Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମଗ୍ର ଶିକ୍ଷା ଖୋର୍ଦ୍ଧାର ଅଭିନବ ପ୍ରୟାସ, ହଜିଯାଉଥିବା ଚକୁଳିଆ ପଣ୍ଡା ଲୋକଗୀତ ମାଧ୍ୟମରେ ସଚେତନତା 
ଆଜିର ଖବର

ସମଗ୍ର ଶିକ୍ଷା ଖୋର୍ଦ୍ଧାର ଅଭିନବ ପ୍ରୟାସ, ହଜିଯାଉଥିବା ଚକୁଳିଆ ପଣ୍ଡା ଲୋକଗୀତ ମାଧ୍ୟମରେ ସଚେତନତା 

December 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସମଗ୍ର ଶିକ୍ଷା ଖୋର୍ଦ୍ଧାର ଅଭିନବ ପ୍ରୟାସ, ହଜିଯାଉଥିବା ଚକୁଳିଆ ପଣ୍ଡା ଲୋକଗୀତ ମାଧ୍ୟମରେ ସଚେତନତା 

ଖୋର୍ଦ୍ଧା: ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଖୋର୍ଦ୍ଧା ମହୋତ୍ସବ ହାବେଳୀ ପଡ଼ିଆଠାରେ ବିଭିନ୍ନ ଶିକ୍ଷଣୀୟ ବାର୍ତ୍ତା ନେଇ ଏକ ଷ୍ଟଲ ଖୋଲାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ତରାଇଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଧ୍ୟାରାଣୀ ରାଉତଙ୍କ ପୌରହିତ୍ୟରେ ପ୍ରଗତି ପଥେ ସମଗ୍ର ଶିକ୍ଷା ଓ ଛାତ୍ରଛାତ୍ରୀମାନଙ୍କ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବାର ଏକ ଅଭିନବ ପ୍ରୟାସ କରାଯାଇଛି।

ଏଥିରେ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଆନନ୍ଦମୟ ଶିକ୍ଷା ଉପଲବ୍ଧ, ଶିକ୍ଷା ଦର୍ପଣ କାର୍ଯ୍ୟକ୍ରମ, ରେଡ଼ିଓ ପାଠଶାଳା କାର୍ଯ୍ୟକ୍ରମ, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ, ପତିକାରାତ୍ମକ ଶିକ୍ଷଣ କାର୍ଯ୍ୟକ୍ରମ, ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ, ବାକ୍ -ଶ୍ରବଣ ତାଲିମ ଓ ଭୌତିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ଓ ସହବୌଦ୍ଧିକ ଅଗ୍ରଗତିର ସମୀକ୍ଷା ତଥା କାର୍ଯ୍ୟକ୍ରମର ତଦାରଖ ଓ ପରିଚାଳନା, ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରି ସ୍ୱତନ୍ତ୍ର ଶିକ୍ଷଣ ମାଧ୍ଯମରେ ମୁଖ୍ୟ ସ୍ରୋତକୁ ଆଣିବାର ବ୍ୟବସ୍ଥା, ପ୍ରଥମରୁ ଅଷ୍ଟମ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଣ ଓ ପୋଷାକ ବିତରଣ ।

ପୋଷଣ ଉଦ୍ୟାନ ଅଭିଯାନ କାର୍ଯ୍ୟକ୍ରମ, ବର୍ଣାଳୀ କାର୍ଯ୍ୟକ୍ରମ, ଓଡ଼ିଶା କ୍ୟାରିୟର୍ ପୋର୍ଟାଲ ଗଠନ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ, ମା ସହ ଶିଶୁ -ମା ସହ ଶିକ୍ଷା ନୂତନ ଅଭିନବ ପ୍ରୟାସ ସମ୍ପୃକ୍ତି କାର୍ଯ୍ୟକ୍ରମ, ୫ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରିତ କାର୍ଯ୍ୟକ୍ରମ ଓ ଆକାଂକ୍ଷା କାର୍ଯ୍ୟକ୍ରମ ଇତ୍ୟାଦି ବହୁ ପ୍ରଶିକାର୍ଯ୍ୟକ୍ରମଗୁଡ଼ିକୁ ଶିକ୍ଷା ପ୍ରଶାସନ ହାତକୁ ନେଇ ଶିକ୍ଷାର ପଥକୁ ଆଲୋକିତ କରିବା ପାଇଁ ପ୍ରୟାସ ଜାରି ରଖୁଛି।

ହଜିଯାଇଥିବା ଚକୁଳିଆ ପଣ୍ଡା ଲୋକଗୀତ ମାଧ୍ୟମରେ ବାଲ୍ୟ ବିବାହ କିପରି ରୋକା ଯାଇପାରିବ ସେ ବିଷୟରେ ଗୀତ ମାଧ୍ୟମରେ ସଚେତନ କରାଯିବା ସହିତ ବିଦ୍ୟାଳୟକୁ ଯିବା ପାଇଁ ମହୋତ୍ସବରେ ଥିବା କୁନି କୁନି ପିଲାମାନେ, ଅଭିଭାବକ, ବୁଦ୍ଧିଜୀବୀ ସମସ୍ତଙ୍କୁ ପ୍ରଚାର ପତ୍ର ମାଧ୍ୟମରେ ସମସ୍ତଙ୍କୁ ଅବଗତ କରିବାର ବ୍ୟବସ୍ଥା କରାଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ କୃଷ୍ଣଚନ୍ଦ୍ର ବେହେରା, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ଵର୍ଣ୍ଣଲତା ସାମନ୍ତରାୟ, ସନ୍ଧ୍ୟାବତୀ ଲେଙ୍କା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଯୁଧିଷ୍ଠିର ସାହୁ, ବିକାଶ କୁମାର ମୁଦୁଲି, ରବୀନ୍ଦ୍ର ପ୍ରଧାନ, ଅମୀୟ କୁମାର ପରିଡ଼ା, ରେବତୀ ପଣ୍ଡା, ଧ୍ରୁବଚରଣ ରଣା, ଭାଗ୍ୟଶ୍ରୀ ମହାପାତ୍ର, ଅମୀୟ କୁମାର ଜେନା, ରବି ନାରାୟଣ ପଣ୍ଡା, ପୂର୍ଣଲକ୍ଷ୍ମୀ ମହାରଣା, ରବି ନାରାୟଣ ସାହୁ, ପ୍ରଦ୍ୟୁମ୍ନ ମିଶ୍ର, ଧରିତ୍ରୀ ନନ୍ଦୀ, ଜ୍ୟୋତିମୟୀ ନାୟକ, ସତ୍ୟାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

khordha ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 12, 2026

ପାକିସ୍ତାନକୁ କ୍ଲିନ ସ୍ଵିପ୍ କଲା ଇଂଲଣ୍ଡ: ୩-୦ ରେ ଜିତିଲା ଟେଷ୍ଟ ସିରିଜ୍

September 12, 2026

‘ଔରଙ୍ଗଜେବଙ୍କ ଭଳି ମାନସିକତା’: ଅଖିଳେଶ ଯାଦବଙ୍କ ଉପରେ ସଙ୍ଗୀତ ସୋମଙ୍କ କଡ଼ା ଆକ୍ରମଣ

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 12, 2026

ପାକିସ୍ତାନକୁ କ୍ଲିନ ସ୍ଵିପ୍ କଲା ଇଂଲଣ୍ଡ: ୩-୦ ରେ ଜିତିଲା ଟେଷ୍ଟ ସିରିଜ୍

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

‘ଔରଙ୍ଗଜେବଙ୍କ ଭଳି ମାନସିକତା’: ଅଖିଳେଶ ଯାଦବଙ୍କ ଉପରେ ସଙ୍ଗୀତ ସୋମଙ୍କ କଡ଼ା ଆକ୍ରମଣ

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.