Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଆଇଟି ଜମ୍ମୁରେ ‘ବିକଶିତ ଭାରତ’ ନେଇ ଥିବା କଳ୍ପନା ଏବଂ ବୁଦ୍ଧିମତା ଉପରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଆଇଆଇଟି ଜମ୍ମୁରେ ‘ବିକଶିତ ଭାରତ’ ନେଇ ଥିବା କଳ୍ପନା ଏବଂ ବୁଦ୍ଧିମତା ଉପରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

December 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜମ୍ମୁ: ଜମ୍ମୁ-କାଶ୍ମୀରରେ ସ୍କୁଲ ଶିକ୍ଷା ସହ ଉଚ୍ଚ ଶିକ୍ଷା ଭିତ୍ତିଭୂମିକୁ ମଜବୁତ୍ କରାଯାଉଛି। ନୂଆ ନୂଆ ଶିକ୍ଷାନୁଷ୍ଠାନ ଖୋଲାଯିବା ସହ ପିଏମ ଶ୍ରୀ ସ୍କୁଲ ବିକଶିତ କରାଯାଉଛି। ୩୭୦ ଧାରା ଉଚ୍ଛେଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ଅଞ୍ଚଳରେ ବିକାଶର ଧାରା ତ୍ୱରାନ୍ୱିତ ହେଉଛି ବୋଲି ଦିନିକିଆ ଜମ୍ମୁ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗୁରୁବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ମାତା ବୈଷ୍ଣ ଦେବୀ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ସମାରୋହରେ ଯୋଗଦେବା ସହ ଆଇଆଇଟି ଜମ୍ମୁରେ ‘ବିକଶିତ ଭାରତ’ ନେଇ ଥିବା କଳ୍ପନା ଏବଂ ବୁଦ୍ଧିମତା ଉପରେ ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ପ୍ରଧାନ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ, ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକ ମାନଙ୍କୁ ପ୍ରାଥମିକତା ଉପରେ ଆଲୋଚନା କରିଥିଲେ । ଏହା ସହ ସବକା ସାଥ୍- ସବକା ବିକାଶ, ସବକା ପ୍ରୟାସ-ସବକା ବିକାଶର ମଡେଲ ଉପରେ ଆଲୋକପାତ କରିବା ସହ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯିବା, ଭାରତୀୟତାରୁ ପ୍ରେରିତ ହେବା ଓ ଆତ୍ମବିଶ୍ୱାସ ବଢାଇବା ଉପରେ ମତ ରଖିଥିଲେ । ୨୦୧୪ ପରେ ବ୍ୟାପକ ସଂସ୍କାର କାରଣରୁ ପଲିସି ପାରାଲେସିସର ଯୁଗରୁ ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବେ ପରିଣତ ହୋଇଛି ।  ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ମଡେଲ ସମସ୍ତଙ୍କ ପାଇଁ ଏକ ଅଧ୍ୟୟନର ବିଷୟ । ଜମ୍ମୁ କାଶ୍ମୀରରେ ଥିବା ଅପାର ସମ୍ଭାବନା ଏବଂ ସ୍ୱତନ୍ତ୍ରତା ଉପରେ ଦୀର୍ଘ ସମୟ ଧରି ଗବେଷଣା କରିବା ପାଇଁ ଆଇଆଇଟି ଜମ୍ମୁକୁ ପରାମର୍ଶ ଦେଇଥିଲେ । ଆଗାମୀ ୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମସ୍ତଙ୍କ ସହଯୋଗ ବଳରେ ହିଁ ଆମେ ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିପାରିବା ।

ଶ୍ରୀ ପ୍ରଧାନ  ମାତା ବୈଷ୍ଣ ଦେବୀ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଆଜି ଯେତେବେଳେ ବିଦ୍ୟାର୍ଥୀମାନେ ସମାଜ ଜୀବନରେ ଦାୟିତ୍ୱ ନେବେ, ସେମାନେ ଜାମ୍ମୁ କାଶ୍ମୀରର ଐତିହ୍ୟକୁ ସାଙ୍ଗରେ ନେଇ ଆଗକୁ ବଢିବେ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜମ୍ମୁର ଉପରାଜ୍ୟପାଳ ମନୋଜ ସିହ୍ନା ଉପସ୍ଥିତ ଥିଲେ । ଉଲ୍ଲେଖନୀୟ, ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ଜମ୍ମୁ ସ୍ଥିତ ବୈଷ୍ଣ ଦେବୀ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିକଶିତ ଭାରତ ସମାବର୍ତ୍ତନ ସମାରୋହ
Share. Facebook Twitter LinkedIn Email WhatsApp Copy Link

Related Posts

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Latest News

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.