Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରେ ‘ପଶ୍ଚିମାଞ୍ଚଳ କୁଳପତି ସମ୍ମିଳନୀ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରେ ‘ପଶ୍ଚିମାଞ୍ଚଳ କୁଳପତି ସମ୍ମିଳନୀ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

October 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ପାଇଁ ମା’ ଗଙ୍ଗା କୂଳରେ କାଶୀର ଶିକ୍ଷା ସମାଗମରୁ ଆରମ୍ଭ ହୋଇ ମା’ ନର୍ମଦାଙ୍କ ପାଦଦେଶରେ ଆୟୋଜିତ ଆଜିର ଜୋନ୍ ସମ୍ମିଳନୀ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ପାରସ୍ପରିକ ଆଭିମୁଖ୍ୟ, ରୋଡମ୍ୟାପ୍ ଏବଂ ରଣନୀତି ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ  ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ଗୁଜୁରାଟର କେଭାଡିଆ ଠାରେ ‘ପଶ୍ଚିମାଞ୍ଚଳ କୁଳପତି ସମ୍ମିଳନୀ’ରେ ଯୋଗ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି।  ଗୁଣାତ୍ମକ ଶିକ୍ଷା, ଶିକ୍ଷାରେ ଦକ୍ଷତା ଇକୋସିଷ୍ଟମ, ଶିକ୍ଷାରେ ଗବେଷଣା, ନବସୃଜନ ଏବଂ ଉଦ୍ୟମିତା, ଭାରତ ଜ୍ଞାନ ପରମ୍ପରା ଓ ଶିକ୍ଷାର ଆନ୍ତର୍ଜାତିକରଣ ଭଳି ବିଭିନ୍ନ ପ୍ରାଥମିକତା କ୍ଷେତ୍ର ଉପରେ ଏହି ଜୋନାଲ୍ ସମ୍ମିଳନୀ ବିଚାରବିମର୍ଶ କରୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଭାରତୀୟ ଭାଷା, ଭାରତୀୟ ଜ୍ଞାନ ପରମ୍ପରା, ଦକ୍ଷତା ଏବଂ ରୋଜଗାର ଓ ଉଦ୍ୟମିତା ଶିକ୍ଷା ଜାତୀୟ ଶିକ୍ଷା ନୀତିର ପ୍ରାଥମିକତା କ୍ଷେତ୍ର ଅଟେ। ଆମ ବିଶ୍ୱବିଦ୍ୟାଳୟ ହେଉଛି ଆମ ସମାଜର ମନ୍ଦିର। ପଶ୍ଚିମାଞ୍ଚଳର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ଆମ ଦେଶର କଲ୍ୟାଣ ପାଇଁ ନୂତନ ମଡେଲ୍ ଏବଂ ଆଭିମୁଖ୍ୟ ଆଣିବେ।

ଏହି ଜୋନାଲ ସମ୍ମିଳନୀ ପ୍ରଭାବଶାଳୀ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ମାଧ୍ୟମରେ ଏକ ନୂତନ ସଂସ୍କୃତି ଏବଂ ବହୁମୁଖୀ ଶିକ୍ଷା, ମଲଟିପଲ୍ ଏଣ୍ଟ୍ରି- ମଲଟିପୁଲ ଏକ୍ସିଟ୍ ସହ ସମସ୍ତଙ୍କ ପାଇଁ ସମାନ ସୁଯୋଗର ବିକାଶ ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ସେ କହିଛନ୍ତି। ତୃଣମୂଳ ସ୍ତରରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ପ୍ରଥମ ଜୋନାଲ ସ୍ତରୀୟ ସମ୍ମିଳନୀ ଆୟୋଜନ କରିଥିବାରୁ ଗୁଜୁରାଟ ସରକାରଙ୍କ କାର୍ଯ୍ୟକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ।

ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କେଭାଡିଆର ପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ କରିଥିଲେ। ଷ୍ଟାଚ୍ୟୁ ଅଫ୍ ୟୁନିଟି ଗୌରବ, ଏକତା, ଶାନ୍ତି ଓ କୃତଜ୍ଞତାର ପ୍ରତୀକ। ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭବ୍ୟ ସ୍ମାରକୀ ନିର୍ମାଣ କରି ପ୍ରଧାନମନ୍ତ୍ରୀ ଏହି ମହାପୁରୁଷଙ୍କୁ ରାଷ୍ଟ୍ର ତରଫରୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସୌଭାଗ୍ୟବଶତଃ ସେ ଆସୁଥିବା ଗଡଜାତ ଅଞ୍ଚଳ ଢେଙ୍କାନାଳ ମଧ୍ୟ ପଟେଲଙ୍କ ଦୂରଦୃଷ୍ଟି କାରଣରୁ ଭାରତରେ ମିଶିପାରିଥିଲା ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଉଲ୍ଲେଖନୀୟ, ପଶ୍ଚିମାଞ୍ଚଳ କୁଳପତି ସମ୍ମିଳନୀରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦର ପଟେଲ, ଗୁଜୁରାଟର ଶିକ୍ଷା ମନ୍ତ୍ରୀ ରୁଷିକେଶ ପଟେଲ, ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ।

କୁଳପତି ସମ୍ମିଳନୀ ଗୁଜୁରାଟ ଜାତୀୟ ଶିକ୍ଷା ନୀତି ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମାଞ୍ଚଳ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୧୦ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

April 10, 2026

ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଗୁରୁତର ବିପର୍ଯ୍ୟୟ ଆଶଙ୍କା

April 9, 2026

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିକାଣ୍ଡ

April 9, 2026

ଆଇଏନଏସ ଚିଲିକାରେ ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତ୍ୟୁ

April 9, 2026
Latest News

ଆଜି ଏପ୍ରିଲ ୧୦ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

April 10, 2026

ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଗୁରୁତର ବିପର୍ଯ୍ୟୟ ଆଶଙ୍କା

April 9, 2026

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିକାଣ୍ଡ

April 9, 2026

ଆଇଏନଏସ ଚିଲିକାରେ ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତ୍ୟୁ

April 9, 2026

ହଠାତ୍ ସନ୍ଧ୍ୟାରେ ହ୍ରାସ ପାଇଲା ସୁନା ଏବଂ ରୂପାରେ ମୂଲ୍ୟ: ଜାଣନ୍ତୁ କେତେ?

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.