Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏବେ ରିଲାଏନ୍ସ ଜିଓ ଆରମ୍ଭ କରିବ ଏଆଇ ଶକ୍ତି ସମ୍ପନ୍ନ ଇନ୍‌-ହୋମ୍ (ଗୃହ) ସେବା
ଆଜିର ଖବର

ଏବେ ରିଲାଏନ୍ସ ଜିଓ ଆରମ୍ଭ କରିବ ଏଆଇ ଶକ୍ତି ସମ୍ପନ୍ନ ଇନ୍‌-ହୋମ୍ (ଗୃହ) ସେବା

October 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗ୍ରାହକମାନଙ୍କୁ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ)ର ଶକ୍ତି ସମ୍ପନ୍ନ ସ୍ମାର୍ଟ ହୋମ୍ ଓ କ୍ଷୁଦ୍ର ବ୍ୟବସାୟ ସେବା ପ୍ରଦାନ କରିବା ଲାଗି ପ୍ଲମ୍ ସହ ସହଭାଗିତା କରିଛି ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍। ପ୍ଲମ୍‌ର ବ୍ୟାପକ କ୍ଲାଉଡ୍ ପ୍ଲାଟଫର୍ମ ମାଧ୍ୟମରେ ଏହି ସହଯୋଗିତା ଭାରତରେ ପ୍ରାୟ ୨୦ କୋଟି ପରିସରକୁ ଅତ୍ୟାଧୁନିକ ସେବା ପ୍ରଦାନ କରିବ।

ରିଲାଏନ୍ସ ଜିଓ ଗ୍ରାହକମାନଙ୍କ ଲାଗି ପ୍ଲମ୍‌ର ଏଆଇଭିତିକ ଓ କ୍ଲାଉଡ୍ ପ୍ଲାଟଫର୍ମ ଉପରେ ଆଧାରିତ ହୋମ୍‌ପାସ୍ ଓ ୱାର୍କପାସ ସେବାର ଶୁଭାରମ୍ଭ କରିବ। ହୋମ୍‌ପାସ୍ ଜରିଆରେ ଘର ଏକ ସ୍ମାର୍ଟ ହୋମ୍‌ରେ ପରିଣତ ହେବ। ଘର ସାରାର ଡିଭାଇସ୍ ସମୂହ ୱାଇ-ଫାଇରେ ଯୋଡ଼ିହୋଇପାରିବେ। ଆପ୍ଲିକେସନ୍‌ର ପ୍ରଦର୍ଶନରେ ସୁଧାର ଆସିବ, କନେକ୍ଟେଡ୍ ଡିଭାଇସ୍‌କୁ ସାଇବର ଆକ୍ରମଣରୁ ସୁରକ୍ଷା ମିଳିବ ଏବଂ ଶିଶୁମାନଙ୍କ ଲାଗି ବିଷୟବସ୍ତୁକୁ ଅଭିଭାବକମାନେ ଭଲ ଭାବେ ନିୟନ୍ତ୍ରଣ କରିପାରିବେ। ୱାଇ-ଫାଇ ମୋସନ ସେନ୍‌ସିଂ ଭଳି ସୁବିଧା ମଧ୍ୟ ମିଳିବ।

କ୍ଷୁଦ୍ର ବ୍ୟବସାୟୀମାନଙ୍କ ଲାଗି ପ୍ଲମ୍‌ର ୱାର୍କପାସ୍ ମଧ୍ୟ ବେଶ ଉପଯୋଗୀ ସାବ୍ୟସ୍ତ ହେବ। ୱାର୍କପାସ୍ ହେଉଛି ଏକ ବିଜନେସ୍ ଇଂଟେଲିଜେନ୍ସ ପ୍ଲାଟଫର୍ମ ଯାହା କ୍ଷୁଦ୍ର ବ୍ୟବସାୟ ପାଇଁ ସରଳ ସମାଧାନ ଏବଂ ତାହାର ସୁଗମତା ସହିତ ଏଂଟରପ୍ରାଇଜ୍ ମାନର ଔଦ୍ୟୋଗିକ କ୍ଷମତାର ସନ୍ତୁଳନ ବଜାୟ ରଖିବ। ଏଥିରେ ଆବଶ୍ୟକ କନେକ୍ଟିଭିଟି (ସଂଯୋଗ), ଉତ୍ପାଦକତା ଓ ସୁରକ୍ଷା ଟୁଲ୍ ମଧ୍ୟ ରହିଛି।

ଗ୍ରାହକମାନଙ୍କୁ ଉତ୍ତମ ଅନୁଭବ ପ୍ରଦାନ କରିବା ଲାଗି ପ୍ଲମ୍‌ର ହେଷ୍ଟେକ୍ ସପୋର୍ଟ ଓ ଅପରେସନ୍ସ ସୁଟ୍‌କୁ ଜିଓ ବ୍ୟବହାର କରିବ। ଏହା ମାଧ୍ୟମରେ ଜିଓର ଗ୍ରାହକ ସହାୟତା ଓ ପରିଚାଳନା ଟିମ୍‌ର ପ୍ରଦର୍ଶନ ଅଧିକ ସମୃଦ୍ଧ ହେବ। ଏଥି ସହିତ ନେଟ୍‌ୱର୍କକୁ ସୁଦୃଢ଼ କରିବା, ଗ୍ରାହକ ସମ୍ପର୍କିତ ବିଷୟକୁ ଚିହ୍ନଟ କରିବା, ବିଶ୍ଳେଷଣ କରିବା ଏବଂ ଦ୍ରୁତ ଗତିରେ କାର୍ଯ୍ୟ ସମ୍ପାଦନ କରିବାରେ ତାହା ସହାୟକ ହୋଇପାରିବ।

ରିଲାଏନ୍ସ ଜିଓର ସଭାପତି ମାଥ୍ୟୁ ଓମ୍ମନ କହିଛନ୍ତି ଯେ, “କନେକ୍ଟେଡ୍ ହୋମ୍ ସେବା ଲାଗି ଆମେ ନିରନ୍ତର ଭାବେ ଆମର ପୋର୍ଟଫୋଲିଓର ସମ୍ପ୍ରସାରଣ କରୁଛୁ। ନିଜ ଗ୍ରାହକମାନଙ୍କୁ ଉନ୍ନତ ଓ ସୁରକ୍ଷିତ ଇନ୍‌-ହୋମ୍ ଡିଜିଟାଲ୍ ସେବା ପ୍ରଦାନ କରିବା ଜିଓ ପାଇଁ ବେଶ ମହତ୍ୱପୂର୍ଣ୍ଣ। ପ୍ଲମ୍ ଭଳି ସହଯୋଗୀଙ୍କ ସହ ବ୍ୟାପକ ଓ ଅଗ୍ରଣୀ ପ୍ଲାଟଫର୍ମ ସହିତ ଜିଓ ନିଜର କନେକ୍ଟେଡ୍ ହୋମ୍ ସେବାକୁ ଆହୁରି ସୁଦୃଢ଼ କରିବ।’’

ପ୍ଲମ୍‌ର ମୁଖ୍ୟ ରାଜସ୍ୱ ଅଧିକାରୀ ଆଡ୍ରିଆନ୍ ଫିଟଜରାଲ୍ଡ କହିଛନ୍ତି ଯେ, “ସାରା ଭାରତରେ ଗ୍ରାହକମାନଙ୍କୁ ଅଦ୍ୱିତୀୟ ଓ ବ୍ୟକ୍ତିଗତ ସୁହାଇବା ଭଳି ଇନ୍‌-ହୋମ୍ ଡିଜିଟାଲ୍ ସେବା ପ୍ରଦାନ କରିବାରେ ଆମେ ଜିଓକୁ ସହାୟତା ପ୍ରଦାନ କରିବୁ। ଜିଓକୁ ଏହି ବିକାଶ ଯାତ୍ରାରେ ସହଯୋଗ ପ୍ରଦାନ କରିବା ଲାଗି ଆମେ ବେଶ ଉତ୍ସାହିତ ରହିଛୁ।’’

ଫିକ୍ସଡ୍ ଲାଇନ୍ ଓ ଓୟାରଲେସ୍ ସେବା ଜରିଆରେ ଭାରତରେ ଗ୍ରାହକମାନଙ୍କ ଡିଜିଟାଲ୍ ଆବଶ୍ୟକତାକୁ ଜିଓ ପୂରଣ କରୁଛି। ଦେଶରେ ପ୍ରତିଟି ଘରେ ବିଶ୍ୱସନୀୟ ଓ ହାଇ-ସ୍ପିଡ୍ ଇଂଟରନେଟ୍ ଓ ମନୋରଂଜନ ସେବା ପ୍ରଦାନ କରିବା ଲାଗି ବିଶ୍ୱସ୍ତରୀୟ ଜିଓଫାଇବର ଓ ଜିଓ ଏୟାରଫାଇବର ନେଟ୍‌ୱର୍କକୁ ପ୍ରସ୍ତୁତ କରାଯାଇଛି।

ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏଆଇ ଜିଓ ଏୟାରଫାଇବର ଜିଓଫାଇବର ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026
Latest News

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.