Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇସିସି ର ବଡ଼ ନିଷ୍ପତ୍ତି: ବିଶ୍ୱକପ-୨୦୨୩ ର ବ୍ରାଣ୍ଡ ଆମ୍ବାସାଡର ହେଲେ ସଚିନ ତେନ୍ଦୁଲକର
ଆଜିର ଖବର

ଆଇସିସି ର ବଡ଼ ନିଷ୍ପତ୍ତି: ବିଶ୍ୱକପ-୨୦୨୩ ର ବ୍ରାଣ୍ଡ ଆମ୍ବାସାଡର ହେଲେ ସଚିନ ତେନ୍ଦୁଲକର

October 4, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଦିନ ଅହମ୍ମଦାବାଦରୁ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ପାଇଁ ଭାରତର କିମ୍ବଦନ୍ତୀ ଖେଳାଳି ସଚିନ୍ ତେନ୍ଦୁଲକରଙ୍କୁ ବିଶ୍ୱ ଦୂତ (ବ୍ରାଣ୍ଡ ଆମ୍ବାସାଡର) ଭାବରେ ନିଯୁକ୍ତ କରିଛି। ତେନ୍ଦୁଲକର ୬ ଥର ODI ବିଶ୍ୱକପରେ ଭାଗ ନେଇଛନ୍ତି। ଗୁରୁବାର ଦିନ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ପୂର୍ବରୁ ସେ ବିଶ୍ୱକପ ଟ୍ରଫି ସହ ପଡ଼ିଆକୁ ଆସି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିବେ। ତେନ୍ଦୁଲକର ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ, “୧୯୮୭ ରେ ଏକ ବଲ୍ ବୟ ହେବା ଠାରୁ ଆରମ୍ଭ କରି ୬ ଟି ଟୁର୍ଣ୍ଣାମେଣ୍ଟରେ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ପର୍ଯ୍ୟନ୍ତ ବିଶ୍ୱକପ୍ ସର୍ବଦା ମୋ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଆସୁଛି। ୨୦୧୧ ରେ ବିଶ୍ୱକପ୍ ଜିତିବା ମୋର କ୍ରିକେଟ୍ କ୍ୟାରିୟରର ଗର୍ବର ମୁହୂର୍ତ୍ତ ଅଟେ।”

ସେ କହିଛନ୍ତି ଯେ, “ଏଠାରେ ଅନେକ ବିଶ୍ୱସ୍ତରୀୟ ଦଳ ଏବଂ ଖେଳାଳି ଭାରତରେ ହେବାକୁ ଥିବା ବିଶ୍ୱକପ୍‌ରେ କଡ଼ା ପ୍ରତିଯୋଗିତା କରିବାକୁ ପ୍ରସ୍ତୁତ ଅଛନ୍ତି। ମୁଁ ଏହି ଆକର୍ଷଣୀୟ ଟୁର୍ଣ୍ଣାମେଣ୍ଟକୁ ଅପେକ୍ଷା କରିଛି। ବିଶ୍ୱକପ ଭଳି ବଡ଼ ପ୍ରତିଯୋଗିତା ଯୁବ ଖେଳାଳିଙ୍କୁ ପ୍ରେରଣା ଯୋଗାଉଛି।” ମୁଁ ଆଶା କରୁଛି “ଏଥର, ଏହି ଟୁର୍ଣ୍ଣାମେଣ୍ଟ ଯୁବକ ଯୁବତୀ ଏବଂ ବାଳକମାନଙ୍କୁ କ୍ରୀଡ଼ାରେ ଯୋଗଦେବାକୁ ଏବଂ ଦେଶକୁ ପ୍ରତିନିଧିତ୍ୱ କରିବା ପାଇଁ ପ୍ରେରଣା ଯୋଗାଇବ।

ପ୍ରକାଶ ଯୋଗ୍ୟ ଯେ, ସଚିନ ତେନ୍ଦୁଲକର ହେଉଛନ୍ତି ବ୍ୟାଟ୍ସମ୍ୟାନ୍ ଯିଏ ବିଶ୍ୱକପ ଇତିହାସରେ ସର୍ବାଧିକ ଶତକ ହାସଲ କରିଛନ୍ତି। ବିଶ୍ୱକପ ଇତିହାସରେ ୬ ଟି ଶତକ ହାସଲ କରିବାରେ ତେନ୍ଦୁଲକର ସଫଳ ହୋଇଛନ୍ତି। ଏଥି ସହିତ ତେନ୍ଦୁଲକର ବିଶ୍ୱକପରେ ୨୨୭୮ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ସମୁଦାୟ ୧୫ ଟି ଅର୍ଦ୍ଧଶତକ ରହିଛି।

ahammadabad crcket world cup icc odi Sachin Tendulkar ବ୍ରାଣ୍ଡ ଆମ୍ବାସାଡର
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.