Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହରିୟାଣାରେ ପିଏମ-ଶ୍ରୀ ସ୍କୁଲର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ହରିୟାଣାରେ ପିଏମ-ଶ୍ରୀ ସ୍କୁଲର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

October 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ହରିୟାଣାରେ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ତଥା ପିଏମ ଶ୍ରୀ ସ୍କୁଲର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ରାଜ୍ୟର ଲୋକମାନଙ୍କୁ ବିଜୟା ଦଶମୀର ଉପହାର। ପିଏମ୍ ଶ୍ରୀସ୍କୁଲ ଏକବିଂଶ ଶତାବ୍ଦୀର ଆଧୁନିକ ଶିକ୍ଷା ସହ ଉତ୍କୃଷ୍ଟତାର ପ୍ରତୀକ ହେବ ବୋଲି ଆଜି ପ୍ରଥମ ପର୍ଯ୍ୟାୟରେ ହରିୟାଣାରେ ୧୨୪ଟି ପିଏମ ଶ୍ରୀ ସ୍କୁଲର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି ଆଧାରରେ ଉନ୍ନତ ଏବଂ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ହରିୟାଣାର ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ଦିଗରେ ଆଜି ଏକ ଐତିହାସିକ ଦିନ। ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା । ଜାତୀୟ ଶିକ୍ଷା ନୀତିର ଦ୍ୱାରା ପରିକଳ୍ପିତ ବିଦ୍ୟାଳୟ ଶିକ୍ଷାକୁ ଭାଇବ୍ରେଣ୍ଟ କରିବା ପାଇଁ ହରିୟାଣା ବିଦ୍ୟାଳୟ ଶିକ୍ଷା ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଉପକ୍ରମ ଏବଂ ସଂସ୍କାର ପାଇଁ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଉଛି । ସ୍କିଲ୍ ଆଧାରିତ, ଜନ ଜୀବନ ସଂସ୍କୃତି ଏବଂ ମାତୃଭାଷା ଆଧାରିତ ଏକବିଂଶ ଶତାବ୍ଦୀର ଆଧୁନିକ ଶିକ୍ଷା ସହ ପିଏମ ଶ୍ରୀ ସ୍କୁଲ ଉତ୍କୃଷ୍ଟତାର ପ୍ରତୀକ ହେବ । ଏହି ସ୍କୁଲର ଶୁଭାରମ୍ଭ ଦ୍ୱାରା ହରିୟାଣାରେ ବିଦ୍ୟାଳୟ ଶିକ୍ଷାର କ୍ଷମତା ବଢିବ ଓ ହରିୟାଣାର ପିଲାମାନେ ଲାଭାନ୍ୱିତ ହେବେ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଗୁରୁ ଦିବସ ଅବସରରେ ପିଏମ ଶ୍ରୀ ଯୋଜନାର ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ୨୦୨୨-୨୩ ରୁ ୨୦୨୬-୨୦୨୭ ପର୍ଯ୍ୟନ୍ତ ଆଗାମୀ ୫ ବର୍ଷ ପାଇଁ ଆର୍ଥିକ ବ୍ୟୟବରାଦ ମଧ୍ୟ କରିଥିଲେ । ଆଜି ଶିକ୍ଷା ବ୍ୟବସ୍ଥାରେ ଅନେକ ସଂସ୍କାର ଅଣାଯାଉଛି । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସର୍ବଶିକ୍ଷା ଅଭିଯାନ- ସଭିଏଁ ପଢ଼ନ୍ତୁ, ସଭିଏ ବଢ଼ନ୍ତୁ ଠାରୁ ଆରମ୍ଭ କରି ମୋଦି ସରକାରରେ ପିଏମ ଶ୍ରୀସ୍କୁଲର ବିକଶିତ କରାଯାଉଛି । ଦେଶରେ ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା଼ ନୀତି ପ୍ରଣୟନ କରାଯାଇଛି । ନୂଆ ଶିକ୍ଷା ନୀତିରେ ବିଶେଷତଃ ତିନୋଟି ବିଷୟକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ବାଲବାଟିକା ମାଧ୍ୟମରେ ଖେଳକୁଦ ଓ ବିଭିନ୍ନ ଆକ୍ଟିଭିଟି ଜରିଆରେ ପାଠପଢା, ପାଠ ପଢିବାର ପ୍ରାରମ୍ଭିକ ଅବସ୍ଥାରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯାଇଛି । ତୃତୀୟତଃ ଦକ୍ଷତା ଆଧାରିତ ଶିକ୍ଷାକୁ ବିଶେଷ ଗୁରୁତ୍ୱାରୋପ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହି ଭବ୍ୟ କାର୍ଯ୍ୟକ୍ରମରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ, ରାଜ୍ୟ ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ କନଓ୍ୱର୍ ପାଲ୍ ଓ ଲୋକସଭା ସାଂସଦ ଡା. ଅରବିନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ଧର୍ମେନ୍ଦ୍ର ପ୍ରଧାନ ନରେନ୍ଦ୍ର ମୋଦି ପିଏମ ଶ୍ରୀ ସ୍କୁଲ ହରିୟାଣା
Share. Facebook Twitter LinkedIn Email WhatsApp Copy Link

Related Posts

AIADMKକୁ ବଡ଼ ଝଟକା: ଦଳ ଛାଡିଲେ କେ. ପଲାନିସ୍ୱାମୀଙ୍କ ଭାଇ କେ.ବି.ଏସ.

July 7, 2026

ଫିଟନେସ ନ ଥିବାରୁ ବସ ଜବତ

July 7, 2026

ନୟାଗଡ଼ରେ ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ: ଭିଡ଼ ହିଂସାରେ ପିଟିପିଟି ହତ୍ୟା ଅଭିଯୋଗ

July 7, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍

July 7, 2026
Latest News

AIADMKକୁ ବଡ଼ ଝଟକା: ଦଳ ଛାଡିଲେ କେ. ପଲାନିସ୍ୱାମୀଙ୍କ ଭାଇ କେ.ବି.ଏସ.

July 7, 2026

ଫିଟନେସ ନ ଥିବାରୁ ବସ ଜବତ

July 7, 2026

ନୟାଗଡ଼ରେ ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ: ଭିଡ଼ ହିଂସାରେ ପିଟିପିଟି ହତ୍ୟା ଅଭିଯୋଗ

July 7, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍

July 7, 2026

Pandian in Venezueal: ଭେନଜୁଏଲା ଭୂକମ୍ପ ଅଞ୍ଚଳରେ ପାଣ୍ଡିଆନ, ରାଜ୍ୟ ରାଜନୀତିରେ ପ୍ରବଳ ଚର୍ଚ୍ଚା

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.