Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୭ ତମ ଦେବଦାସୀ ଅନ୍ତଃରାଷ୍ଟ୍ରୀୟ ନୃତ୍ୟ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା: ସମ୍ମାନିତ ହେଲେ ୫ ପ୍ରସିଦ୍ଧ ନୃତ୍ୟଶିଳ୍ପୀ
ଆଜିର ଖବର

୧୭ ତମ ଦେବଦାସୀ ଅନ୍ତଃରାଷ୍ଟ୍ରୀୟ ନୃତ୍ୟ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା: ସମ୍ମାନିତ ହେଲେ ୫ ପ୍ରସିଦ୍ଧ ନୃତ୍ୟଶିଳ୍ପୀ

December 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦେବଦାସୀ ନୃତ୍ୟମନ୍ଦିର ଦ୍ୱାରା ଆୟୋଜିତ ତିନି ଦିନିଆ ୧୭ ତମ ଦେବଦାସୀ ଅନ୍ତଃରାଷ୍ଟୀୟ ନୃତ୍ୟ ମହୋତ୍ସବ ଓ ନବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଦ୍ଵିତୀୟ ସନ୍ଧ୍ୟା ଆଜି ଭଂଜକଳlମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି। କୁଚିପୁଡ଼ି, ଛତ୍ରିଆ ଭାରତନାଟ୍ୟମ, ଓଡିଶୀ ର ପ୍ରଖ୍ୟାତ ଶାସ୍ତ୍ରୀୟ ନୃତ୍ୟ ର ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ ଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ ରେ ସମ୍ମାନିତ କରାଯାଇଛି।

ଆଜି ସନ୍ଧ୍ୟାରେ କୁଚିପୁଡ଼ି, କଥାକ, ଓଡିଶୀ, ଛତ୍ରିଆ ଭାରତନାଟ୍ୟମ ଆଦି ଦେଶର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟରେ ପ୍ରସିଦ୍ଧି ଲlଭ କରିଥିବା ନୃତ୍ୟ ଶିଳ୍ପୀଙ୍କ ନୃତ୍ୟର ତାଳେ ତାଳେ ବିଭୋର ହୋଇଥିଲେ ଦର୍ଶକ। ଦୀର୍ଘ ୧୭ ବର୍ଷ ହେଲା ଦେବଦାସୀ ନୃତ୍ୟ ମନ୍ଦିର ନୃତ୍ୟ କଳା ଓ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ପ୍ରଚାର ପ୍ରସାର ପାଇଁ ଅନେକ କାର୍ଯ୍ୟକ୍ରମ ବିଭିନ୍ନ ସମୟରେ ଆୟୋଜିତ କରିଆସୁଛି। ଦେବଦାସୀ ନୃତ୍ୟ ମନ୍ଦିରର ପ୍ରତିଷ୍ଠାତା ଜଗବନ୍ଧୁ ଜେନାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଆଜି ସନ୍ଧ୍ୟାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ପ୍ରସନ୍ନ ପଟ୍ଟଶାଣୀ, ବିଧାୟକ ଶଶୀ ଭୂଷଣ ବେହେରା , ସଂସ୍କୃତି ଗବେଷକ ଡ଼ଃ ଗଦାଧର ମହାପାତ୍ର, ଓଡିଶା ଅଭିଭାବକ ମହାସଂଘ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଡ୍ୟାନ୍ସ ଇଣ୍ଡିଆ ମାଗାଜିନ ସମ୍ପାଦକ ବିକ୍ରମ ଗୌଡ଼, ସାଇ ଭେଙ୍କଟେଶ, ବିଜୟ ନନ୍ଦ ଆଦି ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ନୃତ୍ୟ, କଳା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଜଗବନ୍ଧୁ ଜେନାଙ୍କ ପ୍ରଚେଷ୍ଟାକୁ ସମସ୍ତ ଅତିଥି ପ୍ରଶଂସା କରିଥିଲେ।

ପ୍ରତିଷ୍ଠିତ ସତ୍ରୀୟା ନୃତ୍ୟଶିଳ୍ପୀ ଭାନୁ ଡେକା, ଭାରତନାଟ୍ୟମରେ କୋଲକାତା ର ଦେବଶ୍ରୀ ମାଜିଲ୍ୟ, କୁଚିପୁଡ଼ି ରେ କ୍ରାନ୍ତି ନାରାୟଣ, ଦେଦୀପ୍ରିୟା ରାମଭକ୍ତ ଆଦି ନୃତ୍ୟ ପରିବେଷଣ କରିଥିଲେ। ଗୁରୁ ଦେବମିତା ସାହୁଙ୍କ ଅନୁଷ୍ଠାନର ଶିଳ୍ପୀମାନେ ଓଡିଶୀ ନୃତ୍ୟ ଦଳଗତ ପ୍ରଦର୍ଶନ କରିଥିଲେ।

କ୍ରାନ୍ତି ନାରାୟଣ (କୁଚିପୁଡ଼ି), ଦେବଶ୍ରୀ ମାଜିଲ୍ୟ( ଭାରତନାଟ୍ୟମ), ଦେବୀପ୍ୟା ରାମଭକ୍ତ (କୁଚିପୁଡ଼ି,) ମୋନଶ୍ରୀ ପାଠକ (ସତ୍ରୀୟା) ସତ୍ତ୍ରୀୟ ରେ ମୋନlଶ୍ରୀ ପାଠକ, ଆଦିଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଓଡିଶୀ ଗୁରୁ ଦେବମିତା ସାହୁ ଓ ନାୟିକା ନୀଳପଦ୍ମା,ସ୍ନେହାଞ୍ଜଳି ସୁଆର, ଅୟଶ୍ରୀ ରାଉତ,କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଓଡିଶୀ କୁଚିପୁଡ଼ି ଦ୍ଵିତୀୟ ସନ୍ଧ୍ୟା ପ୍ରସିଦ୍ଧ ନୃତ୍ୟଶିଳ୍ପୀ
Share. Facebook Twitter LinkedIn Email WhatsApp Copy Link

Related Posts

ପାରିବାରିକ ଗଣ୍ଡଗୋଳରୁ ବୋମାମାଡ଼: ଭାଇର ବୋମାରେ ଭାଇ ମୃତ, ଜଣେ ଗୁରୁତର

September 16, 2026

ସାହି ବିବାଦରୁ ରକ୍ତପାତ: ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

September 16, 2026

ବ୍ରିକ-ଆଇଏଲ୍‌ଏସ୍‌ ପରିଦର୍ଶନ କଲେ ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ଦଳ

September 16, 2026

UPI ପେମେଣ୍ଟରେ ଲାଗିବ ₹୫! କେଉଁଠି କେତେ ଚାର୍ଜ, ଜାଣନ୍ତୁ ପୂରା ହିସାବ

September 16, 2026
Latest News

ପାରିବାରିକ ଗଣ୍ଡଗୋଳରୁ ବୋମାମାଡ଼: ଭାଇର ବୋମାରେ ଭାଇ ମୃତ, ଜଣେ ଗୁରୁତର

September 16, 2026

ପରିବାର ସହ Bali Trip ପ୍ଲାନ୍‌ କରୁଛନ୍ତି କି? IRCTCର ଏହି ପ୍ୟାକେଜ୍‌ ଥରେ ଦେଖନ୍ତୁ

September 16, 2026

ସାହି ବିବାଦରୁ ରକ୍ତପାତ: ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

September 16, 2026

ଫେଷ୍ଟିଭାଲ୍‌ରେ ଲାଉଡ୍ ସାଉଣ୍ଡ! କାନ ସହ ହୃଦୟ ଉପରେ ବି ପଡ଼ିପାରେ ପ୍ରଭାବ

September 16, 2026

ବ୍ରିକ-ଆଇଏଲ୍‌ଏସ୍‌ ପରିଦର୍ଶନ କଲେ ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ଦଳ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.