Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯାତ୍ରାଜଗତର ବିଶିଷ୍ଟ ହାସ୍ୟାଭିନେତା ରବି ଶତପଥିଙ୍କ ପରଲୋକ
ଆଜିର ଖବର

ଯାତ୍ରାଜଗତର ବିଶିଷ୍ଟ ହାସ୍ୟାଭିନେତା ରବି ଶତପଥିଙ୍କ ପରଲୋକ

November 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: ଯାତ୍ରା ଜଗତରେ ହଜାର ହଜାର ଦର୍ଶକ ଓ ସାଧାରଣ ଲୋକଙ୍କୁ ହସାଇ ବେଦମ କରୁଥିବା କମେଡି କିଙ୍ଗ୍ ରବି ଶତପଥି ଶୁକ୍ରବାର ସଂନ୍ଧ୍ୟା ୭ଟା ୪୦ରେ ୬୫ ବର୍ଷ ବୟସରେ ନିଜ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ପଞ୍ଚାୟତ ଅଗପାଳ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଗପାଳ ଗ୍ରାମରେ ଜନ୍ମିତ ଓ ଓଡିଶାରେ ପୁରପଲ୍ଲୀରେ ପରିଚିତ ଏହି ବର୍ଷିୟାନ କଳାକାର ବିଗତ ଛଅ ମାସ ଧରି ଲିଭର ରୋଗରେ ପୀଡୀତ ହୋଇ ଜୀବନ ଯୁଦ୍ଧରେ ସଂଗ୍ରାମ କରି ହାରିଯାଇଛନ୍ତି।

ରବି ଶତପଥିଙ୍କ ପରଲୋକରେ କେବଳ ନିଜ ଜନ୍ମ ମାଟି ଅଗପାଳ ନୁହେଁ ସମଗ୍ର କଳା ଜଗତରେ ଶୋକର ଛାୟା ଖେଳିଯାଇଛି। ମୁଁହଁରେ ପାଉଡର ଲଗାଇ ସାରା ରାଜ୍ୟବାସୀଙ୍କୁ ହସେଇ ହସେଇ ବେଦମ କରୁଥିବା ଏହି ପ୍ରତିଭାବାନ କଳାକାର ଆଉ ମଞ୍ଚକୁ ଚଢିବା ଦେଖିବାକୁ ମଳିବନି। ସାରା ରାଜ୍ୟରେ ଜନତା ଗଣାନାଟ୍ୟରେ ଶାଗୁଣା ବସିଛି ଡେଣାମେଲାଇ ନାଟକରେ ପଦୁ ମହାନ୍ତି ଚରିତ୍ରରେ ଅଭିନୟ କରିଥିବା ଏହି ପ୍ରଥିତଯଶା କଳାକାରଙ୍କ ସଂଳାପ କିଏ ମନେ ନରଖିଛି।

ଏହି ନାଟକ ନବେଦଶକରେ ଏକ ଲକ୍ଷ କ୍ୟାସେଟ୍ ବିକ୍ରି ହୋଈ ରେକର୍ଡ କରିଥିବା ବେଳେ ସହକାଳାକାର ମହେନ୍ଦ୍ର ଦାସ ଭିକୁ ସେଟ୍‌ଙ୍କ ସହ ତାଙ୍କ ଆକର୍ଷଣୀୟ ଅଭିନୟ ଆଜି ରାଜ୍ୟବାସୀ ଭୂଲିପାରୁନାହଁନ୍ତି। ବିଗତ ପାଞ୍ଚ ଦଶନ୍ଧି ଧରି ହାସ୍ୟ ଓ ଚରତ୍ର ଅଭିନୟରେ ରାଜ୍ୟ ବାସୀଙ୍କୁ ହାସାଉଥିବା କଳାକାର ଯେ ଘରେ ଗୁରୁ ଗମ୍ଭୀର ଓ କମ୍ କଥା ହୁଅନ୍ତି ଏକଥା ହୁଏତ ବହୁତ କମ୍ ଲୋକେ ଜାଣିଥିବେ ବୋଲି ତାଙ୍କ ପତ୍ନୀ ବିଦୁଲତା ଶତପଥି କୁହନ୍ତି।

ବିଗତ ୬ ମାସ ହେଲା ପ୍ରଥମେ ପେଟରେ ଯନ୍ତ୍ରଣା ହେବାରୁ ଏଏମ୍‌ସ ମେଡିକାଲରେ ଦେଖାଇବାରୁ ପାକସ୍ତଳି କର୍କଟ ଆକ୍ରାନ୍ତ ହୋଇଥିବା ଘରେ ରହି ଚିକିତ୍ସତ ହେଉଥିଲେ। ଗତ ଦୁର୍ଗାପୂଜା ପୂବରୁ ଏହି କଳାକାରଙ୍କୁ ଯାତ୍ରାଜଗତର ପ୍ରସିଦ୍ଧ ଖଳନାୟକ ଦୈତାରୀ ପଣ୍ଡା, ରତି, ମିଟୁନା, ଜିତେନ୍ଦ୍ର ଦାସଙ୍କ ସହ ବହୁ ନିର୍ଦ୍ଦେଶକ ଓ ଲେଖକ ତାଙ୍କୁ ଦେଖା କରିବାକୁ ଆସିଥିଲେ ଓ ଭଲ ହୋଇ ପୁଣଇ ଯାତ୍ରାକୁ ଫେରିବାକୁ ଉତ୍ସାହ ଦେଇଥିଲେ।

ଅଭିନୟ କଥା କହିଲେ ଠାକୁରାଣୀ ଅପେରାରୁ ଅଶିଦଶକରେ ନିଜର ଅଭିନୟ ଆରମ୍ଭ କରିଥିବା ଏହି କଳାକାର ଏବେ ୬୫ ବର୍ଷରେ ଶେଷ ନିଶ୍ୱସ ତ୍ୟାଗ କରିଛନ୍ତି। ଏହି ସମର୍ପିତ କଳାକାର ଠାକୁରାଣୀ, ତୁଳସୀ, ପାର୍ବତୀ, ଗୌରୀ, ସ୍ୱର୍ଣମହଲ, ମାୟାନଗରୀ ପ୍ରଭୃତି ସାରା ରାଜ୍ୟରେ ୧୫ରୁ ଉର୍ଦ୍ଧ୍ୱ ଯାତ୍ରା ପାର୍ଟିରେ ଅଭିନୟ କରି ଶହ ଶହ ରାତ୍ରି ଅନିଦ୍ରା ହୋଈ ସାରା ରାଜ୍ୟ ବାସୀଙ୍କୁ ହସ ବାଣ୍ଟିଛନ୍ତି।

ଅଶ୍ଲିଳତା କମ ଥିବା ତାଙ୍କର ନିଖୁଣ ଅଭିନୟ କେବେ ବାଜିବ ତୋ ସାହାନେଇ ଯିଏ ଦେଖିବା ସେ ନିଶ୍ଚୟ ବୁଝିବ ଜଣେ ହସ୍ୟ ଅଭିନେତା ଯାତ୍ରା ପାଇଁ କେତେ ଜରୁରୀ। ଅଶ୍ଳୂିଳତା ବିନା ଲୋକଙ୍କୁ ଆମୋଦିତ ବା ହସେଇ ହେବ ତାହା ତାଙ୍କୁ ବେଶ ଭଲଭାବେ ଜଣା ଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ବିଦୁଲତା, ୩ପୁଅ ଓ ଜଣେ ଝିଅ ଉପସ୍ଥିତ ଥିଲେ।

ଗ୍ରାମ ସ୍ମଶାନରେ ଶୋକାକୂଳ ପରିବେଶରେ ଶେଷକୃତ କରାଯାଇଥିବା ବେଳେ ଜ୍ୟେଷ୍ଠ ପୁଅ ସୂଯ୍ୟାଂଶୁ ଶତପଥି ମୁଖାଗ୍ନୀ ଦେଇଥିଲେ।

ତାଙ୍କ ପରଲୋକରେ କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନୀନାରାଣୀ ସାହୁ, ସ୍ଥାନୀୟ ସରପଞ୍ଚ ବିପିନ ବିଶ୍ୱାଳ, ବିଜେଡି ନେତା ଅରୁଣ କୁମାର ବେହେରା, ସୁକାନ୍ତ ମୁଦୁଲି, ଦିଲୀପ ମହାପାତ. ନୀରଞ୍ଜନ ପ୍ରଧାନ, ଇଂ ଲଳିତ ବସ୍ତିଆ ଓ ନକୂଳ ବେହେରା ପ୍ରମୁଖ ଶହ ଶହ ଗ୍ରାମବାସୀ ଓ କଳାକାର ମାନେ ଶେଷଦର୍ଶନ କରିବା ସହ ଶୋକ ବ୍ୟକ୍ତ କରିଛନ୍ତି।

କୁଜଙ୍ଗ ବ୍ଲକ ଜଗତସିଂହପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର କିଛି ଏକ୍ସପ୍ରେସ୍ ଟ୍ରେନ୍‌ରେ ଅତିରିକ୍ତ କୋଚ ସଂଯୋଗ

February 5, 2026

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନ୍ୟାସନାଲ୍ ଡିଫେନ୍ସ କଲେଜ୍ ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

February 5, 2026

Odisha Budget 2026: ବଜେଟ ପ୍ରସ୍ତୁତି ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେଲେ ମୁଖ୍ୟମନ୍ତ୍ରୀ

February 5, 2026

ସାରା ରାଜ୍ୟରେ ପାଳନ ହେବ ଓଡ଼ିଆ ପକ୍ଷ, ବସିଲା ପ୍ରସ୍ତୁତି ବୈଠକ, ଜାଣନ୍ତୁ ଏଥିରେ କଣ ହେବ

February 5, 2026
Latest News

ଦ୍ୱିତୀୟ ଥର ପାଇଁ ଡବ୍ଲୁପିଏଲ ଚାମ୍ପିଅନ ହେଲା ଆରସିବି: ଚତୁର୍ଥ ଥର ପାଇଁ ଫାଇନାଲରେ ହାରିଲା ଦିଲ୍ଲୀ

February 6, 2026

ପୂର୍ବତଟ ରେଳପଥର କିଛି ଏକ୍ସପ୍ରେସ୍ ଟ୍ରେନ୍‌ରେ ଅତିରିକ୍ତ କୋଚ ସଂଯୋଗ

February 5, 2026

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନ୍ୟାସନାଲ୍ ଡିଫେନ୍ସ କଲେଜ୍ ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

February 5, 2026

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ କୃଷି କ୍ଷେତ୍ରକୁ ନେଇ କୌଣସି ସାଲିସ୍‌ ହୋଇନାହିଁ: କେନ୍ଦ୍ର ମନ୍ତ୍ରୀ

February 5, 2026

Odisha Budget 2026: ବଜେଟ ପ୍ରସ୍ତୁତି ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେଲେ ମୁଖ୍ୟମନ୍ତ୍ରୀ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.