Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅକ୍ଷୟ ସାହିତ୍ୟ ଓ ସଙ୍ଗୀତ ସମ୍ମାନ ପ୍ରଦାନ ଉତ୍ସବ: ରାଜ୍ୟବର୍ଦ୍ଧନ ଧଳ ମହାପାତ୍ରଙ୍କୁ ମିଳିଲା ‘ଅକ୍ଷୟ ସାହିତ୍ୟ ସମ୍ମାନ’
ଆଜିର ଖବର

ଅକ୍ଷୟ ସାହିତ୍ୟ ଓ ସଙ୍ଗୀତ ସମ୍ମାନ ପ୍ରଦାନ ଉତ୍ସବ: ରାଜ୍ୟବର୍ଦ୍ଧନ ଧଳ ମହାପାତ୍ରଙ୍କୁ ମିଳିଲା ‘ଅକ୍ଷୟ ସାହିତ୍ୟ ସମ୍ମାନ’

November 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପ୍ରଖ୍ୟାତ ସଙ୍ଗୀତଜ୍ଞ ଓ ସାହିତ୍ୟିକ ଓ ସଙ୍ଗୀତ ପ୍ରତିଭାର କ୍ଷୟ ନାହିଁ। ତାଙ୍କର ଯାଦୁକାରୀ କଣ୍ଠସ୍ଵର ଓ ସଙ୍ଗୀତର ସଂଯୋଜନା ପିଢୀ ପରେ ପିଢୀଙ୍କୁ ମନୋରଞ୍ଜନ ଖୋରାକ ଯୋଗାଇଦେଇ ଚାଲିଥିଲେ ହେଁ ଓଡିଆ ଜାତି ସେହି ପ୍ରତିଭାର ସଠିକ ମୂଲ୍ୟାୟନ ଏଯାବତ କରି ନାହିଁ। ଗୋଟିଏ ଦୁଇଟି ସଙ୍ଗୀତ ଗାଁ କରିଥିବା କଳାକାରମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହେଉଥିବା ବଲେ ଅକ୍ଷୟଙ୍କ ଭଳି ଜଣେ କାଳଜୟୀ ସ୍ରଷ୍ଟାଙ୍କୁ ଉପଯୁକ୍ତ ସମ୍ମାନ ଦେବାରେ ଆମେ ଅବହେଳା ପ୍ରଦର୍ଶନ କରିଛୁ। ବାସ୍ତବ ଘଟଣାକୁ ନେଇ ସାହିତ୍ୟ ସୃଷ୍ଟି କରିବାରେ ଅକ୍ଷୟ ମହାନ୍ତି ଥିଲେ ଏକ ଅନନ୍ୟ ପ୍ରତିଭା।

ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ଏକବିଂଶତମଶ୍ରାଦ୍ଧବାର୍ଷିକୀ ଅବସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’, ଓଡିଶା ସିନେକ୍ରିଟିକ ଆସୋସିଏସନ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ମନୋଜ୍ଞ ଉତ୍ସବରେ ମହାନ ସାଧକଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପ୍ନ କରାଯାଇଛି। ଏଥିରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ଓ କାଦମ୍ବିନୀ’ ର ସମ୍ପାଦିକା ତଥା ଲେଖିକା ଡା. ଇତି ସାମନ୍ତ ଅତିଥି ରୂପେ ଯୋଗଦେଇ ଅକ୍ଷୟଙ୍କ ବହୁମୂଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ। ଅନୁଷ୍ଠାନର ସଭାପତି ବାରିଷ୍ଟ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ କୁମାର ହାଳି ବିବରଣୀ ପ୍ରଦାନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ପ୍ରଯୋଜକ ଲୁଟୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଉତ୍ସବରେ ଚଳିତ ବର୍ଷର ସମ୍ମାନଜନକ ‘ଅକ୍ଷୟ ସାହିତ୍ୟ ସମ୍ମାନ’ ବିଶିଷ୍ଟ ସାହିତ୍ୟିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଜଣାଶୁଣା କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ରଙ୍କୁ ‘ଅକ୍ଷୟ ସଙ୍ଗୀତ ସମ୍ମାନ’ ପ୍ରଦାନ କରାଯାଇଥିଲା। ଶେଷରେ ଆୟୋଜିତ ମନୋଜ୍ଞ ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମରେ ବହୁ ପ୍ରବୀଣ ଓ ନବୀନ କଣ୍ଠଶିଳ୍ପୀ ଅକ୍ଷୟ ସଙ୍ଗୀତ ପରିବେଷଣ କରିଥିଲେ। ଏଥିରେ ଉଦୀୟମାନ ଭାଓଲୀନ ବାଦକ ମାଷ୍ଟର ରାକେଶ ବିଶ୍ଵାଳ ଅକ୍ଷୟ ସଙ୍ଗୀତର ସ୍ଵର ବାଦନ କରିଥିବା ବେଳେ ଇଂ ବିଚିତ୍ରାନନ୍ଦ ଦେଓ, ଶୈଳଭାମା ମହାପାତ୍ର, ଆଦ୍ୟଶା ଦାସ, ପ୍ରୀତିନନ୍ଦା ରାଉତରାୟ, ପ୍ରତିଭା ପ୍ରଧାନ, ସିଦ୍ଧାନ୍ତ ଶତପଥି, ବିଜୟଲକ୍ଷ୍ମୀ ପଟି, ୟଶ ମହାନ୍ତି, ଅର୍ଣ୍ଣବ ପଣ୍ଡା, ସଞ୍ଜୟ ମିଶ୍ର ପ୍ରମୁଖ ସୁଲଳିତ କଣ୍ଠରେ ସଙ୍ଗୀତ ପରିବେଷଣ କରିଥିଲେ। ବିଶିଷ୍ଟ ବାଦ୍ୟଗୁରୁ ଅବନୀକାନ୍ତ ଦାସ ଏହି ସଙ୍ଗୀତ ସନ୍ଧ୍ୟାକୁ ପରିଚାଳନା କରିଥିଲେ। ଏହି ଉତ୍ସବରେ କମିଟିର ସଦସ୍ୟ ରବି ବିଶ୍ଵାଳ, ଜ୍ଞାନରଞ୍ଜନ ପ୍ରିୟଦର୍ଶନ, ଶ୍ରୀଧର ମାର୍ଥା ପ୍ରମୁଖ ସହଯୋଗୀତା କରିଥିଲେ।

ଅକ୍ଷୟ ମହାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ଶତ୍ରୁତାରୁ ଛୁରାମାଡ଼, ଜଣେ ମୃତ

October 10, 2026

ମୁକେଶ ଅମ୍ବାନୀଙ୍କୁ ‘ପ୍ରଧାନମନ୍ତ୍ରୀ’ କହି ମସ୍କଙ୍କ କଟାକ୍ଷ, ଷ୍ଟାରଲିଙ୍କକୁ ନେଇ ବଢ଼ିଲା ବିବାଦ

October 10, 2026

ଉପନିର୍ବାଚନରେ ​​ବିଜେପିର ବିଜୟ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

October 10, 2026

ଡିଜିଟାଲ୍ ସଂଯୋଗରୁ ବିଶ୍ୱ ଟେଲିକମ୍ ପ୍ରଯୁକ୍ତି ନେତୃତ୍ୱ ଆଡ଼କୁ ଭାରତର ଅଗ୍ରଗତି ଉପରେ ସିନ୍ଧିଆଙ୍କ ଗୁରୁତ୍ୱାରୋପ

October 10, 2026
Latest News

ପୂର୍ବ ଶତ୍ରୁତାରୁ ଛୁରାମାଡ଼, ଜଣେ ମୃତ

October 10, 2026

ମ୍ୟାରୀ କମ୍‌ଙ୍କ ବିରୋଧରେ ମାନହାନୀ ମାମଲା: ପୂର୍ବତନ ସ୍ୱାମୀ ଦାୟର କଲେ ମକଦ୍ଦମା

October 10, 2026

ମୁକେଶ ଅମ୍ବାନୀଙ୍କୁ ‘ପ୍ରଧାନମନ୍ତ୍ରୀ’ କହି ମସ୍କଙ୍କ କଟାକ୍ଷ, ଷ୍ଟାରଲିଙ୍କକୁ ନେଇ ବଢ଼ିଲା ବିବାଦ

October 10, 2026

ଉପନିର୍ବାଚନରେ ​​ବିଜେପିର ବିଜୟ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

October 10, 2026

ଡିଜିଟାଲ୍ ସଂଯୋଗରୁ ବିଶ୍ୱ ଟେଲିକମ୍ ପ୍ରଯୁକ୍ତି ନେତୃତ୍ୱ ଆଡ଼କୁ ଭାରତର ଅଗ୍ରଗତି ଉପରେ ସିନ୍ଧିଆଙ୍କ ଗୁରୁତ୍ୱାରୋପ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.