Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାହୁଲ, ନୀତୀଶ, ମମତା କିମ୍ବା କେଜ୍ରିୱାଲ, କିଏ ହେବ ଇଣ୍ଡି ମେଣ୍ଟର ଚେହରା ? ଆସିଲା ରିପୋର୍ଟ
ଆଜିର ଖବର

ରାହୁଲ, ନୀତୀଶ, ମମତା କିମ୍ବା କେଜ୍ରିୱାଲ, କିଏ ହେବ ଇଣ୍ଡି ମେଣ୍ଟର ଚେହରା ? ଆସିଲା ରିପୋର୍ଟ

December 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାହୁଲ, ନୀତୀଶ, ମମତା କିମ୍ବା କେଜ୍ରିୱାଲ, କିଏ ହେବ ଇଣ୍ଡି ମେଣ୍ଟର ଚେହରା ? ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ବିରୋଧୀ ଇଣ୍ଡି ମେଣ୍ଟ ଡିସେମ୍ବର ୧୯ରେ ଦିଲ୍ଲୀରେ ଚତୁର୍ଥ ବୈଠକରେ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିଥିଲେ ମଧ୍ୟ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଏବଂ ମେଣ୍ଟର ଚେହେରା ସ୍ଥିର ହୋଇପାରିନାହିଁ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନେକ ନେତା ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ପ୍ରସ୍ତାବ ଦେଇଥିଲେ । ସେପଟେ ଏବିପି ନ୍ୟୁଜ୍‌ ସି ଭୋଟର ପକ୍ଷରୁ କରାଯାଇଥିବା ଓପିନିୟନ ପୋଲରେ ଲୋକସଭା ନିର୍ବାଚନ ଓ ଦେଶର ରାଜନୀତିକୁ ନେଇ ସମାନ ପ୍ରଶ୍ନ ପଚରାଯାଇଥିଲା ।

ନିର୍ବାଚନରେ ବିରୋଧୀ ଇଣ୍ଡି ମେଣ୍ଟର ଚେହେରା କିଏ ହେବ ବୋଲି ପଚରାଯିବାରୁ ଅଧିକାଂଶ ଲୋକ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାମ ନେଇଛନ୍ତି । ଦ୍ୱିତୀୟ ସ୍ଥାନରେ ଅରବିନ୍ଦ କେଜ୍ରିୱାଲ, ତୃତୀୟ ସ୍ଥାନରେ ନୀତୀଶ କୁମାର ଓ ଚତୁର୍ଥ ସ୍ଥାନରେ ମମତା ବାନାର୍ଜୀଙ୍କୁ ବିରୋଧୀ ମେଣ୍ଟର ଚେହେରାଭାବେ ଲୋକେ ପସନ୍ଦ କରିଛନ୍ତି ।
ବିରୋଧୀ ମେଣ୍ଟର ଚେହେରା କିଏ ହେବା ଉଚିତ ?

ରାହୁଲ ଗାନ୍ଧି- ୩୪%
ନୀତୀଶ କୁମାର – ୧୦%
ମମତା ବାନାର୍ଜୀ- ୯%
ଅରବିନ୍ଦ କେଜ୍ରିୱାଲ- ୧୩%
ଜାଣନ୍ତି ନାହିଁ- ୩୪%

ସର୍ଭେରେ ୩୪ ପ୍ରତିଶତ ଲୋକ ରାହୁଲ ଗାନ୍ଧିଙ୍କୁ ବିରୋଧୀ ମେଣ୍ଟର ଚେହେରା, ୧୩ ପ୍ରତିଶତ ଅରବିନ୍ଦ କେଜ୍ରିୱାଲଙ୍କ ନାମ, ୧୦ ପ୍ରତିଶତ ନୀତୀଶ କୁମାରଙ୍କୁ ପସନ୍ଦ କରିଥିବାବେଳେ ୯ ପ୍ରତିଶତ ଲୋକ ମମତା ବାନାର୍ଜୀଙ୍କୁ ପସନ୍ଦ କରିଛନ୍ତି । ସେହିପରି ୩୪ ପ୍ରତିଶତ ଲୋକ ‘ଜାଣନ୍ତି ନାହିଁ’ ବୋଲି ଉତ୍ତର ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୧୯ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡି ମେଣ୍ଟ ବୈଠକରେ ମମତା ବାନାର୍ଜୀ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଆସନ ବଣ୍ଟନ ତଦାରଖ ପାଇଁ ଏକ କମିଟିର ଆବାହକ କରିବାକୁ ପ୍ରସ୍ତାବ ଦେଇଥିଲେ । ତେବେ ଏ ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିନଥିଲା ।

Election2024 INDIAAlliance ଇଣ୍ଡି ମେଣ୍ଟ ନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା: ବୋଲଗଡ ପଂଚାୟତ ସମିତି କାର୍ଯ୍ୟାଳୟରେ ମିଳିତ ଜନଶୁଣାଣି ଶିବିର

June 22, 2026

ସୁରକ୍ଷା ପ୍ରତି ଉତ୍କୃଷ୍ଟ ସତର୍କତା ପାଇଁ ଟ୍ରାକ୍ ମେଣ୍ଟେନରଙ୍କୁ ସମ୍ମାନିତ କଲା ପୂର୍ବତଟ ରେଳପଥ

June 22, 2026

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ: କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ

June 22, 2026

ଲକ୍ଷ୍ନୌରେ ଭୟଙ୍କର ଅଗ୍ନିକାଣ୍ଡ: ୧୪ ଲୋକଙ୍କ ମୃତ୍ୟୁ

June 22, 2026
Latest News

ଖୋର୍ଦ୍ଧା: ବୋଲଗଡ ପଂଚାୟତ ସମିତି କାର୍ଯ୍ୟାଳୟରେ ମିଳିତ ଜନଶୁଣାଣି ଶିବିର

June 22, 2026

ସୁରକ୍ଷା ପ୍ରତି ଉତ୍କୃଷ୍ଟ ସତର୍କତା ପାଇଁ ଟ୍ରାକ୍ ମେଣ୍ଟେନରଙ୍କୁ ସମ୍ମାନିତ କଲା ପୂର୍ବତଟ ରେଳପଥ

June 22, 2026

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ: କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ

June 22, 2026

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026

ଲକ୍ଷ୍ନୌରେ ଭୟଙ୍କର ଅଗ୍ନିକାଣ୍ଡ: ୧୪ ଲୋକଙ୍କ ମୃତ୍ୟୁ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.