Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ
ଆଜିର ଖବର

ଖୋର୍ଦ୍ଧାରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

October 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ସକାଳ ୮.୦୦ ଟା ରେ ଖୋର୍ଦ୍ଧା ବି.ଜେ.ଵି. ହାଇସ୍କୁଲ ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଶେଷ ହୋଇଥିଲା। ଏଥିରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ ସବୁଜ ପତାକା ଉତ୍ତୋଳନ କରିଥିଲେ। ଉକ୍ତ ରାଲିରେ ଏନ୍.ସି.ସି/ସ୍କାଉଟ ଛାତ୍ର ଛାତ୍ରୀ,‌ବିଭାଗୀୟ ଅଧିକାରୀ , ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସାଫଲ୍ୟମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଡଃ ବାଦଲ କୁମାର ମହାନ୍ତି , ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଛାତ୍ରଛାତ୍ରୀମାନେ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମକ ଡ୍ରିଲ ମାଧ୍ୟମରେ ବିପର୍ଯ୍ୟୟ ମୁକାବିଲା କରାଯିବାର କୌଶଳ ପ୍ରଦର୍ଶନ କରାଯାଇଥିଲା।

ଏହି ଉପଲକ୍ଷେ ଏକ ବୈଠକ ସକାଳ ୧୦.୩୦ ମିନିଟରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରଵର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର,ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ ଏବଂ ଅନ୍ୟାନ୍ୟ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଡଃ ବାଦଲ କୁମାର ମହାନ୍ତି,ଭୁବନେଶ୍ୱର ଉପ-ଜିଲ୍ଲାପାଳ ଚିନ୍ମୟ କୁମାର ଆଚାର୍ଯ୍ୟ, ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ,ଅନୁରାଧା ମହାନ୍ତି, କାର୍ଯ୍ୟକାରୀ ନିର୍ଦ୍ଦେଶକ ଅନୁରାଧା ମହାନ୍ତି,ଭୁବନେଶ୍ୱର ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ସୌଦାମିନୀ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସାଫଲ୍ୟମଣ୍ଡିତ ପ୍ରଧାନ ସ୍ଵାଗତ ଭାଷଣ ରଖିବା ସଙ୍ଗେ ସଙ୍ଗେ ବୈଠକ ପରିଚାଳନା କରିଥିଲେ।

ବକ୍ତବ୍ୟରେ ଖୋର୍ଦ୍ଧା ବିଧାୟକ ଅତିତର ମହାବାତ୍ୟା ର ସ୍ମୃତି ଚାରଣ କରିଥିବାବେଳେ ପ୍ରଶାସନ ଏବଂ ସ୍ବେଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ବିପର୍ଯ୍ୟୟ ର ମୁକାବିଲା କରାଯାଇପାରିବ ବୋଲି କହିଥିଲେ। ଜିଲ୍ଲାପାଳ ସରକାରଙ୍କର ଜିରୋ କାଜୁଆଲିଟି କେବଳ ମିଳିତ ଉଦ୍ୟମରେ ସମ୍ଭବପର ବୋଲି କହିବାସହ ସମସ୍ତଙ୍କ ସହଯୋଗ, ପୂର୍ବ ପ୍ରସ୍ତୁତି ଏବଂ ପରବର୍ତ୍ତୀ ପଦକ୍ଷେପ ପ୍ରତି ସଜାଗ ରହିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

ଉକ୍ତ ବୈଠକରେ ସିଡ଼ିଏମଓ ଡଃ ଆର୍ତ୍ତବନ୍ଧୁ ନାୟକ, ଡ଼ିଇଓ ବିଶ୍ବନାଥ ତରାଇ , ସ୍ଵେଚ୍ଛାସେବୀ ଅନୁଷ୍ଠାନ,ସାମ୍ବାଦିକ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଣି ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ଶେଷରେ ମହାବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରେ ହୋଇ ଥିବା ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ବୈଠକ ସାଙ୍ଗ‌ କରାଯାଇଥିଲା।

ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଖୋର୍ଦ୍ଧା ଜ୍ୟୋତିରିନ୍ଦ୍ର ନାଥ ମିତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ନବୀନଙ୍କ ବଡ କାର୍ଯ୍ୟାନୁଷ୍ଠାନ: ଦଳ ବିରୋଧୀ କାର୍ଯ୍ୟ ପାଇଁ ପୁଣି ଜଣେ ନିଲମ୍ବନ

February 8, 2026

ପାକିସ୍ତାନର କେତୋଟି ସହର ଦଖଲ କରିଛି ବେଲୁଚ୍ ସେନା: ପଡୋଶୀ ଦେଶର ମୋଟ କେତେ ଅଂଶ?

February 8, 2026

୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 8, 2026

ଓଡ଼ିଶା ସାମାଜିକ କର୍ମୀ ସମ୍ମେଳନ, ଓଡ଼ିଶା ଭିଜନ ଓ ବିକଳ୍ପ ଚିନ୍ତନ ଉପରେ ଆଲୋଚନା

February 8, 2026
Latest News

ନିଷ୍ପତ୍ତି ବଦଳାଇପାରେ ପିସିବି: ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ବଡ଼ ଅପଡେଟ୍

February 8, 2026

କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ପାକିସ୍ତାନ ଲିଙ୍କ୍?: ତଦନ୍ତ ଉପରେ ବଡ଼ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ

February 8, 2026

ନବୀନଙ୍କ ବଡ କାର୍ଯ୍ୟାନୁଷ୍ଠାନ: ଦଳ ବିରୋଧୀ କାର୍ଯ୍ୟ ପାଇଁ ପୁଣି ଜଣେ ନିଲମ୍ବନ

February 8, 2026

ପାକିସ୍ତାନର କେତୋଟି ସହର ଦଖଲ କରିଛି ବେଲୁଚ୍ ସେନା: ପଡୋଶୀ ଦେଶର ମୋଟ କେତେ ଅଂଶ?

February 8, 2026

୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.