Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡି ଆରମ୍ଭ କଲା ଲୋକସଭା ପାଇଁ ପ୍ରାର୍ଥି ଚୟନ ପକ୍ରିୟା, ଜାଣନ୍ତୁ କାହାର କଟିବ ଟିକେଟ !!
ଆଜିର ଖବର

ବିଜେଡି ଆରମ୍ଭ କଲା ଲୋକସଭା ପାଇଁ ପ୍ରାର୍ଥି ଚୟନ ପକ୍ରିୟା, ଜାଣନ୍ତୁ କାହାର କଟିବ ଟିକେଟ !!

January 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡି ଆରମ୍ଭ କଲା ଲୋକସଭା ପାଇଁ ପ୍ରାର୍ଥି ଚୟନ ପକ୍ରିୟା, ଜାଣନ୍ତୁ କାହାର କଟିବ ଟିକେଟ !!

ଭୁବନେଶ୍ବର: ନୂଆବର୍ଷରୁ ବର୍ତ୍ତମାନ ସବୁଦଳର ନିର୍ବାଚନ ପ୍ରସ୍ତୁତି ଜୋରଜାର ଆରମ୍ଭ ହୋଇଯାଇଛି। ତେବେ ସୁତ୍ର ଅନୁସାରେ ସବୁ ଦଳ ପ୍ରଥମେ ଲୋକସଭା ପ୍ରାର୍ଥୀ ନିର୍ଦ୍ଧାରିତ କରିବା ଆରମ୍ଭ କରିଛନ୍ତି। କାରଣ 21 ଟି ଆସନ ଜଞ୍ଜାଳ ଶେଷ କରିଦେଲେ ଏହାପରେ ବିଧାନସଭା ଆସନ କଥା ଚିନ୍ତା କରାଯିବ। କାରଣ ସବୁ ଦଳ ପାଇଁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବାଛିବା ସବୁଠାରୁ କଷ୍ଟଦାୟକ।

ତେବେ ସବୁ କ୍ଷେତ୍ରରେ ଆଗୁଆ ରହିଥିବା ବିଜୁ ଜନତା ଦଳ ଏଥର ଲୋକସଭା ପାଇଁ ରଣନୀତି ତଥା ପ୍ରାର୍ଥୀ ଚୟନ ଆରମ୍ଭ କରିଦେଇଛି। ଏଥର ପ୍ରାର୍ଥୀ ଚୟନରେ ଖୋଦ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସିଧା ହସ୍ତକ୍ଷେପ ରହିବ। ଏଥିସହିତ ସାଂଗଠାନିକ ସଂପାଦନ ପ୍ରଣବ ପ୍ରକାଶ ଦାସଙ୍କର ଭୂମିକା ମଧ୍ୟ ରହିବ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ମୋହର ବାଜିଲେ ତାହା ଘୋଷଣା କରାଯିବ।

ବିଜେଡିର ଭିତିରିଆ ସୁତ୍ର ଅନୁସାରେ ଦଳ ଏଥର ବହୁ ସାଂସଦଙ୍କ ଟିକେଟ କାଟିବ ବୋଲି ନିଷ୍ପତି କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, କଟକ ସାଂସଦ ଭର୍ତୁହରି ମହତାବ, ପୁରୀ ସାଂସଦ ପିନାକୀ ମିଶ୍ର, ଆସିକା ସାଂସଦ ପ୍ରମିଳା ବିଶୋଇ, ଢେଙ୍କାନାଳ ସାଂସଦ ମହେଶ ସାହୁ ଅଛନ୍ତି। ଏମାନଙ୍କୁ ପୁଣି ଥରେ ପ୍ରାର୍ଥୀ ନ କରିବା ପାଇଁ ଦଳ ଚିନ୍ତା କରିଛି।

ଏହି ସାଂସଦଙ୍କ ମଧ୍ୟରୁ ଅନୁଭବ ମହାନ୍ତି, ଭର୍ତ୍ତୁହରି ମହତାବ, ମହେଶ ସାହୁ ଏବଂ ମଂଜୁଲତା ମଣ୍ଡଳ ପ୍ରତି ଦଳ ଖୁସି ନାହିଁ। ସେହିପରି ପିନାକୀ ମିଶ୍ର କୁଆଡେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଦଳକୁ ଜଣାଇ ଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି। ସେହିପରି ଆସିକା ସାଂସଦ ପ୍ରମିଳା ବିଶୋଇଙ୍କ ବୟସ ବାଧକ ସାଜିଛି। ଅନ୍ୟପକ୍ଷରେ ତାଙ୍କର କାର୍ଯ୍ୟଦକ୍ଷତାକୁ ନେଇ ବିଭିନ୍ନ ପ୍ରଶ୍ନ ଉପୁଜିଥିବାରୁ ତାଙ୍କୁ ଏଥର ହଟାଇ ଦିଆଯିବ ବୋଲି ଜଣାପଡିଛି।

ସେହିପରି ଯେଉଁମାନେ ପୂର୍ବରୁ ସାଂସଦ ଭାବେ ପ୍ରତିଦ୍ବନ୍ଦିତା କରି ହାରିଯାଇଥିଲେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ମଧ୍ୟ ଟିକେଟ ନ ଦେବା ପାଇଁ ବିଜେଡି ଚିନ୍ତା କରିଛି। ସେମାନେ ହେଲେ ଭୁବନେଶ୍ବରରୁ ଅରୁପ ପଟ୍ଟନାୟକ, ବାଲେଶ୍ବରରୁ ରବିନ୍ଦ୍ର ଜେନା, ବରଗଡରୁ ପ୍ରସନ୍ନ ଆଚାର୍ଯ୍ୟ ଏବଂ କୋରାପୁଟର କୌଶଲ୍ୟା ହିକକା। ଏମାନଙ୍କ ମଧ୍ୟରୁ ରବିନ୍ଦ୍ର ଜେନାଙ୍କ ଧର୍ମପତ୍ନୀଙ୍କୁ ବିଧାନସଭା ଟିକେଟ ମିଳୁଥିବାରୁ ତାଙ୍କୁ ବାଦ ଦିଆଯାଉଛି।

ସେହିପରି ଭୁବନେଶ୍ବରରେ ଅରୂପ ପଟ୍ଟନାୟକଙ୍କର ପତିୟାରା ନାହିଁ। ସେଥିପାଇଁ ଏହି ଗୁରତ୍ବପୂର୍ଣ୍ଣ ଆସନ ପାଇଁ ଦଳ ଶ୍ରୀମୟି ମିଶ୍ରଙ୍କୁ ଆଗୁଆ ମଇଦାନକୁ ଛାଡି ଦେଇଛି। ଅନ୍ୟପକ୍ଷରେ ପ୍ରସନ୍ନ ଆଚାର୍ଯ୍ୟଙ୍କର କୌଣସି ଅସୁବିଧା ନ ଥିଲେ ମଧ୍ୟ ତାଙ୍କୁ ମଧ୍ୟ ଟିକେଟ ନ ଦେଇ ଦଳିୟ ସଂଗଠନରେ ରଖିବାର ଅଧିକ ସମ୍ଭାବନା ରହିଛି।

BJD Election2024 ନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026

ଆମ ଆଦମୀ ପାର୍ଟିର ଆଶାକୁ ଝଟକା!: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ସ୍ଥଳରେ ପହଞ୍ଚିଲେ ଅଖିଳେଶ ଯାଦବ

July 21, 2026

“ଲଢ଼େଇ ଏକପାଖିଆ ହେବ ନାହିଁ”: ଭାରତକୁ ଚେତାବନୀ ଦେଲେ  ଜିମ୍ବାୱେ ଅଧିନାୟକ

July 21, 2026

ଅଗଷ୍ଟ ୧୫ରୁ ଶ୍ରୀଲଙ୍କା ସିରିଜ: ଜାଣନ୍ତୁ କେବେ ଘୋଷଣା ହେବେ ଟିମ୍ ଇଣ୍ଡିଆ?

July 21, 2026
Latest News

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026

ଅଗଷ୍ଟ ୧ରୁ MyWAVESରେ ‘ଜେମ୍ସ ଅଫ୍ ଇଣ୍ଡିଆ’ ଚ୍ୟାଲେଞ୍ଜ: ଡିଜିଟାଲ୍ ସୃଷ୍ଟିକର୍ତ୍ତାଙ୍କ ପାଇଁ ସୁଯୋଗ

July 21, 2026

ସିଜେପି ର ପ୍ରତିବାଦକୁ ଦୁର୍ବଳ କରିବା ଲକ୍ଷ୍ୟ: କଂଗ୍ରେସ-ବିଜେପି ଉପରେ ଗୁରୁତର ଅଭିଯୋଗ ଆଣିଲା ଆପ 

July 21, 2026

ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ ରାଜ୍ୟସଭାରେ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ଅର୍ଥମନ୍ତ୍ରୀ, କହିଲେ..

July 21, 2026

ରାହୁଲ ଏବଂ ପ୍ରିୟଙ୍କା ଅଟକ: ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ଅଖିଳେଶ ଯାଦବଙ୍କୁ ହଟାଇଲା ପୋଲିସ

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.