Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ପଦକ୍ଷେପ
ଆଜିର ଖବର

ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ପଦକ୍ଷେପ

November 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ପଦକ୍ଷେପ

ଭୁବନେଶ୍ବର: ଶୈକ୍ଷିକ ଉନ୍ନତି ପାଇଁ ପରୀକ୍ଷା କେବଳ ଏକ ପ୍ରକ୍ରିୟା। ଏଥିପାଇଁ ଛାତ୍ରଛାତ୍ରୀମାନେ ମାନସିକ ଭାବରେ ଚାପଗ୍ରସ୍ତ ହେବା ଉଚିତ ନୁହେଁ। ଏଦିଗରେ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକ ସେମାନଙ୍କ ଆତ୍ମବିଶ୍ୱାସକୁ ଦୃଢ କରିବା ସହ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ଦରକାର।

ଓସେପାର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କର୍ମଶାଳାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍‌. ଯୋଗଦେଇ ଏହି ମତବ୍ୟକ୍ତ କରିଛନ୍ତି।

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଥିବା ପିଲାମାନେ କିଭଳି ଚାପମୁକ୍ତ ରହି ପରୀକ୍ଷା ପ୍ରସ୍ତୁତି କରିବେ ସେ ସମ୍ପର୍କରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା। କର୍ମଶାଳାରେ ଅଧ୍ୟକ୍ଷତା କରି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଏସ୍‌. ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ଏନେଇ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀମତୀ ଏସ୍‌. ସୂଚନା ଦେଇ କହିଥିଲେ, ଛାତ୍ରଛାତ୍ରୀଙ୍କ ଚାପକୁ ନିୟନ୍ତ୍ରଣ କରିବା ପାଇଁ ଏକ ସ୍ୱତନ୍ତ୍ର ସେଲ୍‌ ଓସେପାର ବିଦ୍ୟା ସମୀକ୍ଷା କେନ୍ଦ୍ରରେ ଆଗାମୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ତରଫରୁ ଆସୁଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେମାନଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯିବ ବୋଲି କହିଥିଲେ।

ଏହି କର୍ମଶାଳାରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହାଙ୍କ ସମେତ ମୋ ସ୍କୁଲ ଅଭିଯାନ, ୟୁନିସେଫ୍‌, ୟୁଏନ୍‌ଏଫ୍‌ପିଏର କର୍ମକର୍ତ୍ତା, ବିଭିନ୍ନ ସେ୍ୱଚ୍ଛାସେବୀ ସଂଗଠନର ଅଧିକାରୀ ଏବଂ ବିଭାଗୀୟ ପଦାଧିକାରୀବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଆଲୋଚନାର ମୁଖ୍ୟ ଉଲ୍ଲେଖ୍ୟ ଥିଲା, ଛାତ୍ରଛାତ୍ରୀଙ୍କ ମନରୁ ପରୀକ୍ଷା ପ୍ରତି ଥିବା ଚିନ୍ତା ଦୂର କରିବା ପାଇଁ ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଭିଭାବକମାନେ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ଅଧିକ ଚାପ ଦେବା ଉଚିତ ନୁହେଁ। ସେମାନଙ୍କ ସମସ୍ୟାକୁ ବୁଝି ସେମାନଙ୍କ ମନରେ ଥିବା ଚିନ୍ତାକୁ ଦୂର କରିବା ପାଇଁ ପ୍ରୟାସ କରିବା ଦରକାର।

ସେହିଭଳି ବିଦ୍ୟାଳୟରେ ଶିକ୍ଷକମାନେ ନିର୍ଦ୍ଦିଷ୍ଟ ସମୟରେ ପାଠ୍ୟକ୍ରମ ସମାପ୍ତ କରି ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରତି ଦୃଷ୍ଟି ଦେବା ଦରକାର। ଛାତ୍ରଛାତ୍ରୀମାନେ ମଧ୍ୟ ମନରେ କୌଣସି ଭୟ ନରଖି ନିଜ ସମସ୍ୟାକୁ ଅଭିଭାବକ କିମ୍ବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ଖୋଲାଖୋଲି ଭାବେ ଆଲୋଚନା କରିବା ଉଚିତ। ଏହାଦ୍ୱାରା ସେମାନେ ଚାପମୁକ୍ତ ରହିପାରିବେ ବୋଲି ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ।

ଏହି ଆଲୋଚନାକୁ ଭିତ୍ତିକରି ଏକ କାର୍ଯ୍ୟପନ୍ଥା ତିଆରି ହେବ। ଏହି କାର୍ଯ୍ୟପନ୍ଥା ଅନୁସାରେ ଆସନ୍ତା ଫେବୃଆରୀ ମାସରୁ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସେଲ୍‌ ସକ୍ରିୟ ରହିବା ନେଇ ପ୍ରାରମ୍ଭିକ ପର୍ଯ୍ୟାୟରେ ନିଷ୍ପତ୍ତି ନିଆଯାଇଛି।

examination school ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026
Latest News

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.