Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ନେଇ ଧାରଣା: ସାମିଲ ହେଲେ ଉତ୍କଳ ମହିଳା ସମିତି
ଆଜିର ଖବର

୨୦ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ନେଇ ଧାରଣା: ସାମିଲ ହେଲେ ଉତ୍କଳ ମହିଳା ସମିତି

September 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜୁନାଗଡ଼ (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଗଣଧାରଣା ଆଜି ୨୦ ତମ ଦିନରେ ପହଞ୍ଚିଛି। ଆଜି ଉତ୍କଳ ମହିଳା ସମିତି ପକ୍ଷରୁ ଏହି ଗଣଧାରଣାରେ ସାମିଲ ହୋଇଥିଲେ।

ଜୁନାଗଡ଼ ହେଉଛି ଐତିହାସିକ ସହର। ନାଗବଂଶୀ ରାଜାଙ୍କ ସମୟରେ ଥିଲା ରାଜଧାନୀ। ତେଣୁ ଯିଏ ଯେଉଁ ଦଳରେ ରହୁନା କାହିଁକି ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ପାଇଁ ଆମକୁ ଦଳମତ ନିର୍ବିଶେଷରେ ଏକ ଜୁଟ ହୋଇ ଗୋଟିଏ ସ୍ୱର ହେବାକୁ ପଡ଼ିବ। ଅତୀତରେ ଆମ ହକକୁ ଛେଡେଇ ନିଆ ଯାଇଛି। ତେଣୁ ଆମ ପୂର୍ବ ଗୌରବକୁ ଫେରାଇ ଦିଅ, ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମହିଳାମାନେ ରକ୍ଷାକର୍ତ୍ତାରୁ ସଂଘାରକର୍ତ୍ତା ସାଜି ଦମନ କରିବାର କ୍ଷମତା ମଧ୍ୟ ରଖିଛନ୍ତି। ତେଣୁ ରାଜ୍ୟ ସରକାର ମାଁ ର ସମ୍ମାନ ପାଇଁ ମାଁ ମାନଙ୍କ ଆବେଦନକୁ ସ୍ୱୀକାର କରି ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦିଅନ୍ତୁ ବୋଲି ଉତ୍କଳ ମହିଳା ସମିତିର ମାଁ ମାନେ ଚେତାବନୀ ଦେଇଥିଲେ।

ଆଜି ଜିଲ୍ଲା ମାନ୍ୟତା ଦାବୀକୁ ସମର୍ଥନ ଜଣାଇ ଜୁନାଗଡ଼ ଉତ୍କଳ ମହିଳା ସମିତି ପକ୍ଷରୁ ଧାରଣାରେ ସାମିଲ ହୋଇଥିଲେ। କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ଼ ଓ ସଂଯୋଜକ ତଥା ନଗରପାଳ ମୂକେଶ ଅଗ୍ରୱାଲ ଓ ପ୍ରଭାତ ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଉତ୍କଳ ମହିଳା ସମିତିର ଅଧ୍ୟକ୍ଷ୍ୟା ମନୋରମା ମହାଳିକ ଅଧ୍ୟକ୍ଷତା କରିଥିଲେ।

ଏହି ବିକ୍ଷୋଭ ସଭାରେ ସମିତି ର ସଂଗୀତା ବାଗ, ସରୋଜିନୀ କାଣ୍ଡ, ଗୀତା ବିଭାର, କୁମୁଦିନି ପ୍ରଧାନୀ, ଜୟଶ୍ରୀ ନାଗ, ଦୟା ନିଆଲ, ଅମ୍ବିକା ବାଗ, କୁନି ବନ୍ଦିଛୋଡ, କଳ୍ପନା ବରାଡ଼, ଲଳିତା ରଣା, ସଂଯୁକ୍ତା ଚନ୍ଦନ, ସୁକାନ୍ତି ଦାସ, ରାନିମତି ଛତ୍ରୀଆ, ଟୁନି ପାତ୍ର, ମିନା ବାଗ, ଆଦିତ୍ୟ କୁମାର ମହାନ୍ତି, ଅରୁପାନନ୍ଦ ନାଗ, ଦୁଷ୍ମନ୍ତ ନାଏକ, ବିକ୍ରାନ୍ତ ପଟ୍ଟନାୟକ, ବିଶ୍ଵରଞ୍ଜନ ନାଏକ,ସନ୍ଦୀପ କୁମାର ସାହୁ, ଅଗସ୍ତି ସୁନାନୀ, ଗଣେଶ ପଧାନ, ବିମଳଚନ୍ଦ୍ର ଶତପଥୀ ପ୍ରମୁଖ ଉଦବୋଧନ ଦେଇଥିଲେ।

କଳାହାଣ୍ଡି ଜିଲ୍ଲା ଜିଲ୍ଲା ମାନ୍ୟତା ଜୁନାଗଡ
Share. Facebook Twitter LinkedIn Email WhatsApp Copy Link

Related Posts

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.