Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରୂପାନ୍ତରିକରଣ ହେବ ଓଡ଼ିଶା ପ୍ରସିଦ୍ଧ ଶକ୍ତିପିଠ: ନୂଆ ରୂପ ପାଇବ ମା’ ଭଗବତୀ ମନ୍ଦିର
ଆଜିର ଖବର

ରୂପାନ୍ତରିକରଣ ହେବ ଓଡ଼ିଶା ପ୍ରସିଦ୍ଧ ଶକ୍ତିପିଠ: ନୂଆ ରୂପ ପାଇବ ମା’ ଭଗବତୀ ମନ୍ଦିର

December 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଓଡ଼ିଶା ପ୍ରସିଦ୍ଧ ଶକ୍ତିପିଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀ ମନ୍ଦିରର ହେବ ରୂପାନ୍ତରିକରଣ। ନୂଆ ରୂପ ପାଇବ ବାଣପୁରର ଆରାଧ୍ୟ ଦେବୀ ମା ‘ ଭଗବତୀଙ୍କ ମନ୍ଦିର।

ଶନିବାର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଦ୍ୱାରା ତାହାର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ଶ୍ରୀଯୁକ୍ତ ମଙ୍ଗରାଜ ଆଜି ଅପରାହ୍ନରେ ମନ୍ଦିରରେ ପହଞ୍ଚି ପୂଜକ ଓ ପାଳିଆ ମାଳିଙ୍କ ମାଧ୍ୟମରେ ମା’ଙ୍କର ପୂଜାର୍ଚ୍ଚନା କରିବା ପରେ ନଡ଼ିଆ ବାଡେଇ ମନ୍ଦିରର ଉନ୍ନୟନ କାର୍ଯ୍ୟରମ୍ଭ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ତାଙ୍କ ସହିତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନ, ସମସ୍ତ କାଉନସିଲର ଏବଂ ବିଜେଡିର ତୁଙ୍ଗ ନେତୃତ୍ୱ ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି ଗତ ଡିସେମ୍ବରରେ ତତ୍କାଳୀନ ୫ଟି ସଚିବ ଏବଂ ବର୍ତ୍ତମାନର ୫ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ମନ୍ଦିର ଗସ୍ତ କରି ତାହାର ରୂପରେଖ ବଦଳାଇବା ପାଇଁ ଚୂଡାନ୍ତ ନିଷ୍ପତ୍ତି ନେଇଥିଲେ। ମନ୍ଦିରର ଉନ୍ନତି ପାଇଁ ୫ଟି ଅଧ୍ୟକ୍ଷଙ୍କ ପ୍ରସ୍ତାବ ପରେ ତାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ମାରି ୨୫ କୋଟି ୯୫ ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କରିଥିଲେ।

ଏହି ଉନ୍ନୟନ କାର୍ଯ୍ୟ ସମ୍ପାଦନ ପାଇଁ ଓବିସିସି ପୁର୍ବରୁ ଏକାଧିକ ଥର ଟେଣ୍ଡର ଆହ୍ୱାନ କରିଥିବା ସତ୍ବେ ତାହା ବାତିଲ ହୋଇଯାଉଥିଲା ଏବଂ ପରିଶେଷରେ ଠିକାଦାର ବଳଦେବ ପଣ୍ଡା ମନ୍ଦିର ଉନ୍ନୟନ କାର୍ଯ୍ୟ ପାଇଁ ଟେଣ୍ଡର ପାଇଥିବା ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ମନ୍ଦିର ପ୍ରାଙ୍ଗଣର ଉନ୍ନତିକରଣ ସହ ସୌନ୍ଦର୍ଯ୍ୟ କରଣ,ଶ୍ରୀ ଜଗନ୍ନାଥ, ମା’ ପୋଲକାଶୁଣି, ମା’ ବିରଜାଈ, ମା’ ଭୈରବୀ ଓ ଶ୍ରୀରାମ ମନ୍ଦିର ନିର୍ମାଣ,ତୀର୍ଥଯାତ୍ରୀ ନିବାସ,ନୂତନ ଭାବେ ସିଂହଦ୍ୱାର ଓ ଦୋଳବେଦୀ ନିର୍ମାଣ,ଶାଳିଆ ନଦୀ ଘାଟର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ, ଶୌଚାଳୟ ଓ ପାର୍କିଂ ସ୍ଥଳର ବିକାଶ ସହ ପ୍ରମୋଦ କେନ୍ଦ୍ର ନିର୍ମାଣ ହେବ।  ଯାହାଫଳରେ ମନ୍ଦିରର ସମ୍ପୂର୍ଣ୍ଣ ରୂପରେଖ ବଦଳିଯିବ ବୋଲି ଶ୍ରୀଯୁକ୍ତ ମଙ୍ଗରାଜ ମତ ଦେଇଥିଲେ। ଯାହାଦ୍ୱାରା ଓଡ଼ିଶାର କୋଣ ଅନୁକୋଣରୁ ବହୁ ଭକ୍ତ ଉକ୍ତ ମନ୍ଦିରର ଦର୍ଶନ ନିମନ୍ତେ ଆଗ୍ରହ ପ୍ରକାଶ କରିବେ। ତେବେ ଯାହା ହେଉ ଦୀର୍ଘ ଦିନ ପରେ ମନ୍ଦିରର ଉନ୍ନତ୍ତି ନେଇ ଶୁଭ ଦିଆଯାଇଥିବାରୁ ସାଧାରଣରେ ଆନନ୍ଦ ଦେଖାଯାଇଛି।

ଓଡିଶା ପ୍ରସିଦ୍ଧ ଶକ୍ତିପିଠ ଭିତ୍ତି ପ୍ରସ୍ତର ସ୍ଥାପନ ମା’ ଭଗବତୀ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026

ଜିଲ୍ଲାପାଳଙ୍କ ଘୋଷଣା: ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ କଟକ ଦଶହରା ଭସାଣି

September 24, 2026
Latest News

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026

ଜିଲ୍ଲାପାଳଙ୍କ ଘୋଷଣା: ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ କଟକ ଦଶହରା ଭସାଣି

September 24, 2026

ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା: ବାଚସ୍ପତି ଓ ବିଧାନସଭା ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ୍, ୨୯ରେ ପରବର୍ତ୍ତୀ ଶୁଣାଣି

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.