Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ ଜମିରେ ଥିବା ବେଆଇନ ଘରକୁ ଭାଙ୍ଗିଲା ପ୍ରଶାସନ 
ଆଜିର ଖବର

ସରକାରୀ ଜମିରେ ଥିବା ବେଆଇନ ଘରକୁ ଭାଙ୍ଗିଲା ପ୍ରଶାସନ 

October 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଡଇଁଚା ପଂଚାୟତର ପାଇକମାଳ ଗ୍ରାମ ନିକଟରେ ଥିବା କେନ୍ଦୁଛକ ଠାରୁ ସରକାରୀ ଜମିରେ ଘର କରି ରହୁଥିବା ଲୋକମାନଙ୍କର ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି ପ୍ରଶାସନ।
ଆଜି ପୂର୍ବାହ୍ନରେ ପ୍ରଶାସନ ନାକଟିଦେଉଳ ତହସିଲ୍ ଦାର୍ ଙ୍କୁ ମାଜିଷ୍ଟେଟ୍ ଦାୟିତ୍ବରେ ଵିବାଦୀୟ ଜାଗାକୁ ପଠାଇଥିଲେ।

ପ୍ରଶାସନର ନିର୍ଦ୍ଦେଶକ୍ରମେ ସରକାରୀ ଜାଗାରେ ଘର କରି ରହୁଥିବା ବ୍ୟକ୍ତିମାନଙ୍କର ଘରକୁ ଜେସିବି ଲଗାଇଭାଙ୍ଗି ଦିଆଯାଇଛି। ଘର କରି ରହୁଥିବା ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ପୋଲିସ୍ କର୍ମଚାରୀମାନଙ୍କ ସହ ପାଟିତୁଣ୍ଡ କରିଥିଲେ। ଏପରିକି ଘର ଭାଙ୍ଗିବାକୁ ଜେସିବି ଯିବା ସମୟରେ ସଂପ୍ରୁକ୍ତ ବ୍ୟକ୍ତି ବିଶେଷ ବାଧା ଦେଉଥିଲେ। ପୋଲିସ୍ ବିଭାଗ ଏହାର ପ୍ରତିରୋଧ ମଧ୍ୟ କରିଥିଲେ। ଗଣ୍ଡଗୋଳ ଯେମିତି ନ ହେବ ସେଥିପାଇଁ ୧ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମ୍ରୁତୟନ କରାଯାଇଥିଲା।

ଘର କରି ରହିଥିବା ବ୍ୟକ୍ତିମାନଙ୍କର ପାଇକମାଳ ଏଵଂ ତଣ୍ଡାବିରା ଗ୍ରାମରେ ନିଜସ୍ବ ଘର ମଧ୍ୟ ରହିଛି। ଏହି ସରକାରୀ ଜମିକୁ ଜବର ଦଖଲ କରି ପଟ୍ଟା କରି ନେବାକୁ ଚକ୍ରାନ୍ତ କରୁଥିଲେ। ତହସିଲ୍ ବିଭାଗର ଅସାଧୁ କର୍ମଚାରୀମାନଙ୍କ ପାଇଁହିଁ ଏହି ବିବାଦିୟ ସ୍ଥାନକୁ ସେମାନେ ଅନାୟାସରେ ପ୍ରବେଶ କରିଥିଲେ। ପୂର୍ବରୁ ସେଇ ଘର ଛାଡି ନିଜର ଜିନିଷପତ୍ର ଧରି ବାହାରିଯିବାକୁ ମଧ୍ୟ ନୋଟିସ୍ ଦିଆଯାଇଥିଲା।

ପୂର୍ବରୁ ନାକଟିଦେଉଳର ପୂର୍ବତନ ତହସିଲଦାର୍ ସୁକାନ୍ତ ନାଏକ ମଧ୍ୟ ସେଇ ଘରର କିଛି ଅଂଶ ଭାଙ୍ଗି ଦେଇଥିଲେ।  ଯା’ଫଳରେ କିଛି ଆଦିବାସୀ ଡଇଁଚା ଗ୍ରାମରେ ପୂର୍ବତନ ତହସିଲ୍ ଦାର ଙ୍କୁ ଆର୍ ଆଇ ଅଫିସ୍ ସାମ୍ନାରେ ଘେରାଉ କରିବା ସହ ୩ କିମି ରାସ୍ତା ତଲାଇ ଚଲାଇ ନେଇ ଥିଲେ। ଏପରିକି ନାକଟିଦେଉଳ ତହସିଲ୍ ଅଫିସ୍ ମଧ୍ୟ ଘେରାଉ କରି ଥିଲେ ଆଦିବାସୀମାନେ।

ଏହି ଉଚ୍ଛେଦ ସମୟରେ ରେଢାଖୋଲ ଥାନା, ଚାରମାଳ ଥାନା, ନାକଟିଦେଉଳ ଥାନା ଏଵଂ କିସିଣ୍ଡା ଥାନାର ଥାନାଅଧିକାରୀ ସମେତ ସମ୍ବଲପୁରରୁ ପୋଲିସ୍ ଫୋର୍ସ ଉପସ୍ଥିତ ଥିଲେ।

ନାକଟିଦେଉଳ ବ୍ଲକ୍ ସରକାରୀ ଜମି
Share. Facebook Twitter LinkedIn Email WhatsApp Copy Link

Related Posts

ଚୂଡ଼ାନ୍ତ ପର୍ଯ୍ୟାୟରେ ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା

August 7, 2026

ବ୍ରିକ୍ସ ଶିକ୍ଷା: ଶିକ୍ଷା ବ୍ୟବସ୍ଥା ପାଇଁ ସହଯୋଗ ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା

August 7, 2026

ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୨୫୧ କେଜି ଗଞ୍ଜେଇ ଜବତ, ୨ ଗିରଫ

August 7, 2026

ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କଲେ ରାଜସ୍ୱ ମନ୍ତ୍ରୀ

August 7, 2026
Latest News

ଚୂଡ଼ାନ୍ତ ପର୍ଯ୍ୟାୟରେ ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା

August 7, 2026

ବ୍ରିକ୍ସ ଶିକ୍ଷା: ଶିକ୍ଷା ବ୍ୟବସ୍ଥା ପାଇଁ ସହଯୋଗ ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା

August 7, 2026

ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୨୫୧ କେଜି ଗଞ୍ଜେଇ ଜବତ, ୨ ଗିରଫ

August 7, 2026

ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କଲେ ରାଜସ୍ୱ ମନ୍ତ୍ରୀ

August 7, 2026

ଏଣିକି ମୁଖ୍ୟରାସ୍ତା କଡରେ ନିର୍ମାଣ ହେବ ଯାତ୍ରୀ ସୁବିଧା କେନ୍ଦ୍ର, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ସମୀକ୍ଷା

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.