Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିସେମ୍ବର ୩୧ କୁ ହରଡ଼ ଓ ବିରି ଡାଲି ଷ୍ଟକ୍ ସୀମା ବଢ଼ାଇଲେ କେନ୍ଦ୍ର ସରକାର
ଆଜିର ଖବର

ଡିସେମ୍ବର ୩୧ କୁ ହରଡ଼ ଓ ବିରି ଡାଲି ଷ୍ଟକ୍ ସୀମା ବଢ଼ାଇଲେ କେନ୍ଦ୍ର ସରକାର

September 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ହରଡ଼ ଓ ବିରି ଡାଲି ସଂକ୍ରାନ୍ତରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଅଧୀନରେ ପ୍ରଚଳିତ ଷ୍ଟକ୍ ସୀମାର ଅବଧିକୁ ସରକାର ୩୦ ଅକ୍ଟୋବର, ୨୦୨୩ ରୁ ୩୧ ଡିସେମ୍ବର, ୨୦୨୩ କୁ ବୃଦ୍ଧି କରିଛନ୍ତି ଏବଂ କେତେକ ଷ୍ଟକ୍ ହୋଲ୍ଡିଂ ସଂସ୍ଥା ପାଇଁ ଷ୍ଟକ୍ ହୋଲ୍ଡିଂ ସୀମା ମଧ୍ୟ ସଂଶୋଧନ କରିଛନ୍ତି।

ଆଜି ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଡିପୋରେ ହୋଲସେଲର ଏବଂ ବଡ଼ ଶୃଙ୍ଖଳାର ଖୁଚୁରା ବେପାରୀ ମାନଙ୍କ ସହିତ ଷ୍ଟକ୍ ସୀମା ୨୦୦ ମେଟ୍ରିକ୍ ଟନ୍‌ରୁ ୫୦ ମେଟ୍ରିକ୍ ଟନ୍‌କୁ ହ୍ରାସ କରାଯାଇଛି ଏବଂ ମିଲର ମାନଙ୍କ ପାଇଁ ସୀମା ଗତ ୩ ମାସର ଉତ୍ପାଦନ କିମ୍ବା ବାର୍ଷିକ କ୍ଷମତାର ୨୫% ରୁ କମ୍ କରି ଦିଆଯାଇଛି, ଯାହା ବିଗତ ୧ ମାସର ଉତ୍ପାଦନ କିମ୍ବା ବାର୍ଷିକ କ୍ଷମତାର ୧୦%, ଯାହା ତନ୍ମଧ୍ୟରୁ ଅଧିକ ଥିବ।

ଷ୍ଟକ ସୀମାରେ ସଂଶୋଧନ ଏବଂ ସମୟ ଅବଧି ବୃଦ୍ଧି ହେଉଛି ଜମାଖୋରୀକୁ ରୋକିବା ଏବଂ ବଜାରକୁ ପର୍ଯ୍ୟାପ୍ତ ପରିମାଣରେ ହରଡ଼ ଓ ବିରି ଡାଲିକୁ କ୍ରମାଗତ ଭାବରେ ମୁକ୍ତ କରିବାକୁ ସୁନିଶ୍ଚିତ କରିବା ଏବଂ ଉପଭୋକ୍ତା ମାନଙ୍କ ପାଇଁ ସୁଲଭ ମୂଲ୍ୟରେ ହରଡ଼ ଓ ବିରି ଡାଲି ଉପଲବ୍ଧ କରାଇବା।

ସଦ୍ୟତମ ଆଦେଶ ଅନୁଯାୟୀ, ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୨୦୨୩ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ହରଡ଼ ଓ ବିରି ଡାଲି ପାଇଁ ଷ୍ଟକ୍ ସୀମା ଧାର୍ଯ୍ୟ କରାଯାଇଛି। ହୋଲସେଲର ମାନଙ୍କ ପାଇଁ ପ୍ରତ୍ୟେକ ଡାଲି ନିମନ୍ତେ ବ୍ୟକ୍ତିଗତ ଭାବେ ଲାଗୁ ହେଉଥିବା ଷ୍ଟକ୍ ସୀମା ୫୦ ମେଟ୍ରିକ୍ ଟନ୍ ହେବ; ଖୁଚୁରା ବ୍ୟବସାୟୀ ମାନଙ୍କ ପାଇଁ ୫ ମେଟ୍ରିକ୍ ଟନ୍‌; ପ୍ରତ୍ୟେକ ଖୁଚୁରା ଦୋକାନରେ ୫ ମେଟ୍ରିକ୍ ଟନ୍ ଏବଂ ବଡ଼ ଶୃଙ୍ଖଳା ଖୁଚୁରା ବେପାରୀ ମାନଙ୍କ ପାଇଁ ଡିପୋରେ ୫୦ ମେଟ୍ରିକ୍ ଟନ୍‌; ମିଲର୍ ମାନଙ୍କ ପାଇଁ ଉତ୍ପାଦନର ଶେଷ ୧ ମାସ ବା ବାର୍ଷିକ ସ୍ଥାପିତ କ୍ଷମତାର ୧୦% ଯାହା ଅଧିକ ଥିବ। ଆମଦାନୀକାରୀଙ୍କ କ୍ଷେତ୍ରରେ ଆମଦାନୀକାରୀମାନେ ସୀମା ଶୁଳ୍କ ମଞ୍ଜୁରୀ ତାରିଖ ଠାରୁ ୩୦ ଦିନରୁ ଅଧିକ ଆମଦାନୀ ଷ୍ଟକ୍ ରଖି ପାରିବେ ନାହିଁ।

ସମ୍ପୃକ୍ତ ଆଇନଗତ ସଂସ୍ଥାଗୁଡ଼ିକ ଉପଭୋକ୍ତା ବ୍ୟାପାର ବିଭାଗର ପୋର୍ଟାଲ (https://fcainfoweb.nic.in/psp) ରେ ଷ୍ଟକ୍ ସ୍ଥିତି ଘୋଷଣା କରିବେ ଏବଂ ଯଦି ସେମାନଙ୍କ ପାଖରେ ଥିବା ଷ୍ଟକ୍ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ହୁଏ, ତେବେ ସେମାନେ ବିଜ୍ଞପ୍ତି ଜାରି ହେବାର ୩୦ ଦିନ ମଧ୍ୟରେ ଏହାକୁ ନିର୍ଦ୍ଧାରିତ ଷ୍ଟକ୍ ସୀମାକୁ ଆଣିବେ।

ଏହା ପୂର୍ବରୁ ଜମାକାରୀ ଓ ଅସାଧୁ କାର୍ଯ୍ୟକୁ ରୋକିବା ଏବଂ ଉପଭୋକ୍ତାଙ୍କ ସାମର୍ଥ୍ୟରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ସରକାର ୨୦୨୩ ଜାନୁଆରୀ ୨ ତାରିଖରେ ହରଡ଼ ଓ ବିରି ଡାଲି ପାଇଁ ଷ୍ଟକ୍ ସୀମାକୁ ନେଇ ବିଜ୍ଞପ୍ତି ଜାରି କରିଥିଲେ। ରାଜ୍ୟ ସରକାରଙ୍କ ସହ ସାପ୍ତାହିକ ଭିତ୍ତିରେ ସମୀକ୍ଷା କରାଯାଇଥିବା ଷ୍ଟକ ପ୍ରକଟୀକରଣ ପୋର୍ଟାଲ ଜରିଆରେ ଉପଭୋକ୍ତା ବ୍ୟାପାର ବିଭାଗ ହରଡ଼ ଓ ବିରି ଡାଲିର ଷ୍ଟକ୍ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।

କେନ୍ଦ୍ର ସରକାର ଡିସେମ୍ବର ୩୧ ଷ୍ଟକ୍ ସୀମା ହରଡ଼
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଓଲଟିଲା ଅଟୋ; ୮ ଛାତ୍ରଛାତ୍ରୀଙ୍କ ସମେତ ଚାଳକ ଆହତ

August 15, 2026

ଓସିଏ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ବିସିସିଆଇ ଦାଖଲ କରିବ ଜବାବ, ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି

August 15, 2026

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ “ଆଧୁନିକ”ର ପ୍ରଥମ ସମ୍ପାଦକୀୟ

August 15, 2026
Latest News

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଓଲଟିଲା ଅଟୋ; ୮ ଛାତ୍ରଛାତ୍ରୀଙ୍କ ସମେତ ଚାଳକ ଆହତ

August 15, 2026

ଓସିଏ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ବିସିସିଆଇ ଦାଖଲ କରିବ ଜବାବ, ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି

August 15, 2026

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଅମର ଲେଖନୀରୁ “ଆଧୁନିକ”ର ପ୍ରଥମ ସମ୍ପାଦକୀୟ

August 15, 2026

ଆଜିଠାରୁ ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଜାଣନ୍ତୁ ପ୍ଲେଇଂ ଏକାଦଶ ଏବଂ ପିଚ୍ ରିପୋର୍ଟ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.