Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଷ୍ଟ୍ରୋସାଟ୍ ଦ୍ୱାରା ନୂତନ ଉଚ୍ଚ ଚୁମ୍ବକୀୟ କ୍ଷେତ୍ର ବିଶିଷ୍ଟ ନିଉଟ୍ରନ୍ ଷ୍ଟାରରେ ଚିହ୍ନଟ ହୋଇଥିବା ମିଲି-ସେକେଣ୍ଡ ବିସ୍ଫୋରଣ
ଆଜିର ଖବର

ଆଷ୍ଟ୍ରୋସାଟ୍ ଦ୍ୱାରା ନୂତନ ଉଚ୍ଚ ଚୁମ୍ବକୀୟ କ୍ଷେତ୍ର ବିଶିଷ୍ଟ ନିଉଟ୍ରନ୍ ଷ୍ଟାରରେ ଚିହ୍ନଟ ହୋଇଥିବା ମିଲି-ସେକେଣ୍ଡ ବିସ୍ଫୋରଣ

December 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତର ପ୍ରଥମ ମଲ୍ଟି-ୱେଭଲେନ୍ଥ ସ୍ପେସ୍ ଆଧାରିତ ନୀରିକ୍ଷକ ଆଷ୍ଟ୍ରୋସାଟ୍ ଅଲ୍ଟ୍ରାହାଇ-ଚୁମ୍ବକୀୟ କ୍ଷେତ୍ର (ମ୍ୟାଗ୍ନେଟର) ସହ ଏକ ନୂଆ ଏବଂ ବିଶିଷ୍ଟ ନ୍ୟୁଟ୍ରନ୍ ତାରକାରେ ଚମକୁଥିôବା ସବ୍‌-ସେକେଣ୍ଡ ଏକ୍ସ-ରେ ବିସ୍ଫୋରଣ ଚିହ୍ନଟ କରିଛି। ଏହା ମ୍ୟାଗ୍ନେଟର୍ସର ଚରମ ଜ୍ୟୋତିର୍ଭେøତିକ ସ୍ଥିତିକୁ ବୁଝିବାରେ ସହାୟକ ହୋଇପାରିବ।

ମ୍ୟାଗ୍ନେଟର ହେଉଛି ଏପରି ନ୍ୟୁଟ୍ରନ ତାରକା ଯେଉଁଥିରେ ଅତି ଉଚ୍ଚ ଚୁମ୍ବକୀୟ କ୍ଷେତ୍ର ରହିଥାଏ, ଯାହା କି ପୃଥିବୀର ଚୁମ୍ବକୀୟ କ୍ଷେତ୍ର ତୁଳନାରେ ଅଧିକ ମଜଭୁତ। ସରଳ ଅର୍ଥରେ କହିବାକୁ ଗଲେ ମ୍ୟାଗ୍ନେଟରର ଚୁମ୍ବକୀୟ କ୍ଷେତ୍ର ପୃଥିବୀର ଚୁମ୍ବକୀୟ କ୍ଷେତ୍ରଠାରୁ ଏକ କ୍ୱାଡ୍ରିଲିୟନ (୧ କୋଟି ଶଙ୍ଖ) ଗୁଣ ଅଧିକ ମଜଭୁତ। ବସ୍ତୁଗୁଡ଼ିକରେ ଚୁମ୍ବକୀୟ କ୍ଷେତ୍ର କ୍ଷୟ ହେବା ଦ୍ୱାରା ସେଥିରେ ଉଚ୍ଚ-ଶକ୍ତି ବିଦ୍ୟୁତ୍ ଚୁମ୍ବକୀୟ ବିକିରଣ ଉତ୍ସର୍ଜନ ହୋଇଥାଏ। ଏହାଛଡ଼ା ମ୍ୟାଗ୍ନେଟର୍ସ ମଜଭୁତ ଅସ୍ଥାୟୀ ପରିବର୍ତ୍ତନଶୀଳତା ପ୍ରଦର୍ଶନ କରିଥାଏ, ଯେଉଁଥିରେ ସାଧାରଣତଃ ଏକ ଧୀର ଘୂର୍ଣ୍ଣନ, ଦ୍ରୁତ ଘୂର୍ଣ୍ଣନ, ଉଜ୍ଜ୍ୱଳ ଏବଂ ଛୋଟ ବିସ୍ଫୋରଣ ସାମିଲ, ଯାହା କି ମାସ ମାସ ଧରି ଚାଲିଥାଏ।

ଏପରି ଏକ ମ୍ୟାଗ୍ନେଟର୍ସକୁ ଏସ୍‌ଜିଆର ଜେ୧୮୩୦-୦୬୪୫ କୁହାଯାଉଥିଲା, ଯାହାକୁ ୨୦୨୦ ଅକ୍ଟୋବରରେ ନାସାର ସ୍ୱିଫ୍ଟ ମହାକାଶ ଯାନ ଆବିଷ୍କାର କରିଥିଲା। ଏହା ଅପେକ୍ଷାକୃତ କମ୍ ବୟସର (ପ୍ରାୟ ୨୪ ହଜାର ବର୍ଷ) ଏବଂ ଏକ ପୃଥକ ନ୍ୟୁଟ୍ରନ ତାରକା।

ଆଷ୍ଟ୍ରୋସାଟ ସହ ବ୍ରଡ୍‌-ବ୍ୟାଣ୍ଡ୍ ଏକ୍ସ-ରେ ଶକ୍ତିରେ ମ୍ୟାଗ୍ନେଟରର ଅଧ୍ୟୟନ କରିବା ଏବଂ ଏହାର ବିଶେଷତ୍ୱ ଜାଣିବା ଉଦ୍ଦେଶ୍ୟରେ ରମଣ ଇନ୍‌ଷ୍ଟିଚ୍ୟୁଟ (ଆର୍‌ଆର୍‌ଆଇ) ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଆଷ୍ଟ୍ରୋସାଟ୍ ଉପରେ ଦୁଇ ଉପକରଣ- ବଡ଼ କ୍ଷେତ୍ର ବିଶିଷ୍ଟ ଏକ୍ସ-ରେ ଆନୁପାତିକ କାଉଣ୍ଟର (ଏଲ୍‌ଏଏକ୍ସପିସି) ଏବଂ ସଫ୍ଟ ଏକ୍ସ-ରେ ଟେଲିସ୍କୋପର ଉପଯୋଗ କରି ଏହି ମ୍ୟାଗ୍ନେଟର୍ସର ସମୟ ଏବଂ ସ୍ପେକ୍ଟ୍ରାଲର ବିଶ୍ଲେଷଣ କରିଛନ୍ତି।

ଗବେଷଣାର ମୁଖ୍ୟ ଲେଖକ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ଅନୁଦାନ ପ୍ରାପ୍ତ ସ୍ୱଂୟଶାସିତ ଅନୁଷ୍ଠାନ ଆର୍‌ଆର୍‌ଆଇରେ ପୋଷ୍ଟ-ଡକ୍ଟରାଲ ଫେଲୋ ଥିବା ଡ. ରାହୁଲ ଶର୍ମା କହିଛନ୍ତି, ଅଧ୍ୟୟନରେ ମିଳିଥିବା ପ୍ରମୁଖ ନିଷ୍କର୍ସ ମଧ୍ୟରୁ ଗୋଟିଏ ହେଲା ହାରାହାରି ୩୩ ସେକେଣ୍ଡ ଅବଧିର ୬୭ ଛୋଟ ସବ୍‌-ସେକେଣ୍ଡ ଏକ୍ସ-ରେ ବିସ୍ଫୋରଣକୁ ଚିହ୍ନଟ କରାଯିବା। ଏହି ବିସ୍ଫୋରଣ ମଧ୍ୟରୁ ସବୁଠାରୁ ଉଜ୍ୱଳ ବିସ୍ଫୋରଣ ପ୍ରାୟ ୯୦ ମିଲିସେକେଣ୍ଡ ପର୍ଯ୍ୟନ୍ତ ରହିଥିଲା। ରୟାଲ ଆଷ୍ଟ୍ରୋନୋମିକାଲ ସୋସାଇଟିର ମାସିକ ନୋଟିସ୍‌ରେ  ଏହି ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି। ଅଧ୍ୟୟନ ନିଷ୍କର୍ସ ଅନୁସାରେ, ଏସ୍‌ଜିଆର ଜେ୧୮୩୦-୦୬୪୫  ଏକ ସ୍ୱତନ୍ତ୍ର ମ୍ୟାଗ୍ନେଟର ଯାହା କି ନିଜ ସ୍ପେକ୍ଟ୍ରାରେ ଉତ୍ସର୍ଜନ ଲାଇନକୁ ପ୍ରଦର୍ଶିତ କରିଥାଏ।

ଏହି ଅଧ୍ୟୟନରେ ଦର୍ଶାଯାଇଛି ଯେ, ନିର୍ଗମନ ଲାଇନର ଉପସ୍ଥିତି ଏବଂ ଏହାର ସମ୍ଭାବ୍ୟ ଉତ୍ପତ୍ତି ଲୁହା ଫ୍ଲୋରୋନ୍ସେ, ପ୍ରୋଟନ ସାଇକ୍ଲୋଟ୍ରନ୍ ଲାଇନ କିମ୍ବା ଏକ ଉପକରଣୀୟ ପ୍ରଭାବ ଯୋଗୁ ଘଟିଥିଲା।

ଡ. ଶର୍ମା କହିଛନ୍ତି ଯେ, ଏସ୍‌ଜିଆର ଜେ୧୮୩୦-୦୬୪୫ରେ ଶକ୍ତି ନିର୍ଭରଶୀଳତା ଅନ୍ୟାନ୍ୟ ଚୁମ୍ବକୀୟ ଶକ୍ତିଠାରୁ ଭିନ୍ନ ଥିଲା। ଏଠାରେ ନ୍ୟୁଟ୍ରନ ତାରକା ପୃଷ୍ଠ (୦.୬୫ ଏବଂ ୨.୪୫ କିମି ବ୍ୟାସାର୍ଦ୍ଧ)ରୁ ଦୁଇଟି ଥର୍ମାଲ ବ୍ଲାକ୍‌ବଡି ନିର୍ଗମନ ଉପାଦାନ ଥିଲା। ଏହିପରି ଏହି ଗବେଷଣା ମ୍ୟାଗ୍ନେଟର୍ସ ଏବଂ ଏହାର ଚରମ ଜ୍ୟୋତିର୍ଭୌଗୋଳିକ ସ୍ଥିତି ବାବଦରେ ଆମ ବୁଝିବାକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଁସରାଜ କଲେଜର ସହ-ଲେଖିକା ପ୍ରଫେସର ଚେତନା ଜୈନ କହିଛନ୍ତି, ଆମେ ଦେଖିଲୁ ଯେ ସମଗ୍ର ଏକ୍ସ-ରେ ନିର୍ଗମନର ପଲ୍‌ସଡ୍ ଉପାଦାନ ଶକ୍ତି ସହ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଇଛି। ଏହା ଶକ୍ତି ପାଇଁ ପ୍ରାୟ ୫ କିଲୋଇଲେକ୍ଟ୍ରୋନ ଭୋଲ୍ଟ (କେଭି) ପର୍ଯ୍ୟନ୍ତ ବଢ଼ିଗଲା ଏବଂ ପରେ ସେଥିରେ ହ୍ରାସ ଘଟିଥିଲା। ଏହି ପ୍ରବୃତ୍ତି କେତେକ ଅନ୍ୟ ମ୍ୟାଗ୍ନେଟର୍ସରେ ମିଳିଥିବା ପ୍ରବୃତ୍ତିଠାରୁ ଅଲଗା।

ଅଧ୍ୟୟନକାରୀ ଦଳ ବର୍ତ୍ତମାନ ଏହି ଅଧିକ ଶକ୍ତିଶାଳୀ ନିର୍ଗମନର ଉତ୍ପତ୍ତି ବୁଝିବା ଏବଂ ତାହା ଜ୍ୟୋତିର୍ଭୌଗୋଳିକ ନା ଯାନ୍ତ୍ରିକ ପ୍ରକୃତିର ତାହା ଜାଣିବା ଲାଗି ଗବେଷଣା ବିସ୍ତାର କରିବାକୁ ଯୋଜନା କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକା ଦୁଷ୍କର୍ମ ଅଭିଯୋଗ: ଯୁବକକୁ ଗିରଫ କଲା ହିଞ୍ଜିଳି ଥାନା ପୋଲିସ

June 20, 2026

କର୍ଣ୍ଣାଟକ ସରକାରଙ୍କ RSSକୁ ଚିଠି: ପ୍ରତିକ୍ରିୟା ପ୍ରକାଶ କଲେ ମହେଶ ଜେଠମଲାନି

June 20, 2026

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ

June 20, 2026

ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରରେ ପ୍ରଧାନମନ୍ତ୍ରୀ, ପୂଜାପାଠ ସହିତ ଗାଁ ବୁଲିଲେ ମୋଦି

June 20, 2026
Latest News

ନାବାଳିକା ଦୁଷ୍କର୍ମ ଅଭିଯୋଗ: ଯୁବକକୁ ଗିରଫ କଲା ହିଞ୍ଜିଳି ଥାନା ପୋଲିସ

June 20, 2026

କର୍ଣ୍ଣାଟକ ସରକାରଙ୍କ RSSକୁ ଚିଠି: ପ୍ରତିକ୍ରିୟା ପ୍ରକାଶ କଲେ ମହେଶ ଜେଠମଲାନି

June 20, 2026

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ

June 20, 2026

ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରରେ ପ୍ରଧାନମନ୍ତ୍ରୀ, ପୂଜାପାଠ ସହିତ ଗାଁ ବୁଲିଲେ ମୋଦି

June 20, 2026

ମାତ୍ର ୫ ଦିନରେ ୧.୪୫ କୋଟି ଖର୍ଚ୍ଚ! ମହାନଦୀ ଟ୍ରିବ୍ୟୁନାଲ ଗସ୍ତକୁ ନେଇ ଚର୍ଚ୍ଚା

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.