Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଉଁରୀ-୨୦୨୩ ପାଇଁ ପ୍ରସ୍ତୁତି: ରାଜ୍ୟପାଳ କରିବେ ଉଦଘାଟନ, ଆକର୍ଷଣୀୟ କାର୍ଯ୍ୟକ୍ରମ ପାଇଁ ମିଳିଲା ପ୍ରତିଶୃତି
ଆଜିର ଖବର

କାଉଁରୀ-୨୦୨୩ ପାଇଁ ପ୍ରସ୍ତୁତି: ରାଜ୍ୟପାଳ କରିବେ ଉଦଘାଟନ, ଆକର୍ଷଣୀୟ କାର୍ଯ୍ୟକ୍ରମ ପାଇଁ ମିଳିଲା ପ୍ରତିଶୃତି

November 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାଜସୁନାଖଳା: ରାଜ୍ୟପାଳଙ୍କ କରକମଳରେ ଉଦଘାଟିତ ହେବ ପଞ୍ଚମ ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୩। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜସୁନାଖଳା ମହୋତ୍ସବ କମିଟି ସୂଚନା ଦେଇଛି।

ନୟାଗଡ଼ ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳି ଭାବେ ପରିଚିତ ରାଜସୁନାଖଳାର କଳା, ସାହିତ୍ୟ, ସଂସ୍କୃତିର ବିକାଶ ପାଇଁ ଗଢିଉଠିଥିବା ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ରାଜସୁନାଖଳା ମହୋତ୍ସବ କମିଟି ଆନୁକୂଲ୍ୟରେ ଆଗାମୀ ଡିସେମ୍ବର ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ ଏହି ରାଜ୍ୟସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହେବ।

ତେବେ ଗତବର୍ଷ ମାନଙ୍କ ଅପେକ୍ଷା ଆହୁରି ଆକର୍ଷଣୀୟ କାର୍ଯ୍ୟକ୍ରମ କରିବା ନିମନ୍ତେ ପ୍ରତିଶୃତି ରଖିଲେ ମହୋତ୍ସବ କମିଟି ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ। ଗଣମାଧ୍ୟମ ପ୍ରତିନିଧି ମାନଙ୍କର ପ୍ରଶ୍ନର ଉତ୍ତର ରଖି କମିଟି ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ଚଳିତ ବର୍ଷ ମହୋତ୍ସବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଂସ୍କୃତିକ ଦଳ ଆଣିବା ପାଇଁ ପ୍ରକାଶ କରିଛନ୍ତି। ବିଗତ ବର୍ଷରେ ବହୁ ଜନ ସମାଗମକୁ ଲକ୍ଷ୍ୟ ରଖି ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ମତ ପ୍ରକାଶ ପାଇଛି।

ଏତଦ ବ୍ୟତୀତ ଦର୍ଶକ ମାନେ କିପରି ମିନା ବଜାର, ରାମଦୋଳି ଏବଂ ପଲ୍ଲଶ୍ରୀ ମେଳାର ଭରପୁର ମଜା ଉଠାଇ ପାରିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତ୍ତର ରଖି କମିଟି ଉପାଧ୍ୟକ୍ଷ ପ୍ରସନ୍ନ କୁମାର ପ୍ରଧାନ ମତ ପ୍ରକାଶ କରିଥିଲେ। ଦେଖଣାହାରୀ ମାନଙ୍କର ସୁରକ୍ଷା ଏବଂ ସମସ୍ତ ପ୍ରକାରର ସୁବିଧା ଅସୁବିଧାର ତୁରନ୍ତ ପଦକ୍ଷେପ ନିମନ୍ତେ ରାଜସୁନାଖଳାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ସହାୟତା ନିଆଯିବ ବୋଲି ଦୃଢୋକ୍ତି ପ୍ରକାଶ ପାଇଛି।

ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠର ଅଧୀଶ୍ଵରୀ ଦେବୀ ମା କାଉଁରୀଙ୍କର ନାମରେ ନାମିତ ଏହି ମହୋତ୍ସବର ପ୍ରଥମ ଦିନ ମଶାଲ ଶୋଭାଯାତ୍ରା, ପୀଠ ହୋମ, ସନ୍ଧ୍ୟାରେ ରାଜ୍ୟପାଳଙ୍କ ଦ୍ୱାରା ମଞ୍ଚ ଉଦଘାଟନ ହେବ।

ଏହି ଅବସରରେ ଏକ ବାର୍ଷିକ ସ୍ମରଣୀକା “କାଉଁରୀ” ପ୍ରକାଶ କରାଯିବା ନିମନ୍ତେ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଧାନ ପ୍ରକାଶ କରିଥିଲେ। ଏଥିନିମନ୍ତେ ରାଜସୁନାଖଳାକୁ ଭଲ ପାଉଥିବା ରାଜ୍ୟର କବି, ଲେଖକ ତଥା ଗବେଷକ ମାନଙ୍କ ଠାରୁ ଲେଖା ନିମନ୍ତେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଜରିଆରେ ପଠାଇବା ପାଇଁ ପତ୍ରିକା ସମ୍ପାଦକ ପ୍ରଦୀପ ରଣା ମହୋଦୟ ଅନୁରୋଧ କରିଥିଲେ।

ପ୍ରକାଶ ଥାଉକି ବିଗତ ୨୦୧୯ ମସିହାରେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ମହାମାରୀ କରୋନା ସମୟରେ ବି ଡିଜିଟାଲ ମହୋତ୍ସବ ଆୟୋଜନ କରି ବେଶ ସୁନାମ ସାଉଁଟି ଥିଲା।ଉକ୍ତ କାର୍ଯ୍ୟକ୍ରମକୁ ମହୋତ୍ସବ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଧାନ ଆହ୍ବାନ କରିଥିବା ବେଳେ କମିଟି ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ୱାଗତ କରିଥିଲେ।

ଉପାଧ୍ୟକ୍ଷ ପ୍ରସନ୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଯୁବ ସାମ୍ବାଦିକ ପ୍ରଚାର ପ୍ରସାର କମିଟି ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ ପରିଚାଳନା କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା କୈଳାସ ଚନ୍ଦ୍ର ସାହୁ ଏବଂ ପ୍ରଦୀପ କୁମାର ସାହୁ ସରସ ସୁନ୍ଦର କାର୍ଯ୍ୟକ୍ରମ ପାଇଁ ପ୍ରତିଶୃତି ସହ ସାମ୍ବାଦିକଙ୍କ ପ୍ରେସ ଗ୍ୟାଲେରୀ ରେ ବ୍ୟାପକ ବ୍ୟବସ୍ଥା ପାଇଁ ପ୍ରତିଶୃତି ଦେଇଥିଲେ।

ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଆସାମ ବିହୁ, ରାଜ୍ୟସରକାର ଙ୍କ ସଂସ୍କୃତି ବିଭାଗ ପକ୍ଷରୁ ନୃତ୍ୟ ଦଳ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବ। ସେହିପରି ଦଶାବତାର, ପୁରୀ ସାହିଯାତ ମେଢ଼ ସହ ଓଲିଉଡ଼ ର ବହୁ କଳାକାର ଯୋଗ ଦେବେ। ଏଥିସହ ମେଲୋଡି ଏବଂ ଝୁମର ନାଚ ଦର୍ଶକ ଙ୍କୁ ବାନ୍ଧି ରଖିବ।

ଏହି କାର୍ଯ୍ୟକ୍ରମକୁ ସମ୍ପାଦନ କରିବାରେ ଯୁବ ସାମ୍ବାଦିକ ରାକେଶ ପାଢ଼ୀ ଏବଂ ଯାଦୁନାଥ ସାମନ୍ତରାୟ ସହଯୋଗ କରିଥିଲେ। ଉକ୍ତ ପ୍ରେସ ମିଟରେ ଖୋର୍ଦ୍ଧା ଏବଂ ନୟାଗଡ ଉଭୟ ଜିଲ୍ଲାର ଗଣ ମାଧ୍ୟମ ପ୍ରତିନିଧି ଉଭୟ ଇଲୋକ୍ଟ୍ରୋନିକ୍ସ ଏବଂ ପ୍ରିଣ୍ଟ ମିଡ଼ିଆର ପ୍ରତିନିଧି ଉପସ୍ଥିତ ଥିଲେ।

କାଉଁରୀ ୨୦୨୩ ରାଜସୁନାଖଳା ମହୋତ୍ସବ ସାମ୍ବାଦିକ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.