Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜ୍ଞାପନରେ ବିଭ୍ରାନ୍ତିକର ଦାବି ବନ୍ଦ କରନ୍ତୁ, ନଚେତ୍ ଲାଗିବ ଜରିମାନା: ପତଞ୍ଜଳି ଆୟୁର୍ବେଦକୁ ଚେତାବନୀ
ଆଜିର ଖବର

ବିଜ୍ଞାପନରେ ବିଭ୍ରାନ୍ତିକର ଦାବି ବନ୍ଦ କରନ୍ତୁ, ନଚେତ୍ ଲାଗିବ ଜରିମାନା: ପତଞ୍ଜଳି ଆୟୁର୍ବେଦକୁ ଚେତାବନୀ

November 22, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଆଲୋପାଥି ଭଳି ଆଧୁନିକ ଚିକିତ୍ସା ବ୍ୟବସ୍ଥା ବିରୋଧରେ ବିଭ୍ରାନ୍ତିକର ଦାବି ଓ ବିଜ୍ଞାପନ ପ୍ରକାଶ କରିଥିବା ପତଞ୍ଜଳି ଆୟୁର୍ବେଦକୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ବିରୋଧରେ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମ୍ଏ) ପକ୍ଷରୁ ଦାୟର ଏକ ଆବେଦନର ଶୁଣାଣି କରି ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲା ଓ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଅମାନୁଲ୍ଲା ମୌଖିକଭାବେ କହିଥିଲେ ଯେ ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନକୁ ତୁରନ୍ତ ବନ୍ଦ କରିବାକୁ ହେବ, ଯାହାର ଉଲ୍ଲଂଘନକୁ ଆମେ ଗମ୍ଭୀରତାର ସହ ବିଚାର କରିବୁ। ଯଦି କୌଣସି ନିର୍ଦ୍ଦିଷ୍ଟ ରୋଗର ଚିକିତ୍ସା ପାଇଁ ମିଥ୍ୟା ଦାବି କରାଯାଏ ତେବେ ଏଭଳି ପ୍ରତ୍ୟେକ ଉତ୍ପାଦ ଉପରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।

ଭବିଷ୍ୟତରେ ଆମେ ଆଦୌ କରିବୁ ନାହିଁ

ଶୁଣାଣି ସମୟରେ ପତଞ୍ଜଳି ଆୟୁର୍ବେଦର ଓକିଲ ଅଦାଲତଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେମାନେ ଭବିଷ୍ୟତରେ ଏଭଳି କୌଣସି ବିଜ୍ଞାପନ ପ୍ରକାଶ କରିବେ ନାହିଁ ଏବଂ ଗଣମାଧ୍ୟମରେ ଯେପରି ଏଭଳି ବୟାନ ନ ପ୍ରକାଶ କରାଯିବ ତାହା ମଧ୍ୟ ସୁନିଶ୍ଚିତ କରିବେ। ଏହି ପ୍ରତିଶ୍ରୁତିକୁ ମଧ୍ୟ କୋର୍ଟ ତାଙ୍କ ଆଦେଶରେ ରେକର୍ଡ କରିଛନ୍ତି।

ସୁପାରିସଗୁଡ଼ିକୁ ବିଚାର କରି ଉପସ୍ଥାପନ କରନ୍ତୁ

ଖଣ୍ଡପୀଠ କହିଛନ୍ତି ଯେ ଏହି ପ୍ରସଙ୍ଗକୁ ଆଲୋପାଥି ବନାମ ଆୟୁର୍ବେଦ ବିତର୍କରେ ପରିଣତ କରିବାକୁ ଚାହୁଁନାହାଁନ୍ତି ବରଂ ବିଭ୍ରାନ୍ତିକର ବିଜ୍ଞାପନ ସମସ୍ୟାର ପ୍ରକୃତ ସମାଧାନ ଖୋଜିବାକୁ ଚାହୁଁଛନ୍ତି । ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ କେଏମ୍ ନଟରାଜଙ୍କୁ ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କରି ଉପଯୁକ୍ତ ସୁପାରିସ ଆଣିବାକୁ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୪ ଫେବ୍ରୁଆରି ୫ରେ ହେବ।

କୋଭିଡ ମହାମାରୀ ପତଞ୍ଜଳି ଆୟୁର୍ବେଦ ବାବା ରାମଦେବ
Share. Facebook Twitter LinkedIn Email WhatsApp Copy Link

Related Posts

୫ ଦଫା ଦାବିକୁ ନେଇ ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକମାନଙ୍କର ବିଧାନସଭା ସମ୍ମୁଖରେ ଗଣଧାରଣା

August 10, 2026

ଆଜିଠାରୁ ୧୬ ତାରିଖ ମଧ୍ୟରେ ସବୁଠାରୁ ଶସ୍ତା ବିମାନ ଟିକେଟ୍ କ’ଣ?: ଜାଣନ୍ତୁ ତାଲିକା

August 10, 2026

ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ ଆଜି ଶେଷ ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ

August 10, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଶରଦ ପାୱାରଙ୍କ ସାଂସଦ: ସୁପ୍ରିୟା ସୁଲେ ମଧ୍ୟ ସାମିଲ

August 10, 2026
Latest News

୫ ଦଫା ଦାବିକୁ ନେଇ ନଳକୂପ ମିସ୍ତ୍ରୀ ଓ ପମ୍ପ ଚାଳକମାନଙ୍କର ବିଧାନସଭା ସମ୍ମୁଖରେ ଗଣଧାରଣା

August 10, 2026

ଆଜିଠାରୁ ୧୬ ତାରିଖ ମଧ୍ୟରେ ସବୁଠାରୁ ଶସ୍ତା ବିମାନ ଟିକେଟ୍ କ’ଣ?: ଜାଣନ୍ତୁ ତାଲିକା

August 10, 2026

ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ ଆଜି ଶେଷ ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ

August 10, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଶରଦ ପାୱାରଙ୍କ ସାଂସଦ: ସୁପ୍ରିୟା ସୁଲେ ମଧ୍ୟ ସାମିଲ

August 10, 2026

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.