Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି: ତହସିଲ ସମ୍ମୁଖରେ ଧାରଣା ଦେଲା ସିପିଆଇ (ଏମ୍)
ଆଜିର ଖବର

ରଣପୁର ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି: ତହସିଲ ସମ୍ମୁଖରେ ଧାରଣା ଦେଲା ସିପିଆଇ (ଏମ୍)

November 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ବ୍ଳକରେ ବର୍ଷାର ଅଭାବ ସାଙ୍ଗକୁ ନଦୀ ଓ ବନ୍ଧ ଗୁଡିକର ପାଣି ନ ଥିବାରୁ ସାରା ରଣପୁର ଅଞ୍ଚଳରେ ମରୁଡି ସଙ୍କଟ ଘନେଇବାରେ ଲାଗିଛି। ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ମରୁଡି ସଙ୍କଟ ସହି ନ ପାରି ଜଣେ ଚାଷୀ ଆତ୍ମହତ୍ୟା କରିଛି। ଏଥିପାଇଁ ସ୍ଥାନୀୟ ପ୍ରଶାସନ ନିଷ୍କ୍ରିୟ ଥିଲାବେଳେ ସରକାର ଗହମ ନିଦ୍ରାରେ ଶୋଇଛନ୍ତି।

ଚାଷୀଙ୍କ ଏହି ସଙ୍କଟରେ ପ୍ରଶାସନର ନିସ୍କ୍ରିୟତର ପ୍ରତିବାଦ କରି ଆଜି ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ) ରଣପୁର ଆଞ୍ଚଳିକ କମିଟି ତରଫରୁ ଦିନ ୧୨ ଟାରେ ଶତାଧିକ ଚାଷୀଙ୍କ ଏକ ଶୋଭାଯାତ୍ରା ରଣପୁର ପଞ୍ଚୁଦୋଳ ପଡିଆ ଠାରୁ ବାହାରି ରଣପୁର ବଜ଼ାର ପରିକ୍ରମା କରି ରଣପୁର ତହସିଲି ସମ୍ମୁଖରେ ଚାଷୀଙ୍କ ଗଣ ବିକ୍ଷୋଭ ସଙ୍ଗଠିତ ହୋଇଥିଲା।

ସାଥୀ ନିତ୍ୟାନନ୍ଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବକ୍ତାମାନେ ଚାଷୀଙ୍କ ଏହି ସଙ୍କଟ ସମୟରେ ଭୋଟ ବିକଳରେ କେନ୍ଦ୍ର ଶାସନରେ ଥିବା ବିଜେପି ଦଳ ଅଯଥାରେ ମୋ ମାଟି ମୋ ଦେଶ କହି ଯାତ୍ରା କରୁଥିଲାବେ ବିଜେଡି ଜନ ସମ୍ପର୍କ ଯାତ୍ରାର ପ୍ରହସନ କରି ଉଭୟ ଦଳ ରଣପୁରର ଚାଷୀଙ୍କ ମରୁଡି ସମସ୍ୟା ପ୍ରତି ଅଣଦେଖା କରିଛନ୍ତି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ।

ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ଏଥିପାଇଁ ତୁରନ୍ତ ଗୁରୁତ୍ୱ ଦେଇ ସରକାରଙ୍କ ଦୃଷ୍ଟିକୁ ନେଇ ରଣପୁର ବ୍ଲକକୁ ତୁରନ୍ତ ମରୁଡି ଘୋଷଣା କରିବା, ମୃତ ଚାଷୀ ଗୋବିନ୍ଦ ସାହୁଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା, ସମସ୍ତ ଚାଷୀଙ୍କ ଚାଷୀ ଋଣ ଛାଡ କରିବା, ମରୁଡି ପରିପ୍ରେକ୍ଷୀରେ ଲୋକଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବର୍ଷକୁ ୨୦୦ ଦିନ କାର୍ଯ୍ୟ ୬୦୦ ଟଙ୍କା ଦୈନିକ ମଜୁରୀ ସରକାର ଯୋଗାଇ ଦେବା ସହ ମରୁଡ଼ିର ସ୍ଥାୟୀ ପ୍ରତିକାର କରିବା ପାଇଁ ଅଚଳ ଲିପିଟି ପମ୍ପକୁ ତୁରନ୍ତ ମରାମତି କରିବା, ଗଭୀର ବୋର ଓଏଲ ଖନନ କରିବା, କ୍ଷୁଦ୍ର ଜଳ ସେଚନ ଅଧିନରେ ଥିବା ଭେଟବର ବନ୍ଧ ସମେତ ସମସ୍ତ ବନ୍ଧ ଗୁଡିକ ଖନନ କରି କେନାଲ ଗୁଡିକ ମରାମତି କରିବା ଓ ବୃତ୍ତଙ୍ଗ ଯୋଜନା ତୁରନ୍ତ ଜାର୍ଯ୍ୟକାରୀ କରିବାକୁ ବକ୍ତା ମାନେ ଦୃଢ଼ ଦାବୀ କରିଥିଲେ।

ଚାଷୀମାନେ ଆଣିଥିବା ମଲା ଧାନକୁ ଦେଖାଇ ବିକ୍ଷୋଭ କରିବା ସହ ପ୍ରଶାସନ ଟିକେ ଜରୁରୀ ଦୃଷ୍ଟି ଦେବାକୁ ଦାବୀ କରିଥିଲେ। ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ତହସିଲଦାରଙ୍କୁ ଭେଟି ୭ ଦଫା ଦାବୀ ଗୁଡିକ ଆଲୋଚନା କରିବାରେ ଆସନ୍ତା ୭ ଦିନ ମଧ୍ୟରେ ପାର୍ଟିର ତଥ୍ୟ ସଂଗ୍ରହ କରି ପ୍ରତିନିଧି ମଣ୍ଡଳୀଙ୍କୁ ନିମନ୍ତ୍ରଣ କରି ପୂର୍ଣ୍ଣ ଆଲୋଚନା କରିବା ପରେ ମରୁଡି ଘୋଷଣା ପାଇଁ ପଦକ୍ଷେପ ନେବେ ବୋଲି ଆନ୍ଦୋଳନ ରତ ଚାଷୀ ମାନଙ୍କ ସମ୍ମୁଖରେ ପ୍ରତିଶୃତି ଦେବାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।

ଏହି ବିକ୍ଷୋଭ ସମାବେଶରେ ବରିଷ୍ଟ ସିପିଆଇ (ଏମ୍) ନେତା ହରିଶ୍ଚନ୍ଦ୍ର ମିଶ୍ର, ଆଞ୍ଚଳିକ କମିଟି ସମ୍ପାଦକ ସୁରେଶ ସ୍ବାଇଁ, ଦୁଃଶାସନ ଜେନା, ସାବ୍ୟସାଚୀ ସେନାପତି, ଗଦାଧର ପ୍ରଧାନ, ସୁଶୀଲ ମହାନ୍ତି, ଭିକାରୀ ଚରଣ ସାହୁ, କୁଳମଣି ପଲେଇ, ବିଜୟ ଜେନା, ପବିତ୍ର ପ୍ରଧାନ, ମନୋଜ ଲଷ୍ମୀଧର ଲେଙ୍କା, ଅନାମ ଦାସ ଓ ଜ୍ୟୋସ୍ନା ରାଣୀ ନାୟକ ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।

ରଣପୁର ବ୍ଲକ ସିପିଆଇ (ଏମ୍‌)
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡି ଛାଡି ବିଜେପିରେ ମିଶିଲେ କଳାହାଣ୍ଡିର ନେତା ପୁଷ୍ପେନ୍ଦ୍ର ସିଂହଦେଓ

July 26, 2026

ଛାତ୍ର ଆନ୍ଦୋଳନ ସମୟରେ ଭଙ୍ଗାରୁଜା ଅଭିଯୋଗ: ଜେଲ ଗଲେ ତେଜ ପ୍ରତାପ ଯାଦବ

July 26, 2026

ବିସିସିଆଇ ସମୀକ୍ଷା ବୈଠକ: ଇଂଲଣ୍ଡଠାରୁ ପରାଜୟ ପରେ ଅଡୁଆରେ ସପୋର୍ଟ ଷ୍ଟାଫ୍

July 26, 2026

ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍’ ପାଇଁ ଚୟନ ଯୁବକଯୁବତୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

July 26, 2026
Latest News

ବିଜେଡି ଛାଡି ବିଜେପିରେ ମିଶିଲେ କଳାହାଣ୍ଡିର ନେତା ପୁଷ୍ପେନ୍ଦ୍ର ସିଂହଦେଓ

July 26, 2026

ଛାତ୍ର ଆନ୍ଦୋଳନ ସମୟରେ ଭଙ୍ଗାରୁଜା ଅଭିଯୋଗ: ଜେଲ ଗଲେ ତେଜ ପ୍ରତାପ ଯାଦବ

July 26, 2026

ବିସିସିଆଇ ସମୀକ୍ଷା ବୈଠକ: ଇଂଲଣ୍ଡଠାରୁ ପରାଜୟ ପରେ ଅଡୁଆରେ ସପୋର୍ଟ ଷ୍ଟାଫ୍

July 26, 2026

ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ୍’ ପାଇଁ ଚୟନ ଯୁବକଯୁବତୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

July 26, 2026

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି: ଜାଣନ୍ତୁ ଏମିତି କାହିଁକି ହୁଏ?

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.