Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୯୩୭ ବ୍ୟୋମଯାନ ଆଇନରେ ସଂଶୋଧନ: ସୁରକ୍ଷାକୁ ସୁଦୃଢ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
ଆଜିର ଖବର

୧୯୩୭ ବ୍ୟୋମଯାନ ଆଇନରେ ସଂଶୋଧନ: ସୁରକ୍ଷାକୁ ସୁଦୃଢ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

October 17, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
UAE ର ବଡ଼ କାର୍ଯ୍ୟାନୁଷ୍ଠାନ: ୪୮ ଘଣ୍ଟା ମଧ୍ୟରେ ୧୫ ପାକିସ୍ତାନୀଙ୍କୁ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ
UAE ର ବଡ଼ କାର୍ଯ୍ୟାନୁଷ୍ଠାନ: ୪୮ ଘଣ୍ଟା ମଧ୍ୟରେ ୧୫ ପାକିସ୍ତାନୀଙ୍କୁ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ୧୯୩୭ ମସିହାରେ ଭାରତୀୟ ବ୍ୟୋମଯାନ ଆଇନରେ ସରକାର ଯେଉଁସବୁ ସଂଶୋଧନ ଆଣିଥିଲେ ତାହାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାର ଅର୍ଥ ହେଲା ଏହି ସଂଶୋଧିତ ନିୟମାବଳୀ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ ହୋଇଛି। ଏହି ସଂଶୋଧନ ଦେଶର ଉଡାଣ କ୍ଷେତ୍ରରେ ସୁରକ୍ଷା ଓ ନିରାପତ୍ତାକୁ ସୁଦୃଢ କରିବ। ସେହିଭଳି ବେସାମରିକ ଉଡାଣ ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟକୁ ସହଜ ତଥା ସୁଗମ କରିବା ପାଇଁ ଏହା ବିଶେଷ ସହାୟକ ହେବ। ବେସମାରିକ ବିମାନ ଚଳାଚଳ କ୍ଷେତ୍ରକୁ ଅଧିକ ସମୟ ଉପଯୋଗୀ, ନିରାପଦ, ସୁରକ୍ଷିତ ଓ ଦକ୍ଷ କରିବା ପାଇଁ ଏହି ସଂଶୋଧନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଉଡାଣ କ୍ଷେତ୍ର ସହିତ ସମ୍ପୃକ୍ତ ସବୁ ପକ୍ଷଙ୍କ ସହ ବ୍ୟାପକ ପରାମର୍ଶ ଓ ବିଚାର ଆଲୋଚନା ପରେ ସରକାର ୧୯୩୭ ଆଇନରେ ସଂଶୋଧନ ଆଣିଛନ୍ତି। ଏହା ଫଳରେ ଏହି କ୍ଷେତ୍ରର ନିରାପତ୍ତା, ସୁରକ୍ଷା ଓ ନିୟନ୍ତ୍ରଣ କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଅଣାଯାଇଛି। ଏହି ସଂସ୍କାର ଫଳରେ ଭାରତ ବେସାମରିକ ଉଡାଣ ଓ ନିୟନ୍ତ୍ରଣ ନୀତି ଆନ୍ତର୍ଜାତିକ ନିୟମର ଅନୁରୂପ ହେବ ଏବଂ ଏଥିରେ ଭିନ୍ନତା ପ୍ରାୟ ରହିବ ନାହିଁ। ନୂଆ ସଂଶୋଧିତ ବ୍ୟବସ୍ଥାରେ ଆନ୍ତର୍ଜାତିକ ବେସାମରିକ ଉଡାଣ ପ୍ରତିଷ୍ଠାନ ଆଇସିଏଓର ମାନକୁ ଗ୍ରହଣ କରାଯାଇଛି।

ଏହାଛଡା ଉଡାଣ କ୍ଷେତ୍ରରେ ସୁରକ୍ଷା ଓ ନିରାପତ୍ତା ରକ୍ଷା ପାଇଁ ଆଇସିଏଓ ଯେଉଁ ମାନ ଓ ଶ୍ରେଷ୍ଠ ନୀତିକୁ ସୁପାରିସ କରିଛି ଭାରତର ସଂଶୋଧିତ ଆଇନ ତଦନୁସାରେ ପ୍ରସ୍ତୁତ ହୋଇଛି। ଏସବୁ ସଂସ୍କାରର କିଛି ଅଂଶକୁ ପ୍ରଥମେ ୨୦୨୩ ଏପ୍ରିଲ ୧୩ତାରିଖ ଗେଜେଟ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଥିଲା। ସେଥିରେ ବିମାନ ଚଳାଚଳର ସୁଗମତା, ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଉଡାଣରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଭବନ ଓ ଗଛ ଆଦିକୁ ହଟାଇବାର ବ୍ୟବସ୍ଥା ରହିଛି ଓ ବିଜ୍ଞପ୍ତି ଫଳରେ ଏହି ସଂଶୋଧିତ ଆଇନର କିଛି ଅଂଶ ପୂର୍ବରୁ କାର୍ଯ୍ୟକାରୀ ହୋଇସାରିଛି।

ସୂଚନାଯୋଗ୍ୟ ଯେ ବିମାନ ଉଡାଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଭବନ ଓ ଗଛ ଆଦିକୁ ହଟାଇବା ପାଇଁ ୧୯୯୪ର ଆଇନରେ ବ୍ୟବସ୍ଥା ଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନ ଥିଲ । ୨୦୨୩ ଏପ୍ରିଲ ୧୩ରୁ ଏହା କାର୍ଯ୍ୟକାରୀ ହୋଇଛି।

୧୯୩୭ ଭାରତୀୟ ବ୍ୟୋମଯାନ ଆଇନରେ ଯେଉଁ ଅତି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି ତାହା ହେଲା ଏୟାର ଲାଇନ୍ସର ଉଭୟ ଟାନ୍ସପୋର୍ଟ(ପରିବହନ) ଓ କମର୍ସିଆଲ (ବ୍ୟାବସାୟିକ) ପାଇଲଟଙ୍କ ଲାଇସେନ୍ସର ଅବଧିକୁ ପାଂଚ ବର୍ଷରୁ ୧୦ବର୍ଷ କରାଯାଇଛି। ଏଥିପାଇଁ ୧୯୩୭ ଆଇନର ଧାରା ୩୯ସିକୁ ସଂଶୋଧନ କରାଯାଇଛି। ଏହି ପରିବର୍ତ୍ତନ ଫଳରେ ପାଇଲଟ୍ ବା ବୈମାନିକମାନଙ୍କର ପ୍ରଶାସନିକ ବୋଝ ହ୍ରାସ ପାଇବ। ସେହିଭଳି ଡିଜିସିଏ ଭଳି ଉଡାଣ ପ୍ରାଧିକରଣଙ୍କ କାମ ବୋଝ ମଧ୍ୟ କମିବ। ଏହା ଫଳରେ ଲାଇସେନ୍ସ ବ୍ୟବସ୍ଥା ସୁସଂହତ ଏବଂ ଜଞ୍ଜାଳମୁକ୍ତ ହେବ।

ଆହୁରି ମଧ୍ୟ ୧୯୩୭ ଆଇନର ଧାରା ୬୬କୁ ପରିବର୍ତ୍ତନ କରାଯାଇଛି। ଏହି ଆଇନ ଅନୁସାରେ ବିମାନ ବନ୍ଦର ବା ଏରୋଡ୍ରୋମ ଆଖ ପାଖରେ ‘ଫଲସ ଲାଇଟ୍‌’ ପ୍ରଦର୍ଶନ ନିଷିଦ୍ଧ କରିବା। ଏହା ଲଣ୍ଠନ ଆଲୋକ, ଲେଜର ଲାଇଟ ବା ଉଇସ୍ ଲାଇଟ୍ସ ହୋଇପାରେ।

ସଂଶୋଧିତ ବ୍ୟବସ୍ଥା ଅନୁସାରେ ଏହି ‘ଫଲସ୍ ଲାଇଟ’ ପ୍ରଦର୍ଶନ କରିବାର ଅଧିକାର କ୍ଷେତ୍ରକୁ ପାଞ୍ଚଚ କିଲୋମିଟରରୁ ବିମାନ ବନ୍ଦରର ପାଞ୍ଚ ନଟିକାଲ ମାଇଲ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ଆହୁରି ମଧ୍ୟ ଏହି ପରିସୀମା ମଧ୍ୟରେ କୌଣସି ବ୍ୟକ୍ତିବିଶେଷ ବା ଅନୁଷ୍ଠାନ ଯଦି ଫଲସ୍ ଲାଇଟ୍ ପ୍ରଦର୍ଶନ କରନ୍ତି ତା’ ହେଲେ ସରକାର ନିରାପତ୍ତା ଦୃଷ୍ଟିରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। କାରଣ ଏଭଳି ଆଲୋକ ପ୍ରଦର୍ଶନ ଦ୍ୱାରା ବୈମାନିକ ବିଭ୍ରାନ୍ତ ହୋଇପାରନ୍ତି ଏବଂ ବିମାନ ଚଳାଚଳରେ ବିଭ୍ରାଟ ସୃଷ୍ଟି ହୋଇପାରେ। ଯଦି ଏହି ପରିସୀମା ଭିତରେ କେହି ଏଭଳି ଫଲସ୍ ଆଲୋକ ପ୍ରଦର୍ଶନ କରନ୍ତି ଏବଂ ୨୪ଘଣ୍ଟା ପର୍ଯ୍ୟନ୍ତ ଏହା ପ୍ରଦର୍ଶିତ ହୁଏ ତା’ ହେଲେ ସରକାର ସମ୍ପୃକ୍ତ ଇଲାକାରେ ପ୍ରବେଶ କରି ସେହି ଆଲୋକକୁ ଲିଭାଇବାକୁ ନୂଆ ଆଇନ ଦ୍ୱାରା ଅଧିକୃତ ହୋଇଛନ୍ତି। ଆହୁରି ମଧ୍ୟ ଏଭଳି କାର୍ଯ୍ୟ ବିରୋଧରେ ସରକାର ଥାନାରେ ଏତଲା ଦେଇ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ବିରୋଧରେ ଆଇପିସି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

ଏହି ଆଲୋକର ଉତ୍ସକୁ କର୍ତ୍ତୃପକ୍ଷ ଯଦି ଠାବ କରି ନ ପାରନ୍ତି ବା ତାହା ସ୍ଥାନ ପରିବର୍ତ୍ତନ କରୁଥାଏ, ତା’ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ଏୟାର ପୋର୍ଟ ଓ ଏୟାର ଲାଇନ୍ସ କର୍ତ୍ତୃପକ୍ଷ ଥାନା/ପୁଲିସର ସହାୟତା ଲୋଡିପାରିବେ।

ଆହୁରି ମଧ୍ୟ ୧୧୮ ଧାରାରେ ସଂଶୋଧନ କରାଯାଇ ବିଦେଶୀ ଲାଇସେନ୍ସର ବୈଧତାକୁ ରଦ୍ଦ କରାଯାଇଛି । ଏହା ଫଳରେ ଆନ୍ତର୍ଜାତିକ ବିମାନ ଉଡାଣ ସଂକ୍ରାନ୍ତ ଲାଇସେନ୍ସ ନୀତି ମଧ୍ୟ ଭାରତରେ ଗ୍ରହଣୀୟ ହେବ। ଉଡାଣ କ୍ଷେତ୍ରରେ ପରିବର୍ତ୍ତିତ ଆବଶ୍ୟକତାକୁ ବିଚାରକୁ ନେଇ ଏହି ସଂଶୋଧନ କରାଯାଇଛି। ଏଥି ସହିତ ଏୟାର ଟ୍ରାଫିକ କଣ୍ଟ୍ରୋଲ ଲାଇସେନ୍ସଧାରୀଙ୍କ ଲାଇସେନ୍ସ ସହିତ ସେମାନଙ୍କର ଦକ୍ଷତା ଓ କର୍ତ୍ତବ୍ୟ ପରାୟଣତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି।

ତେବେ ଏହି ପ୍ରାର୍ଥୀମାନଙ୍କ ନିଯୁକ୍ତି ସର୍ତ୍ତାବଳୀକୁ ଅନେକାଂଶରେ କୋହଳ କରାଯାଇଛି। ସେମାନଙ୍କ ଦକ୍ଷତା ବିକାଶ ଓ ତାଲିମକୁ ସଂଶୋଧିତ ଆଇନରେ ଗୁରୁତ୍ୱ ଦିଆଯାଇଛି। ୧୯୩୭ର ବେସାମରିକ ଉଡାଣ ଆଇନରେ ଯେଉଁସବୁ ସଂଶୋଧନ ଓ ସଂସ୍କାର ଅଣାଯାଇଛି ତାହା ବିମାନ ଉଡାଣ କ୍ଷେତ୍ରରେ ସୁରକ୍ଷା ଓ ନିରାପତ୍ତାକୁ ବିଚାରକୁ ନେଇ କରାଯାଇଛି। ଏହା ବ୍ୟତୀତ ସମୟର ଆବଶ୍ୟକତା ଦୃଷ୍ଟିରୁ କେତେକ ପୁରୁଣା ଆଇନ ପରିବର୍ତ୍ତନ ଜରୁରୀ ହୋଇଛି।

ଏହି ସଂଶୋଧିତ ଆଇନ କାର୍ଯ୍ୟକାରୀ ହେବା ପରେ ଭାରତୀୟ ବେସାମରିକ ଉଡାଣ କ୍ଷେତ୍ର ସୁଦୃଢ ହେବା ସହିତ ଏହାର ଦକ୍ଷତା ଓ ନିରାପତ୍ତା ବଢିବ। ଏହା ଦ୍ୱାରା ବୈଶ୍ୱିକ ମାନରକ୍ଷା ସହିତ ଉତ୍ତମ ଅଭିବୃଦ୍ଧି ହାସଲ ହେବ ଏବଂ ଭାରତ ଆନ୍ତର୍ଜାତିକ ଉଡାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇପାରିବ।

ଏହି କ୍ଷେତ୍ରରେ ବେପାର ବଣିଜ କରିବା ସହଜ ହେବା ସହିତ ଏହା ଅଧିକରୁ ଅଧିକ ପୁଞ୍ଜି ଆକର୍ଷଣ କରି ସମ୍ପୃକ୍ତ ଉଦ୍ୟୋଗକୁ ବିକାଶର ପୂର୍ବଭାଗରେ ରଖିପାରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ କ୍ରିକେଟ: ଲଜ୍ଜାଜନକ ରେକର୍ଡ ତାଲିକାରେ ସାମିଲ ହେଲେ ଶ୍ରେୟସ ଆୟର

October 15, 2026

ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା, କେନ୍ଦ୍ର ଏବଂ ପୋଲିସକୁ ନୋଟିସ: ଏସଆଇଆର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି

October 15, 2026

ପାକିସ୍ତାନରେ ସ୍କୁଲ ଛାତ ଭୁଶୁଡ଼ି ୨୭ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମୃତ୍ୟୁ

October 15, 2026

ଧର୍ମ ପରିବର୍ତ୍ତନ ପରେ ମିଳିବନି ଆରକ୍ଷଣ ସୁବିଧା: ସୁପ୍ରିମକୋର୍ଟ

October 15, 2026
Latest News

ଛାତ୍ର ସଂସଦ ନିର୍ବାଚନ ଫଳାଫଳ: କେଉଁ ଦଳର କେତେ ସଫଳତା?

October 15, 2026

କ୍ୟାମ୍ପସ ରାଜନୀତି: ନିର୍ବାଚନ ଫଳାଫଳ ପ୍ରକାଶ

October 15, 2026

ଟି-୨୦ କ୍ରିକେଟ: ଲଜ୍ଜାଜନକ ରେକର୍ଡ ତାଲିକାରେ ସାମିଲ ହେଲେ ଶ୍ରେୟସ ଆୟର

October 15, 2026

ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା, କେନ୍ଦ୍ର ଏବଂ ପୋଲିସକୁ ନୋଟିସ: ଏସଆଇଆର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି

October 15, 2026

ହିନ୍ଦୁ ମନ୍ଦିରରେ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ଜଣେ ଗିରଫ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.