍ତି

June 15, 2026

ଯୁଦ୍ଧବିରତି ନା ଆତ୍ମସମର୍ପଣ? ଟ୍ରମ୍ପ-ଇରାନ ଚୁକ୍ତିକୁ ନେଇ ବଢ଼ୁଛି ଚର୍ଚ୍ଚା

June 15, 2026

ପଶ୍ଚିମବଂଗ ଦିଘା ରୁ ‘ଧାମ’ ଶବ୍ଦ ଉଠିବା ପରେ ପୁରୀରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.