Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୨୨ତମ ଦିବସରେ ୬୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ 
ଆଜିର ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୨୨ତମ ଦିବସରେ ୬୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ 

October 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଗୁରୁବାର ଯାତ୍ରାର ୨୨ତମ ଦିବସରେ ୬୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୨ଟି ପ୍ରମୁଖ ଜିଲ୍ଲା ମୟୂରଭଞ୍ଜ ଏବଂ ସମ୍ବଲପୁର ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୭ଟି କଲେଜ ଗସ୍ତ କରି ୩୭୩ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୬୩ଟି ଆଇଡିଆ ସଂଗ୍ରହ କରିଛି।

ଗୁରୁବାର ଷ୍ଟାର୍ଟଅପ୍ ଯାତ୍ରା ଭ୍ୟାନ୍ ସମ୍ବଲପୁର ଜିଲ୍ଲାର ସରକାରୀ ଆଇଟିଆଇ (ହୀରାକୁଦ), ସରକାରୀ ଆଇଟିଆଇ (ରସନପୁର) ଓ ମହିଳା ମହାବିଦ୍ୟାଳୟ ପରିଦର୍ଶନ କରିଥିବା ବେଳେ, ଷ୍ଟାର୍ଟଅପ ଭ୍ୟାନ୍ ମୟୂରଭଞ୍ଜ ଜିଲ୍ଲାର ସରକାରୀ ମହିଳା ମହାବିଦ୍ୟାଳୟ, ପୂର୍ଣ୍ଣଚନ୍ଦ୍ର ସରକାରୀ ଆଇଟିଆଇ, ସରକାରୀ ପଲିଟେକ୍ନିକ୍ ଏବଂ ଡିଭାଇନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ପରିଦର୍ଶନ କରିଛି।

ବର୍ତ୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୮୫ଟି କଲେଜ୍ ଏବଂ ୬୧ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୨୬,୨୯୩ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୨୩୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ଏହାର ଯାତ୍ରାକୁ ଆଗେଇ ନେଇ ଅକ୍ଟୋବର ୧୩ (ଶୁକ୍ରବାର) ଦିନ ବାଲେଶ୍ୱର, ନୟାଗଡ଼, ଦେବଗଡ଼ ଓ ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାସ୍ତରରେ ଉଦ୍ୟୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବ।

ଆସନ୍ତା ଶୁକ୍ରବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ବାଲେଶ୍ୱର ଜିଲ୍ଲାର କେଭି ବାଲେଶ୍ୱର, ବାଲେଶ୍ୱର ଜିଲା ସ୍କୁଲ, ଫକୀର ମୋହନ କଲେଜ, କେକେଏସ୍ ମହିଳା ମହାବିଦ୍ୟାଳୟ ପରିକ୍ରମା କରିବ। ଏହି ଭ୍ୟାନ୍ ଦେବଗଡ଼ ଆଇଟିସି, ସରକାରୀ ଆଇଟିଆଇ ବାରକୋଟ ଓ ପଞ୍ଚାୟତ (ଡିଗ୍ରୀ) କଲେଜ(କଲ୍ଲା) ପରିଦର୍ଶନ କରିବ। ଏହି ଭ୍ୟାନ୍ ନୟାଗଡ଼ ଜିଲ୍ଲାର ୟୁନିଟେକ୍ ଡିଗ୍ରୀ କଲେଜ, ବଂଶୀଧର ମହାବିଦ୍ୟାଳୟ, ଡିଭାଇନ୍ ଡିଗ୍ରୀ କଲେଜ ଓ ଆଇଟିଆଇ ନୟାଗଡ଼ ପରିଦର୍ଶନ କରିବାକୁ ଥିବାବେଳେ, ଗଞ୍ଜାମ ଜିଲ୍ଲାର ବେଦବ୍ୟାଶ ଆବାସିକ ଡିଗ୍ରୀ କଲେଜ ଓ ଶଶୀଭୂଷଣ ରଥ ସରକାରୀ (ସ୍ୱୟଂଶାସିତ) ମହିଳା ମହାବିଦ୍ୟାଳୟ ପରିଦର୍ଶନ କରିବ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ।

ଆଇଡିଆ ସଂଗ୍ରହ ଏକ୍ସପ୍ରେସ ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓଡିଶା ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ବିବାଦୀୟ ଅଧ୍ୟାୟ ପାଇଁ ସାର୍ବଜନୀନ ଭାବରେ କ୍ଷମା ମାଗିଲା NCERT

March 10, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ କୀର୍ତ୍ତି ଆଜାଦଙ୍କ ଟିମ୍ ଇଣ୍ଡିଆକୁ କଟାକ୍ଷ: ଜୟ ଶାହଙ୍କୁ କଲେ ଟାର୍ଗେଟ

March 10, 2026

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026
Latest News

ବିବାଦୀୟ ଅଧ୍ୟାୟ ପାଇଁ ସାର୍ବଜନୀନ ଭାବରେ କ୍ଷମା ମାଗିଲା NCERT

March 10, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ କୀର୍ତ୍ତି ଆଜାଦଙ୍କ ଟିମ୍ ଇଣ୍ଡିଆକୁ କଟାକ୍ଷ: ଜୟ ଶାହଙ୍କୁ କଲେ ଟାର୍ଗେଟ

March 10, 2026

ଗ୍ୟାସ୍ ଅଭାବ ହେଲେ କାହାକୁ ପ୍ରାଥମିକତା ଦେବେ ସରକାର?: ଦେଖନ୍ତୁ ତାଲିକା

March 10, 2026

ପରିବର୍ତ୍ତନଶୀଳ ବିଶ୍ୱ ବ୍ୟବସ୍ଥା: ଆନ୍ତର୍ଜାତୀୟ ରାଜନୀତିର ନୂଆ ପରିଦୃଶ୍ୟ

March 10, 2026

ପରବର୍ତ୍ତୀ ବିଶ୍ୱକପ୍ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଗୌତମ ଗମ୍ଭୀର: ଜାଣନ୍ତୁ କ’ଣ କହିଲେ ମୁଖ୍ୟ ପ୍ରଶିକ୍ଷକ?

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.