Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁନ୍ଦରଗଡରେ କାର୍ତ୍ତିକ ପାଣ୍ଡିଆନ, ଲୋକଙ୍କୁ କହିଲେ ଆପଣମାନେ କେନ୍ତା ଅଛନ୍
ଆଜିର ଖବର

ସୁନ୍ଦରଗଡରେ କାର୍ତ୍ତିକ ପାଣ୍ଡିଆନ, ଲୋକଙ୍କୁ କହିଲେ ଆପଣମାନେ କେନ୍ତା ଅଛନ୍

January 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୁନ୍ଦରଗଡରେ କାର୍ତ୍ତିକ ପାଣ୍ଡିଆନ, ଲୋକଙ୍କୁ କହିଲେ ଆପଣମାନେ କେନ୍ତା ଅଛନ୍

ଭୁବନେଶ୍ବର: ବୁଧବାର ଅପରାହ୍ନରେ 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି। ସେ ସକାଳେ ବଲାଙ୍ଗିରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଲୋୟାର ସୁକତେଲ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଥିଲେ। ସେଠାରୁ ସେ ସିଧା ସୁନ୍ଦରଗଡ ଗସ୍ତ କରିଥିଲେ।

ସୁନ୍ଦରଗଡର ଭରପୁର ଲୋକଙ୍କୁ ସେ ସମ୍ବୋଧିତ କରିଥିଲେ। ସେ ପ୍ରଥମେ ଲୋକଙ୍କୁ କହିଥିଲେ ଆପଣମାନେ କେନ୍ତା ଅଛନ୍। ଏହା ଶୁଣିବା ପରେ ସେଠାରେ ଉପସ୍ଥିତ ଜନସମାଜ ତାଳିମାନେ ଭଲ୍ ଅଛନ ବୋଲି କହିଥିଲେ। ଆପଣମାନଙ୍କୁ ନୂଆବର୍ଷର ଅଭିନନ୍ଦନ ବୋଲି ସେ ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ପାଣ୍ଡିଆନ ରାଜ୍ୟ ସରକାରଙ୍କ ସୁନ୍ଦରଗଡର ବିଭିନ୍ନ ଉନ୍ନୟନ ତଥ୍ୟ ପ୍ରଦାନ କରିଥିଲେ।

ସେ କହିଥିଲେ ଯେ, ମୁଁ ଗତ ମାର୍ଚ୍ଚରେ ସୁନ୍ଦରଗଡ ଗସ୍ତରେ ଆସିଥିଲି। ସେତେବେଳେ ଆପଣମାନେ ମୋତେ 160ଟି ଅଭିଯୋଗ ପତ୍ର ଦେଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଅଭିଯୋଗକୁ ଗ୍ରହଣ କରି ଅନୁଦାନ ପ୍ରଦାନ କରିଛନ୍ତି। ମନ୍ଦିର, ମସଜିଦ୍, ଚର୍ଚ୍ଚ ଏବଂ କମ୍ୟୁନିଟ ସେଣ୍ଟର ପାଇଁ ଯେଉଁମାନେ ଦାବୀ କରିଥିଲେ ସେଗୁଡିକର ଅନୁମୋଦ ହୋଇଛି।

ତେବେ ଏହି ବିକାଶ ମୂଳକ କାମରେ ଆପଣଙ୍କର ବହୁତ ସହଯୋଗର ଆବଶ୍ୟକ ରହିଛି। କାରଣ 5ଟି ଉପକ୍ରମରେ ଆମେ ଏହାକୁ ସ୍ବଚ୍ଛତାର ସହ କରିବାକୁ ଚାହୁଁଛୁ। ତେଣୁ ଆପଣମାନଙ୍କର ଭାଗୀଦାରି ନିହାତି ଆବଶ୍ୟକ ବୋଲି ପାଣ୍ଡିଆନ ଲୋକଙ୍କୁ ଅନୁରୋଧ କରିଥିଲେ।

ସେ କହିଥିଲେ ଯେ, ହେମଗିରିରେ ଥିବା ଉଚ୍ଚ ମାଧ୍ୟମିକ ସ୍କୁଲରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଖୋଲିବା ପାଇଁ ଅନୁରୋଧ ଆସିଥିଲା। ତାହାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ବୋଲି ପାଣ୍ଡିଆନ ଜନସମାଜକୁ ଅବଗତ କରାଇଥିଲେ। ସେଥିପାଇଁ 60 କୋଟି ଟଙ୍କା ଅନୁମୋଦନ କରାଯାଇଛି। ଗତ ଆଠମାସ ମଧ୍ୟରେ ସୁନ୍ଦରଗଡ ପାଇଁ 350 କୋଟି ଟଙ୍କା ଅନୁଦାନ ଦିଆଯାଇଛି ବୋଲି ସେ କହିଥିଲେ।

ଏହାପରେ ସୁନ୍ଦରଗଡର ବାଲିଶଙ୍କରାଠାରେ ଜନସମାଜକୁ ଉଦବୋଧନ ଦେଇଥିଲେ ପାଣ୍ଡିଆନ। ସେଠାରେ ମଞ୍ଚ ଉପରେ ଲୋକମାନେ ତାଙ୍କୁ ପାରଂପାରିକ ଆଦିବାସୀ ପୋଷାକ ପିନ୍ଧାଇଥିଲେ। ସେଠାରେ ସେ ସୁନ୍ଦରଗଡକୁ ଆସନ୍ତା ଫେବୃୟାରୀରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ସେହିପରି ସୁନ୍ଦରଗଡର ହକି ପାଇଁ ସରକାର ସମସ୍ତ ସହଯୋଗ ଯୋଗାଇ ଦେଇଛନ୍ତି ବୋଲି ସେ ଜନସମାଜକୁ ଅବଗତ କରାଇଥିଲେ।

Kartik Pandian କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.