Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୨୭ତମ ଦିବସରେ ୮୦ରୁ ଉର୍ଦ୍ଧ ଆଇଡିଆ ସଂଗ୍ରହ 
ଆଜିର ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୨୭ତମ ଦିବସରେ ୮୦ରୁ ଉର୍ଦ୍ଧ ଆଇଡିଆ ସଂଗ୍ରହ 

October 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ବୁଧବାର ଯାତ୍ରାର ୨୭ତମ ଦିବସରେ ୮୩ ଆଇଡିଆ ସଂଗ୍ରହ କରିଛି। ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ଖୋର୍ଦ୍ଧା ଜିଲ୍ଲାର ୫ଟି ଶିକ୍ଷାନଷ୍ଠାନ ଗସ୍ତ କରିଥିବା ବେଳେ, ବିଭିନ୍ନ ଜିଲ୍ଲାରେ ୫ଟି ବୁଟକ୍ୟାମ୍ପ୍ ମାଧ୍ୟମରେ ପହଞ୍ଚି ଆଇଡିଆ ସଂଗ୍ରହ କରିଛି। ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ସମୁଦାୟ ୧୦ଟି ଶିକ୍ଷାନୁଷ୍ଠାନ ଗସ୍ତ କରି ୧୦୯୫ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୮୩ଟି ଆଇଡିଆ ସଂଗ୍ରହ କରିଛି।

ବୁଧବାର ଷ୍ଟାର୍ଟଅପ୍ ଯାତ୍ରା ସ୍ୱାଧିନ ଆବାସିକ ମହାବିଦ୍ୟାଳୟ, ସ୍ୱାଧିନ ହାଇସ୍କୁଲ, ଆଇଟିଆଇ ଶୈଳବାଳା, ଶ୍ରୀରାମ ଚନ୍ଦ୍ର ହାଇସ୍କୁଲ ଓ ମଠସାହି ହାଇସ୍କୁଲ ପରିଦର୍ଶନ କରିଛି। ସେହିପରି ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଏବଂ ସେମାନଙ୍କୁ ଉଦ୍ୟୋଗର ବ୍ୟାପକ ଧାରଣା ଦେବା ଉଦ୍ଦେଶ୍ୟରେ ପିପି ଏକାଡେମୀ (ବଲାଙ୍ଗୀର), ସେଣ୍ଟ ଥେରେସା ଇଂରାଜୀ ବିଦ୍ୟାଳୟ (ସୁନ୍ଦରଗଡ଼), ଜବାହର ନବୋଦୟ ବିଦ୍ୟାଳୟ (ଝାରସୁଗୁଡ଼ା)ରେ ଏକ୍ସପ୍ରେସ ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ଜିଲ୍ଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ସରକାରୀ ପଲିଟେକ୍ନିକ୍ରେ ଦୁଇଟି ଯାତ୍ରା ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା।

ବର୍ତ୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୨୦୬ଟି କଲେଜ୍ ଏବଂ ୬୨ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୩୦,୦୦୦ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୩୦୦୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ପକ୍ଷରୁ ଗୁରୁବାର ଦିନ ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି କଲେଜ ଓ ରାଉରକେଲାର ଗୋଟିଏ ବିଦ୍ୟାଳୟରେ ୩ଟି ବୁଟ୍ କ୍ୟାମ୍ପ ଆୟୋଜନ କରାଯିବ। ରାଉରକେଲା ଡିଏଭି ପବ୍ଲିକ ସ୍କୁଲରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହ ଉଦ୍ୟୋଗର ବ୍ୟାପକ ଧାରଣା ଦେବା ପାଇଁ ଏକ୍ସପ୍ରେସ ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହେବ। ସୁବର୍ଣ୍ଣପୁରର ସୋନପୁର କଲେଜ ଓ ମଡେଲ ଡିଗ୍ରୀ କଲେଜରେ ଦୁଇଟି ଯାତ୍ରା ଶିବିର ଅନୁଷ୍ଠିତ ହେବ।

ଆଇଡିଆ ସଂଗ୍ରହ ଓଡିଶା ସରକାର ଷ୍ଟାର୍ଟଅପ୍ ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.