Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁନ୍ଦରଗଡ଼ରେ ତିନିଦିନିଆ ଜୋନସ୍ତରୀୟ “ସର୍‌ଗି ଫୁଲ୍‌” କାର୍ଯ୍ୟକ୍ରମ ଆରମ୍ଭ
ଆଜିର ଖବର

ସୁନ୍ଦରଗଡ଼ରେ ତିନିଦିନିଆ ଜୋନସ୍ତରୀୟ “ସର୍‌ଗି ଫୁଲ୍‌” କାର୍ଯ୍ୟକ୍ରମ ଆରମ୍ଭ

December 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ଼: ଓଡ଼ିଶାର ଜନଜାତି ବର୍ଗର ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରେ ରହିଥିବା ପ୍ରତିଭାକୁ ଚିହ୍ନଟ ଓ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଛି ବାର୍ଷିକ ଶିଶୁ ମହୋତ୍ସବ “ସରଗି ଫୁଲ୍‌”। ଗୁରୁବାର ଦିନ ସୁନ୍ଦରଗଡ଼ ଜିଲ୍ଲା ସଂସ୍କୃତି ଭବନଠାରେ ଉତ୍ତର ଓଡ଼ିଶା ଜୋନସ୍ତରୀୟ “ସରଗି ଫୁଲ୍‌” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହାକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମାନ୍ୟବର ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଉଦଘାଟନ କରିଥିଲେ।

ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛିୟ । ସୁନ୍ଦରଗଡ଼ରେ ଆୟୋଜିତ ଏହି ତିନିଦିନିଆ ଜୋନସ୍ତରୀୟ କାର୍ଯ୍ୟକ୍ରମରେ ୧୫ଟି ଜିଲ୍ଲାର ୬୩୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି ।

“ଜନଜାତି ସଂପ୍ରଦାୟ ରାଜ୍ୟର ଗର୍ବ । ଏହି ବର୍ଗର ଛାତ୍ରଛାତ୍ରୀଙ୍କ ଭିତରେ ଅନେକ ଅନନ୍ୟ ପ୍ରତିଭା ରହିଛି । ସର୍‌ଗି ଫୁଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ବିଶେଷ ସୁଯୋଗ ଦିଆଯାଉଛି । ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଦ୍ୱାରା ପିଲାମାନଙ୍କ ଭିତରେ ସର୍ଜନାତ୍ମକ ପ୍ରତିଭାର ବିକାଶ ସହ ପ୍ରତିଯୋଗିତାମୂଳକ ମନୋଭବ, ଯୋଗାଯୋଗ ଦକ୍ଷତା ଏବଂ ନେତୃତ୍ୱ ବିକାଶ ହୋଇପାରିବ”, କହିଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ।

ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ ଭବାନିପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସର୍ଜନାତ୍ମକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା କରାଯାଉଛି । ଗୁରୁବାର ଦିନ ପିଲାମାନଙ୍କ ଭିତରେ ବକ୍ତୃତା, କୁଇଜ୍‌, ଏକକ ସଙ୍ଗୀତ ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇଥିଲା । ନଭେମ୍ବର ୯ ତାରିଖ ଯାଏଁ ଏହା ଚାଲିବ ।

“ଚଳିତବର୍ଷ ପ୍ରଥମ ଥର ପାଇଁ ଜୋନସ୍ତରୀୟ ସର୍‌ଗି ଫୁଲ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରୁ ଉତ୍ତୀର୍ଣ୍ଣ ହୋଇ ଆସିଥିବା ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇଛନ୍ତି । ପରେ ସେମାନେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ଦେଖାଇବାର ସୁଯୋଗ ପାଇବେ । ସର୍‌ଗି ଫୁଲ୍ ଭଳି ଆମ ଜନଜାତି ପିଲାମାନଙ୍କର ସ୍ୱପ୍ନ, ପ୍ରତିଭା ଓ ଦକ୍ଷତାକୁ ଆକଶଛୁଆଁ କରିବା ଲାଗି ସୁଯୋଗ ଦେବା ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ”, କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ବିଭାଗୀୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ ଟପ୍ପୋ, ସୁନ୍ଦରଗଡ଼ର ମାନ୍ୟବର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ତଲସରାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ, ରାଜଗାଙ୍ଗପୁରର ମାନ୍ୟବର ବିଧାୟକ ଡକ୍ଟର ସି ଏସ୍ ରାଜେନ୍ ଏକ୍କା, ସୁନ୍ଦରଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରବିନାରାୟଣ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଭାଗନେଇ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ ।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସରକାରୀ ହାଇସ୍କୁଲରେ ପାଠ ପୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଆକର୍ଷଣୀୟ କ୍ୟାରିଅର ବିଷୟରେ ସୂଚନା ଦେବା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଏକ ଭିଡିଓ ସିରିଜ ପ୍ରସ୍ତୁତ କରାଯାଇଛି । ଏଥିରେ ସଫଳତା ହାସଲ କରିଥିବା ବିଭିନ୍ନ ବର୍ଗର ଲୋକଙ୍କର ସାକ୍ଷାତକାର ରହିଛି । ସରଗି ଫୁଲ୍ କାର୍ଯ୍ୟକ୍ରମ ଅବସରରେ ଏହି ଭିଡିଓ ସିଡି ଉନ୍ମୋଚନ କରାଯାଇଥିଲା । ଏହି ଭିଡିଓକୁ ଜିଲ୍ଲାରେ ଚାଲିଥିବା ଭର୍ଚୁଆଲ କ୍ଲାସ ବ୍ୟବସ୍ଥା ମାଧ୍ୟମରେ ଏକ ସମୟରେ ୩୧୫ ସ୍କୁଲରେ ପ୍ରସାରଣ କରାଯିବ । ଫଳରେ ୧୫ ହଜାରରୁ ଅଧିକ ପିଲାଙ୍କ ପାଇଁ ଏହା ଉପାଦେୟ ହେବ ।

"ସର୍‌ଗି ଫୁଲ୍‌'' ଜୋନସ୍ତରୀୟ ଶିଶୁ ମହୋତ୍ସବ ସାରଦା ପ୍ରସାଦ ନାୟକ ସୁନ୍ଦରଗଡ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026
Latest News

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.