Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୃଷିଯନ୍ତ୍ରପାତି ସବସିଡି ହେରାଫେରୀ ଘଟଣା, ଶୀତଳ ଭଣ୍ଢାରରେ ବିଭାଗୀୟ ତଦନ୍ତ
ଆଜିର ଖବର

କୃଷିଯନ୍ତ୍ରପାତି ସବସିଡି ହେରାଫେରୀ ଘଟଣା, ଶୀତଳ ଭଣ୍ଢାରରେ ବିଭାଗୀୟ ତଦନ୍ତ

November 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାରେ କୃଷି ଯନ୍ତ୍ରପାତି ଯୋଗାଣ କରାଯାଇ ସରକାରୀ ସବସିଡି ବାଟ ମାରଣା ହୋଇଥିବା ଗୁରୁତର ଅଭିଯୋଗ ହୋଇଥିଲା। ପ୍ରାୟ ୨୩ ରୁ ୨୬ ଲକ୍ଷ ଟଙ୍କା ମୂଲ୍ୟର କମ୍ବାଇନ ହାରଭେଷ୍ଟର ପାଇଁ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ୬ ଲକ୍ଷ ଟଙ୍କା ସବସିଡି ଯୋଗାଇ ଦିଆଯାଉଥିବା ବେଳେ ଏହାର ସୁଯୋଗ ନେଇ ଅସାଧୁ ଡିଲର ମାନେ ଦଲାଲ ମାଧ୍ୟମରେ ଗରିବ, ନୀରିହ, ତଥା ଅନୁସୂଚିତ ଜାତି ଓ ଜନଜାତି (ଏସ.ସି/ଏସ.ଟି ) ସଂପ୍ରଦାୟର ବ୍ୟକ୍ତିଙ୍କୁ ଅଳ୍ପ କିଛି ଲାଲସା ଦେଖାଇ ପ୍ରତ୍ୟେକଙ୍କ ଠାରୁ ୬ ଲକ୍ଷ ଟଙ୍କାର ସବସିଡି ବାଟ ମାରଣା କରାଯାଇଥିବା ଅଭିଯୋଗ ହୋଇଥିଲା।

ଏସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ କୃଷିବିଭାଗ ତରଫରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ସେ ସମୟରେ ଭେଲି ଘଟଣାରେ ସମଗ୍ର ଓଡିଶାରେ ତୁମ୍ଭି ତୋଫାନ ଚାଲିଥିବା ବେଳେ କେତେ ଜଣ ଅସାଧୁ ଡିଲରଙ୍କୁ ଗିରଫ କରାଯାଇଥିବାର ଜଣାପଡିଥିଲା। କଳାହାଣ୍ଡି ଜିଲ୍ଲାରେ ଅସାଧୁ ଡିଲର ମାନଙ୍କ ଦ୍ୱାରା ଏହି ତଦନ୍ତକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହେଉଥିଲା। ଡିଲର ମାନଙ୍କ ପକ୍ଷରୁ ତଦନ୍ତ ସହିତ ସଂଶ୍ଳିଷ୍ଟ ମାନଙ୍କୁ ବିଭିନ୍ନ ପ୍ରକାର ଚାପ ପକାଇବାର ଉଦ୍ୟମ କରାଯିବା ସହିତ ଜିଲ୍ଲା କୃଷି ବିଭାଗ ଦପ୍ତର ମାନଙ୍କରେ ଡିଲର ମାନଙ୍କ ସପକ୍ଷରେ ଲବି ଆରମ୍ଭ କରାଯାଇ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ମଧ୍ୟ ବିଭିନ୍ନ ପ୍ରକାର ଚାପ ପକାଇବାର ଯୋଜନା ଜଣାପଡିବା ପରେ ସେସଂପର୍କରେ ରାଜ୍ୟ ଭିଜିଲାନ୍ସ ବିଭାଗ ଉକ୍ତ ଘଟଣାର ତଦନ୍ତ କରିଥିବା ଜଣାପଡିଛି। ହେଲେ ଅସାଧୁ ଡିଲର ମାନେ ବିଭିନ୍ନ ଉପାୟରେ ସରକାରୀ ନୀତି ନିୟମ ଆଖିରେ ଧୁଳି ପକାଇ ସଫଲ ହୋଇଯାଇଥିବା ଦେଖାଯାଉଛି। ଯାହାଫଳରେ ମାତ୍ର ଅଳ୍ପ କିଛି ପ୍ରଲୋଭନରେ ପଡି ସରକାରୀ ସବସିଡି ୬ଲକ୍ଷ ଟଙ୍କାକୁ ଅନ୍ୟ ହାତରେ ଟେକିଦେଇଥିବା ନୀରିହ ଗରିବ ତଥା ଅନୁସୂଚିତ ଜାତି ଓ ଜନଜାତି (ଏସ.ସି/ଏସ.ଟି ) ସଂପ୍ରଦାୟର ବ୍ୟକ୍ତି ର ହିଁ କ୍ଷତିହେବ ଏଥିରେ କୌଣସି ଦ୍ୱିମତ ହିଁ ନାହିଁ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ସରକାର ସେଭଲି ବ୍ୟକ୍ତି ବିଶେଷଙ୍କୁ ସବସିଡି ଯୋଗାଇ ଦେବାର କୌଣସି ମୂଲ୍ୟ ହିଁ ରହୁ ନାହିଁ ବୋଲି ମଧ୍ୟ ଆଲୋଚନା ହେଉଛି।

କ୍ଲାସ, ୟନମାର ଭଲି ନାମୀ କାମ୍ପାନିର ହାରଭେଷ୍ଟର ସୋରୁମ ରେ ଏଭଲି ଅସାଧୁ କାରବାର ହୋଇଥିବା ଜନସାଧାରଣରେ ଅଭିଯୋଗ ହେବା ସହିତ ଜୟପାଟଣା ଅଂଚଳରେ ଥିବା ଜନୈକ ଅସା ଭୟବସାୟୀ ଙ୍କ ନାମରେ ଥିଭା କୃଷି ଯନ୍ତପାତି ନିର୍ମାଣ କାରଖାନା ମାଧ୍ୟମରେ ଏଭଲି ଅନେକ ହେରାଫେରି ହୋଇଥିବା ମଧ୍ୟ ଅଭିଯୋଗ ହେଉଛି। ଏହି ବ୍ୟବସାୟୀ ପୁର୍ବରୁ ରାସତା କଢରେ ପେଟ୍ରୋଲ, ମୋବିଲ ବିକ୍ରି କରୁଥିବା ବେଳେ କୃଷି ଯନ୍ତ୍ରପାତି ନିର୍ମାଣ ଓ ଯୋଗାଣ ଫେକ୍ଟ୍ରି କରି କୃଷି ବିଭାଗରୁ ଚାଷିଙ୍କୁ ସବସିଡିରେ ଯୋଗାଣ କରିଥିବା କାଗଜାତ ପ୍ରସ୍ତୃତ କରିଦେଇ ବିଲ ଉଠାଣ କରି ହେରାଫେରି କରୁଥିବା ଅଭିଯୋଗ ହେଉଛି। ଏହି ବ୍ୟବସାୟିଙ୍କ ଲମ୍ବାହାତ ଥିବା ଏବଂ ସେଥିପାଇଁ କୌଣସି ତଦନ୍ତ କାରୀ ସଂସ୍ଥା ପହଂଚି ପାରୁନଥିବା ଜନସାଧାରଣରେ ଆଲୋଚନା ହେଉଛି।

ଏସଂପର୍କରେ ଜୁନାଗଡ ଠାରେ କୃଷି ଜିଲ୍ଲା ଅଧିକାରୀ ରଂଜନ ପଟେଲଙ୍କୁ ପଚାରିବାରୁ ଏବେ ଆଉ ସେଭଲି ଭାବେ ସବସିଡି ଦିଆଯାଉନାହିଁ ଆପଣ ପରେ ଆସନ୍ତୁ ଏବେ କିଛି କହିହେବ ନାହିଁ ବୋଲି ବେଶ ହାଲୁକା ଭାବେ ଜବାବ ଦେଇଥିଲେ। ହେଲେ ଏଭଲି ଅସାଧୁ ବ୍ୟବସାୟୀ ମାନେ ବିଭିନ୍ନ ଚାଷୀ ମାନଙ୍କ ନାମରେ ଆସୁଥିବା ସବସିଡି ଟଙ୍କା ବାଟମାରଣା କରୁଥିବା ବେଳେ ପ୍ରକୃତ ହିତାଧିକାରୀ ସେହି ସବସିଡି ଟଙ୍କା ପାଇ ପାରୁନଥିବା ହେତୁ ସରକାରୀ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସ-ଷ୍ଟି ହେଉଛି। ଏସଂପର୍କରେ ଏକ ନିରପେକ୍ଷ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନିୟ ତଥ୍ୟ ପଦାକୁ ଆସି ପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି।

କଳାହାଣ୍ଡି ଜିଲ୍ଲା କୃଷି ଯନ୍ତ୍ରପାତି ବାଟ ମାରଣା ସବସିଡି ହେରାଫେରୀ
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.