Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି କାଶୀ-ତାମିଲ ସଙ୍ଗମମ୍‌ର ଦ୍ୱିତୀୟ ପର୍ଯ୍ୟାୟକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ 
ଆଜିର ଖବର

ଆଜି କାଶୀ-ତାମିଲ ସଙ୍ଗମମ୍‌ର ଦ୍ୱିତୀୟ ପର୍ଯ୍ୟାୟକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ 

December 17, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନିଜର ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଦୃଷ୍ଟିକୋଣ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ବାରାଣସୀର ନମୋ ଘାଟଠାରେ  କାଶୀ ତାମିଲ ସଂଗମମ୍ -୨୦୨୩ର ଦ୍ୱିତୀୟ ପର୍ଯ୍ୟାୟକୁ ଉଦ୍‌ଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ୨୦୨୩ ଡିମ୍ବେର ୧୭ତାରିଖରେ କନ୍ୟାକୁମାରୀ ବାରାଣସୀ ତାମିଲ ସଂଗମମ୍ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦି ବେନ ପଟେଲ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ ।

ପବିତ୍ର ନଗରୀ କାଶୀ (ବାରଣାସୀ)ରେ ଏହି ଦ୍ୱିତୀୟ ପର୍ଯ୍ୟାୟ କାଶୀ ତାମିଲ ସଙ୍ଗମମ୍ -୨୦୨୩ ଡିସେମ୍ବର ୧୭ତାରିଖରୁ ଆରମ୍ଭ ହୋଇ ୩୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଏଥିରେ ଯୋଗଦେବା ପାଇଁ ତାମିଲନାଡୁର ପ୍ରଥମ ପର୍ଯ୍ୟାୟରେ ୨୦୦ ପ୍ରତିନିଧି ଚେନ୍ନାଇରୁ ବାରାଣସୀ ଅଭିମୁଖେ ଡିସେମ୍ବର ୧୫ ତାରିଖରୁ ଯାତ୍ରା ଆରମ୍ଭ କରିଛନ୍ତି । ମୋଟ ସାତଟି ଦଳରେ ପ୍ରତ୍ୟେକ ଥର ୨୦୦ ଲେଖାଏଁ ମୋଟ ପ୍ରାୟ ୧୪୦୦ ପ୍ରତିନିଧି ତାମିଲନାଡୁରର ବିିଭିନ୍ନ ଅଞ୍ଚଳରୁ ବାରାଣସୀରେ ପହଞ୍ôଚବାର କାର୍ଯ୍ୟକ୍ରମ ରହିଛି । ସମାଜର ବିଭିନ୍ନ ବର୍ଗର ଲୋକେ ଏହି ପ୍ରତିନିଧି ଦଳରେ ସ୍ଥାନ ପାଇଛନ୍ତି । ଏହି ପ୍ରତିନିଧି ମାନେ କାଶୀରେ ସେମାନଙ୍କର ଅବସ୍ଥାନ କାଳରେ ପ୍ରୟାଗ ରାଜ ଓ ଅଯୋଧ୍ୟା ପରିଦର୍ଶନ କରିବେ । ଏଥି ପାଇଁ ଆୟୋଜକମାନେ ବ୍ୟବସ୍ଥା କରିଛନ୍ତି ।

ସାତଟି ଦଳ- ବିଦ୍ୟାର୍ଥୀ (ଗଙ୍ଗା), ଶିକ୍ଷକ ଶିକ୍ଷୟିତ୍ରୀ (ଯମୁନା), ପେସାଦାର (ଗୋଦାବରୀ), ଅଧ୍ୟାତ୍ମବାଦୀ (ସରସ୍ୱତୀ), କୃଷକ ଓ କାରିଗର (ନର୍ମଦା), ଲେଖକ (ସିନ୍ଧୁ) ଏବଂ ବ୍ୟବସାୟୀ ଓ ବ୍ୟାପାରୀ (କାବେରୀ) ତାମିଲନାଡୁରୁ ଏହି କାଶୀ ତାମିଲ ସଂଗମମ୍‌ରେ ଯୋଗ ଦେଉଛନ୍ତି । ସେମାନଙ୍କ ଦଳର ନାମ ଦେଶର ପବିତ୍ର ନଦୀମାନଙ୍କ ନାମରେ ନାମିତ ହୋଇଛି । ଏସବୁ ଦଳ ଚେନ୍ନାଇ, କୋଏମ୍ବାଟୁର ଓ କନ୍ୟାକୁମାରୀରୁ ଯାତ୍ରା ଆରମ୍ଭ କରି କାଶୀରେ ପହଞ୍ଚିବେ । ଏହି ସଂଗମମରେ ଯୋଗଦେବା ପାଇଁ ଯେଉଁ ନାମ ପଞ୍ଜୀକରଣ ଆରମ୍ଭ ହୋଇଥିଲା ତାହାର ମିଆଦ ୨୦୨୩ ଡିସେମ୍ବର ଆଠ ତାରିଖରେ ଶେଷ ହୋଇଛି । ଏହି ସମୟରେ ୪୨ ହଜାରରୁ ଅଧିକ ଲୋକ ନିଜର ନାମ ପଞ୍ଜୀକରଣ କରିଥିଲେ । ଏହି ୪୨ ହଜାରଙ୍କ ମଧ୍ୟରୁ ସାତଟି ଦଳରେ ସମୁଦାୟ ୧୪୦୦୦ ଲୋକଙ୍କୁ ମନୋନୟନ କମିଟି ଦ୍ୱାରା ବଛାଯାଇଥିଲା । ପ୍ରତ୍ୟେକ ଦଳରେ ବର୍ଗ ଅନୁସାରେ ୨୦୦ ଲେଖାଏଁ ପ୍ରତିନିଧି ସ୍ଥାନ ପାଇଛନ୍ତି ।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏହି କାର୍ଯକ୍ରମର କେନ୍ଦ୍ରୀୟ ଆୟୋଜକ (ନୋଡାଲ ଏଜେନ୍ସି)ଭାବେ କାର୍ଯ୍ୟ କରୁଛି । ଏଥିରେ ସଂସ୍କୃତି, ପର୍ଯ୍ୟଟନ, ରେଳବାଇ, ବୟନ, ଖାଦ୍ୟ ପ୍ରକ୍ରିୟାକରଣ, ଏମ୍‌ଏସ୍‌ଏମ୍‌ଇ, ସୂଚନା ଓ ପ୍ରସାରଣ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ଉତ୍ତର ପ୍ରଦେଶ ସରକାର ସାହାଯ୍ୟ ସହଯୋଗ ଯୋଗାଉଛନ୍ତି  । ମାଡ୍ରାସ ଆଇଆଇଟି ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) କାର୍ଯ୍ୟକ୍ରମର ରୂପାୟନ ଦାୟିତ୍ୱରେ ଅଛନ୍ତି ।

ଯେଉଁ ପ୍ରତିନିଧିମାନେ ତାମିଲନାଡୁରୁ ଏହି ସଂଗମମ୍‌ରେ ଆଠଦିନ ପାଇଁ ଯୋଗଦେବେ ସେମାନଙ୍କ ନିମନ୍ତେ ଦୁଇଦିନ କରି ଯିବା ଆସିବାର ମୋଟ ଚାରିଦିନର ଯାତ୍ରା, ପ୍ରୟାଗରାଜ ଓ ଅଯୋଧ୍ୟା ଦର୍ଶନ ପାଇଁ ଦିନେ ଲେଖାଏଁ  ମୋଟ ଦୁଇଦିନ ଯାତ୍ରାର ବ୍ୟବସ୍ଥା କରାଯାଇଛି । ଅବଶିଷ୍ଟ ଦୁଇଦିନ  ସେମାନଙ୍କୁ ସଙ୍ଗମମ୍‌ରେ ଯୋଗଦେବାର ସୁଯୋଗ ମିଳିବ । ଏହି ସଙ୍ଗମମ୍ ଉପଲକ୍ଷେ କାଶୀରେ ବିଭିନ୍ନ ପ୍ରକାର ଦୋକାନ ଓ ପ୍ରଦର୍ଶନ ମଣ୍ଡପ ଲଗାଯାଇଛି । ଏଥିରେ ତାମିଲନାଡୁ ଓ କାଶୀର କଳା ଓ ସଂସ୍କୃତି  ସହିତ ସମ୍ପୃକ୍ତ ସାମଗ୍ରୀ, ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀ, ବିଭିନ୍ନ ପ୍ରକାର ଖାଦ୍ୟ ସ୍ଥାନ ପାଇଛି । କାଶୀର ନମୋ ଘାଟରେ ମଧ୍ୟ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ । ଏହାଛଡା ସଙ୍ଗମମ୍‌ରେ ଆଲୋଚନାଚକ୍ର, ବକ୍ତୃତା, ସେମିନାର ଆଦି ଆୟୋଜିତ ହେବ ଓ ଏଥିରେ ସାହିତ୍ୟ, ପ୍ରାଚୀନ, ଲେଖା, ଦର୍ଶନ, ଆଧ୍ୟାତ୍ମିକତା, ସଙ୍ଗୀତ, ନାଟକ, ଯୋଗ, ଆୟୁର୍ବେଦ, ହସ୍ତତନ୍ତ, ହସ୍ତକଳା,ଆଧୁନିକ ଇନୋଭେସନ, ବ୍ୟାବସାୟିକ କଥୋପକଥନ, ଏଡ୍‌ଟେକ ଓ ଅନ୍ୟାନ୍ୟ ପରବର୍ତ୍ତୀ ପିଢିର ଟେକ୍‌ନୋଲେଜି ଉପରେ ସମବେତ ବ୍ୟକ୍ତି ଓ ବିଶେଷଜ୍ଞମାନେ ଆଲୋଚନା ଏବଂ ବିଚାର ବିମର୍ଶ କରିବେ । ବିଭିନ୍ନ ବିଷୟ ଓ ବୃତ୍ତି ଉପରେ ଆଲୋଚନା ତଥା ମତ ବିନିମୟ କରିବାକୁ ଉଭୟ ତାମିଲନାଡୁ ଏବଂ କାଶୀର ବିଶେଷଜ୍ଞମାନଙ୍କୁ ମନୋନୀତ କରାଯାଇଛି ।

ସୂଚନାଯୋଗ୍ୟ ଯେ କାଶୀ ତାମିଲ ସଙ୍ଗମମ୍‌ର ପ୍ରଥମ ପର୍ଯ୍ୟାୟ ୨୦୨୨ ଡିସେମ୍ବର ୧୬ରେ ଆୟୋଜିତ ହୋଇଥିଲା । ଏହାର ମୁଖ୍ୟ ଆୟୋଜକ ଥିଲା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ଏହି ସଙ୍ଗମମ୍‌ରେ ତାମିଲନାଡୁରୁ ୧୨ଟି ଦଳରେ ୨୫୦୦ରୁ ଅଧିକ ବିଭିନ୍ନ ବର୍ଗର ଲୋକେ  ଆଠଦିନିଆ ଯାତ୍ରାରେ କାଶୀ ଆସିବା ସହ ପ୍ରୟାଗରାଜ ଓ ଅଯୋଧ୍ୟା ଆଦି ବୁଲି ଦେଖିବାର ସୁଯୋଗ ପାଇଥିଲେ । ଏହି ଗସ୍ତ ଦ୍ୱାରା ତାମିଲନାଡୁର ସମ୍ପୃକ୍ତ ପ୍ରତିନିଧିମାନେ ବାରାଣସୀର ଜନଜୀବନ ଓ ସଂସ୍କୃତି ସମ୍ପର୍କରେ ବିବିଧ ଅନୁଭୂତି ହାସଲ କରିବାର ସୁଯୋଗ ପାଇଥିଲେ ।

ଏକ ଭାରତ ଶ୍ରେଷ୍ଠ ଭାରତ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ମୋଦୀ ବାରାଣସୀ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026
Latest News

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.