Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଷ୍ଟ୍ରୋକର ପ୍ରତିଷେଧକ ଓ ପରିଚାଳନା’ ସଂପର୍କିତ ରାଜ୍ୟସ୍ତରୀୟ ମିଡିଆ ସଚେତନତା କର୍ମଶାଳା
ଆଜିର ଖବର

‘ଷ୍ଟ୍ରୋକର ପ୍ରତିଷେଧକ ଓ ପରିଚାଳନା’ ସଂପର୍କିତ ରାଜ୍ୟସ୍ତରୀୟ ମିଡିଆ ସଚେତନତା କର୍ମଶାଳା

October 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଆଜି ମୃତ୍ୟୁ ଓ ଅକ୍ଷମତା ସୃଷ୍ଟିର ଏକ ପ୍ରମୁଖ କାରଣ ହୋଇଛି। ଏହା ଆଜି ସାରା ପୃଥିବୀ ପାଇଁ ବିରାଟ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଦେଖାଦେଇଛି। ତେଣୁ ଏ ସଂପର୍କରେ ବ୍ୟାପକ ସଚେତନତା କରାଯାଇପାରିଲେ ଆମେ ଆଗାମୀ ଦିନରେ ଷ୍ଟ୍ରୋକକୁ ନିୟନ୍ତ୍ରଣ କରିପାରିବା ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଦେଶରେ ପ୍ରତି ୬ ସେକେଣ୍ଡରେ ଜଣେ ବ୍ୟକ୍ତି ଷ୍ଟ୍ରୋକରେ ମୃତ୍ୟୁବରଣ କରୁଛନ୍ତି। ଅଧିକାଂଶ କ୍ଷେତ୍ରରେ ରୋଗୀମାନଙ୍କୁ ବହୁ ବିଳମ୍ବରେ ଡାକ୍ତରଖାନାକୁ ନିଆଯାଉଥିବାରୁ ସେମାନଙ୍କ ଚିକିତ୍ସା ବିଶେଷ ପ୍ରଭାବଶାଳୀ ହୋଇପାରୁ ନାହିଁ। ତେଣୁ କୌଣସି ବ୍ୟକ୍ତିଙ୍କ ମସ୍ତିଷ୍କାଘାତର ସନ୍ଦେହ ହେଲେ ତାଙ୍କୁ ଚାରିରୁ ସାେ ଚାରି ଘଣ୍ଟା ମଧ୍ୟରେ ଷ୍ଟ୍ରୋକ ଚିକିତ୍ସା ଉପଲବ୍ଧ ଥିବା ଡାକ୍ତରଖାନାରେ ପହଞ୍ଚାଇବା ଜରୁରୀ, କହିଛନ୍ତି ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା। ଆଇଏଫ୍‌ଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ବୁଧବାର ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ମିଡିଆ ସଚେତନତା କର୍ମଶାଳାରେ ଡାକ୍ତର ଜେନା ଏହା କହିଛନ୍ତି।

ଅକ୍ଟୋବର ୨୯ ବିଶ୍ୱ ଷ୍ଟ୍ରୋକ ଦିବସ ପାଇଁ ଫାଉଣ୍ଡେସନ ପକ୍ଷରୁ ଚଳିତ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ କରାଯାଉଛି। ଏହି ଅବସରରେ ଷ୍ଟ୍ରୋକର କାରଣ, ଲକ୍ଷଣ ଏବଂ ନିରାକରଣ ସଂପର୍କିତ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସର ବିଭିନ୍ନ ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯିବ।

ଏହି ଅଭିଯାନ ଅଧୀନରେ ଆୟୋଜିତ ମିଡିଆ ସଚେତନତା କର୍ମଶାଳାରେ ଯୋଗ ଦେଇଥିବା ଗଣମାଧ୍ୟମ ଓ ଡେଭଲପମେଣ୍ଟ କ୍ଷେତ୍ରର ପ୍ରତିନିଧି ଏବଂ ଗଣଯୋଗାଯୋଗ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ ଏବଂ ଷ୍ଟ୍ରୋକ ସଚେତନତା ଅଭିଯାନର ଅଧ୍ୟକ୍ଷ ନୀଳାମ୍ବର ରଥ। ସେ କହିଥିଲେ ଯେ, ଶତାଧିକ ବର୍ଷ ଧରି ମାନବ ସମାଜ ବିଭିନ୍ନ ସଂକ୍ରାମକ ରୋଗ ବିରୋଧରେ ଲଢ଼େଇ କରିଆସିଛି। କିନ୍ତୁ ଚଳିତ ଶତାବ୍ଦୀରେ ଅଣସଂକ୍ରାମକ ରୋଗ ଆମ ପାଇଁ ଆହୁରି ବଡ଼ ଆହ୍ୱାନ ସୃଷ୍ଟି କରିଛି।

ଅଣସଂକ୍ରାମକ ରୋଗ ମଧ୍ୟରେ ମଧୁମେହ, ଉଚ୍ଚରକ୍ତଚାପ, ହୃଦରୋଗ ଏବଂ ଷ୍ଟ୍ରୋକ ଆଜି ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି। ତା’ ଭିତରେ ଷ୍ଟ୍ରୋକ ବର୍ତ୍ତମାନ ଲୋକଙ୍କ ଜୀବନକୁ ଅଧିକ ମାତ୍ରରେ ପ୍ରଭାବିତ କରୁଛି। ଷ୍ଟ୍ରୋକରୁ ବଞ୍ଚିବା ପାଇଁ ଲୋକମାନଙ୍କୁ ନିଜର ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ପଡ଼ିବ। ତେଣୁ ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବା ସହ ଷ୍ଟ୍ରୋକ ମୁକାବିଲା ଲାଗି ଆବଶ୍ୟକ ନୀତି ନିର୍ଦ୍ଧାରଣ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସମୟରେ ସରକାରଙ୍କୁ ସଜାଗ କରିବା ଦରକାର, କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ତଥା ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ପ୍ରଣବ କୁମାର ବେବର୍ତ୍ତା ପଟ୍ଟନାୟକ।

ଏହି କର୍ମଶାଳାରେ “ଷ୍ଟ୍ରୋକର ପ୍ରତିଷେଧକ ଓ ପରିଚାଳନା’ ଏବଂ “ଷ୍ଟ୍ରୋକ – ଏକ ଜନସ୍ୱାସ୍ଥ୍ୟ ଆହ୍ୱାନ’ ଶୀର୍ଷକରେ ଦୁଇଟି ସେସନ ରହିଥିଲା। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଷ୍ଟ୍ରୋକ ସଂପର୍କରେ ବ୍ୟାପକ ଧାରଣା ଦେବା ସହ ଅଂଶଗ୍ରହଣ କରିଥିବା ମିଡିଆ କର୍ମୀ ଓ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

ଆରଏମଆରସି ଭୁବନେଶ୍ୱର, ଇଣ୍ଡିଆନ ପବ୍ଲିକ ହେଲଥ ଆସୋସିଏସନ, ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ (ପିଏଚଏଫଆଇ) ଏବଂ କେୟାର ହସ୍ପିଟାଲ ଭୁବନେଶ୍ୱର ଏହି ସ୍ୱାସ୍ଥ୍ୟ ସଚେତନତା ଅଭିଯାନର ପାର୍ଟନର ଭାବେ ଯୋଡ଼ି ହୋଇଛନ୍ତି। ପିଏଚଏଫଆଇର ନିର୍ଦ୍ଦେଶକ ପ୍ରଫେସର ଶ୍ରୀଧର ମୁରଲୀଧରରାଓ କଦମ ଏବଂ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା କାର୍ଯ୍ୟକ୍ରମର ପରାମର୍ଶଦାତା ରହିଥିବା ବେଳେ ଆଇଏଫଆଇ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିଦ୍ଧାର୍ଥ ରଥ ଏହି ଅଭିଯାନର ନିର୍ଦ୍ଦେଶକ ରହିଛନ୍ତି।

ଆଇଏଫଆଇ ଫାଉଣ୍ଡେସନ ୱାର୍ଲ୍ଡର୍ ଷ୍ଟ୍ରୋକ ଅର୍ଗାନାଇଜେସନର ସଦସ୍ୟ ଭାବେ ଯୋଗ ଦେଇଛି। ସାଧାରଣ ଲୋକଙ୍କୁ ଷ୍ଟ୍ରୋକ ବିଷୟରେ ସଚେତନ କରିବା ତଥା ଏହାର ନିୟନ୍ତ୍ରଣ ପାଇଁ ଫାଉଣ୍ଡେସନ ଆଗାମୀ ଦିନରେ ବ୍ୟାପକ କାର୍ଯ୍ୟକ୍ରମ ପାଇଁ ଲକ୍ଷ୍ୟ ରଖିଛି।

କର୍ମଶାଳା ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.