ସୋନିଆ ଗାନ୍ଧୀଙ୍କ ଆଜି ଜନ୍ମଦିନ: ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

Published: Dec 9, 2023, 12:00 pm IST

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆଜି ତାଙ୍କର ୭୭ ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋନିଆ ଗାନ୍ଧୀଙ୍କୁ ୭୭ ତମ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପିଏମ ମୋଦୀ ଲେଖିଛନ୍ତି ଯେ, ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ଜନ୍ମଦିନର ଶୁଭେଚ୍ଛା। ଭଗବାନ ତାଙ୍କୁ ଦୀର୍ଘାୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ।

ଉଲ୍ଲେଖ ଯୋଗ୍ୟ ଯେ, ସୋନିଆ ଗାନ୍ଧୀ ଡିସେମ୍ବର ୯ ତାରିଖ ୧୯୪୬ ମସିହାରେ ଇଟାଲୀରେ ଜନ୍ମଗ୍ରହଣ କରିଥିଲେ। ସେ ଦୀର୍ଘ ସମୟ ଧରି କଂଗ୍ରେସର ସଭାପତି ରହିଥିଲେ। ସ୍ୱାସ୍ଥ୍ୟଗତ କାରଣରୁ ସେ ଗତ କିଛି ବର୍ଷ ଧରି ସକ୍ରିୟ ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି ଏବଂ ତାଙ୍କ ପୁଅ ରାହୁଲ ଗାନ୍ଧୀ ଏବଂ ଝିଅ ପ୍ରିୟଙ୍କା ଗାନ୍ଧୀ ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

Related posts