Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାମନ୍ତବାଦ ଓ ରୁଢିବାଦ ବିରୋଧୀ ସଂଘର୍ଷର ପ୍ରତୀକ ପ୍ରଜାତନ୍ତ୍ର: ଅନୁରାଗ ସିଂ ଠାକୁର
ଆଜିର ଖବର

ସାମନ୍ତବାଦ ଓ ରୁଢିବାଦ ବିରୋଧୀ ସଂଘର୍ଷର ପ୍ରତୀକ ପ୍ରଜାତନ୍ତ୍ର: ଅନୁରାଗ ସିଂ ଠାକୁର

October 4, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କଟକରେ ଦୈନିକ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ର ଶତବାର୍ଷିକୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଆଜି ପ୍ରଜାତନ୍ତ୍ରକୁ ପୁରୁଣା ପ୍ରଜାତନ୍ତ୍ର ଭାବେ ଦେଖିବା ପାଇଁ ଓଡ଼ିଶା ଅପେକ୍ଷା କରିଛି ବୋଲି କହିଛନ୍ତି। ସେହିପରି ପ୍ରଜାତନ୍ତ୍ର ସାମନ୍ତବାଦ ଓ ରୁଢିବାଦ ବିରୋଧରେ ସଂଘର୍ଷର ଏକ ପ୍ରତୀକ ଅଟେ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକ ସଭ୍ୟତାରେ ସମାଜ ଜାଗ୍ରତ ହୋଇ ସଚେତନତା ସୃଷ୍ଟି କରିବା ସହ ସମ୍ବେଦନଶୀଳ ହୋଇ ନିଜକୁ ସବୁବେଳେ ସମ୍ଭାଳିବାର ଶକ୍ତି ରଖେ । ପ୍ରଜାତନ୍ତ୍ର ସେଭଳି ଏକ ଆନ୍ଦୋଳନ । ଏହି ସମ୍ବାଦପତ୍ର କେବଳ ଜନତାଙ୍କ ପାଖରେ ଖବର ପହଞ୍ଚାଇବା ପାଇଁ ନୁହେଁ ବରଂ ଗାଁ ମଜଲିସ ମାଧ୍ୟମରେ ସାମ୍ବାଦିକ ଭାଷାକୁ ରୂପ ଦେବା ସହ ଓଡ଼ିଶାରେ ସାହିତ୍ୟକୁ ଆଗକୁ ନେବା ପାଇଁ ଯଥେଷ୍ଟ ପ୍ରୟାସ କରିଛି । ମହତାବଙ୍କ ଦ୍ୱାରା ଲିଖିତ ‘ଗାଁ ମଜଲିସ’ ସମାଜରେ ପରିବର୍ତ୍ତନ ଆଣିବାର ଏକ ମାଧ୍ୟମ ଥିଲା । ଏକବିଂଶ ଶତାବ୍ଦୀରେ ଏହି ସମ୍ବାଦପତ୍ର ସମୀକ୍ଷା ସହ ଓଡ଼ିଶାର ଲୋକଙ୍କ ପାଖରେ ପହଞ୍ଚୁ । ଓଡ଼ିଶାର ପୁଞ୍ଜି ବୌଦ୍ଧିକ ସ୍ପଷ୍ଟତା । ତେଣୁ କଟକର ଚିନ୍ତା କରିଥିବା ବାଇମୁଣ୍ଡିଙ୍କ ପରି ରାଜ୍ୟର ବାଇମୁଣ୍ଡି ମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରାଜ୍ୟରେ ଦାୟିତ୍ୱ ନେଉଥିବା ଲୋକଙ୍କୁ ଉଜାଗର କରିବାକୁ ହେବ ।

ପ୍ରଜାତନ୍ତ୍ର ପରିବାରର ପ୍ରତ୍ୟେକ ସଦସ୍ୟ ଏକ ଶତାବ୍ଦୀ ଧରି ଖବରକାଗଜର ପ୍ରତିଷ୍ଠାତା ଡ. ହରେକୃଷ୍ଣ ମହତାବଙ୍କ ଚିନ୍ତାଧାରାକୁ ଓଡ଼ିଶାବାସୀଙ୍କ ମଧ୍ୟରେ ବଞ୍ଚାଇ ରଖିଛନ୍ତି । ଏହି ଶୁଭ ଅବସରରେ ‘ପ୍ରଜାତନ୍ତ୍ର’ ସହ ଜଡ଼ିତ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । କଟକରୁ ଆରମ୍ଭ ହୋଇଥିବା ‘ପ୍ରଜାତନ୍ତ୍ର’ ତତ୍କାଳୀନ ସମୟର ପରିଚୟ ଓ ଓଡ଼ିଆ ଜନତାଙ୍କର ଅଭିବ୍ୟକ୍ତି ଥିଲା । ଆଜି ପ୍ରଜାତନ୍ତ୍ର ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନୀ ଦେଖିବା ବେଳେ ମନରେ ଅନୁଭବ ହେଲା ଯେ, ସେ ସମୟର ପ୍ରଜାତନ୍ତ୍ର ଓଡ଼ିଆ ଭାଷା, ଜାତି, ଅସ୍ମିତା ଓ ଓଡ଼ିଆ ସ୍ୱାଭିମାନ ଥିଲା । ‘ଉତ୍କଳ କେଶରୀ’ ଡ. ହରେକୃଷ୍ଣ ମହତାବ ବହୁତ ଭଲରେ ଓଡ଼ିଆଙ୍କ ସ୍ପନ୍ଦନକୁ ବୁଝିପାରିଥିଲେ । ଏହି ଅବସରରେ ସେହି ଯୁଗଦ୍ରଷ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଦେଶର ସ୍ୱତନ୍ତ୍ରତା ଆନ୍ଦୋଳନ ସମୟରେ ପ୍ରଜାତନ୍ତ୍ର ଏକ ବହୁତ ବଡ ଦାୟିତ୍ୱ ତୁଲାଇଥିଲା । ଉତ୍କଳକେଶରୀ ହରେକୃଷ୍ଣ ମହତାବ ଓଡ଼ିଶା ସମେତ ଜାତୀୟ ସ୍ତରରେ ନିଜ ଜୀବନରେ ଅନେକ ଗୁରୁ ଦାୟିତ୍ୱ ନିର୍ବାହ କରିଛନ୍ତି । ଯେଉଁଠି ଲୋକତନ୍ତ୍ରକୁ କିଛି ଲୋକ ଲୁଟତନ୍ତ୍ର ବନାଇ ଦେଇଛନ୍ତି ଏବଂ ପ୍ରଜାତନ୍ତ୍ରକୁ ପରିବାରତନ୍ତ୍ର ବନାଇ ଦେଇଛନ୍ତି, ସେଭଳି ସମୟରେ ପ୍ରଜାତନ୍ତ୍ର ଭଳି ପତ୍ରିକା ମାଧ୍ୟମରେ ଦେଶକୁ ପୁଣି ଥରେ ବଞ୍ଚାଇବା ଜରୁରୀ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ସ୍ୱାଧୀନତା ପୂର୍ବରୁ ଗୋଟଏ ଲଢେଇ ଥିଲା, ଆଉ ଏବେ ଗୋଟିଏ ଲଢେଇ ଅଛି । ସେତେବେଳେ ଇଂରେଜଙ୍କ ଠାରୁ ମୁକ୍ତି ପାଇବା ପାଇଁ ଲଢେଇ ଥିଲା ଆଉ ଏବେ ବ୍ରିଟିଶ ଆଭିମୁଖ୍ୟ ରଖୁଥିବା ଲୋକଙ୍କ ଠାରୁ କେମିତି ମୁକ୍ତି ପାଇବା, ସେଥିପାଇଁ ଲଢେଇ ଚାଲିଛି । ଆଜିର ସମୟରେ ଯେତେବେଳେ କିଛି ସାମ୍ବାଦିକ ଓ ଗଣମାଧ୍ୟମ ସତ୍ୟ ଖବର ସଂଗ୍ରହ କରିବା ପାଇଁ ପରିଶ୍ରମ କରୁଛନ୍ତି ସେ ସମୟରେ କିଛି ଲୋକ ନ୍ୟୁଜ୍ ନାଁରେ ଫେକ୍ ନ୍ୟୁଜ୍ ପ୍ରଚାର କରୁଛନ୍ତି । ଏହା ଦ୍ୱାରା ବ୍ୟକ୍ତି, ସମାଜ, ସରକାର ଓ ଦେଶର କ୍ଷତି ହେଉଛି । ଏହି ଫେକ୍ ନ୍ୟୁଜକୁ ଯାଞ୍ଚ କରିବା ପାଇଁ ଭାରତ ସରକାରଙ୍କ ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ବନାଯାଇଛି ବୋଲି ସେ କହିଛନ୍ତି ।

ଉଭୟ କେନ୍ଦ୍ରମନ୍ତ୍ରୀ ‘ପ୍ରଜାତନ୍ତ୍ର’ର ଶତବାର୍ଷିକୀ ସମାରୋହ ଅବସରରେ  ସାଂସଦ ତଥା ‘ପ୍ରଜାତନ୍ତ୍ର’ ର ସମ୍ପାଦକ ଭର୍ତ୍ତୃହରି ମହତାବ ଓ ସମ୍ବାଦପତ୍ର ସହ ଜଡ଼ିତ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଅନୁରାଗ ସିଂ ଠାକୁର ଧର୍ମେନ୍ଦ୍ର ପ୍ରଧାନ ପ୍ରଜାତନ୍ତ୍ର ଶତବାର୍ଷିକୀ ସମାରୋହ ସମ୍ବାଦପତ୍ର ହରେକୃଷ୍ଣ ମହତାବ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026
Latest News

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.