Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶୂନ୍ୟ ଅଙ୍ଗାରକ ନିର୍ଗମନ ଅଭିଯାନ ପାଇଁ ଭାରତ ଏବଂ ୟୁଏସ୍‌ଏଆଇଡି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ ଅନୁମୋଦନ
ଆଜିର ଖବର

ଶୂନ୍ୟ ଅଙ୍ଗାରକ ନିର୍ଗମନ ଅଭିଯାନ ପାଇଁ ଭାରତ ଏବଂ ୟୁଏସ୍‌ଏଆଇଡି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ ଅନୁମୋଦନ

January 5, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
Indian Railways
ରେକର୍ଡ କୋଚ୍ ଉତ୍ପାଦନ ସହିତ ସୁଲଭ ଯାତ୍ରାକୁ ସୁଦୃଢ଼ କଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୩୦ ସୁଦ୍ଧା ମିଶନ ନେଟ୍ ଜିରୋ କାର୍ବନ ଏମିସନ (ଶୂନ୍ୟ ଅଙ୍ଗାରକ ନିର୍ଗମନ ଅଭିଯାନ) ହାସଲ କରିବା ପାଇଁ ଭାରତୀୟ ରେଳବାଇକୁ ସହାୟତା କରିବା ନିମନ୍ତେ ଜୁନ୍ ୧୪, ୨୦୨୩ରେ ଭାରତ ଏବଂ ୟୁନାଇଟେଡ୍ ଷ୍ଟେଟ୍ସ ଫର ଇଂଟରନ୍ୟାସନାଲ ଡେଭଲପମେଂଟ (ଆନ୍ତର୍ଜାତିକ ବିକାଶ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା) /ଭାରତ (ୟୁଏସ୍‌ଏଆଇଡି/ଭାରତ) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ବିଷୟରେ ଅବଗତ କରାଯାଇଥିଲା ଏବଂ ଏହା ଅନୁମୋଦନ ଲାଭ କରିଥିଲା ।

ଏହି ବୁଝାମଣାପତ୍ର ଭାରତୀୟ ରେଳବାଇକୁ ରେଳ କ୍ଷେତ୍ରରେ ଅତ୍ୟାଧୁନିକ ବିକାଶ ଏବଂ ଜ୍ଞାନ ଆଦାନ ପ୍ରଦାନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ । ଏହି ବୁଝାମଣାପତ୍ରରେ ଜ୍ଞାନ ଆଦାନ ପ୍ରଦାନ ପାଇଁ ନବୀକରଣ ଯୋଗ୍ୟ ଶକ୍ତି , ଶକ୍ତି ଦକ୍ଷତା ଏବଂ ଅନ୍ୟାନ୍ୟ ଆଦାନପ୍ରଦାନ କ୍ଷେତ୍ରରେ ଉପଯୋଗିତାର ଆଧୁନିକୀକରଣ, ଉନ୍ନତ ଶକ୍ତି ସମାଧାନ ଏବଂ ବ୍ୟବସ୍ଥା, ଆଞ୍ଚଳିକ ଶକ୍ତି ଏବଂ ବଜାର ଏକୀକରଣ ଏବଂ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଏବଂ ଯୋଗଦାନ, ପ୍ରଶିକ୍ଷଣ ଏବଂ ସେମିନାର / କର୍ମଶାଳାକୁ ସୁଗମ କରାଯାଇଛି ।

ଏହା ପୂର୍ବରୁ ୟୁଏସ୍‌ଏଆଇଡି /ଭାରତ ମଧ୍ୟ ରେଳ ପ୍ଲାଟଫର୍ମରେ ରୁଫ୍ ଟପ୍ ସୋଲାର ( ଛାତ ଉପରେ ସୌର ଶକ୍ତି) ବ୍ୟବହାର ଉପରେ ଗୁରୁତ୍ୱ ଦେଇ ଆଇଆର ସହିତ କାମ କରିଥିଲା ।

ଯୁକ୍ତରାଷ୍ଟ୍ର ଆମେରିକାର ଆନ୍ତର୍ଜାତିକ ବିକାଶ ଏଜେନ୍ସି /ଭାରତ ସହ ଭାରତୀୟ ରେଳବାଇ ଦ୍ୱାରା ସ୍ୱାକ୍ଷରିତ ବୁଝାମଣାପତ୍ର ନିମ୍ନଲିଖିତ ବୁଝାମଣା ସହିତ ଶକ୍ତି ଆତ୍ମନିର୍ଭରଶୀଳତାକୁ ସକ୍ଷମ କରିବା ପାଇଁ ଅଟେ :

୧. ଉଭୟ ଅଂଶଗ୍ରହଣକାରୀ ମିଳିତ ଭାବରେ ନିମ୍ନଲିଖିତ ପ୍ରମୁଖ କାର୍ଯ୍ୟକଳାପ କ୍ଷେତ୍ର ଗୁଡିକ ଉପରେ ବ୍ୟାପକ ଭାବରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ଏବଂ  ବିବରଣୀ ପୃଥକ ଭାବରେ ସହମତି ପ୍ରାପ୍ତ ହେବ:

କ. ଭାରତୀୟ ରେଳବାଇ ପାଇଁ ସ୍ୱଚ୍ଛ ଶକ୍ତି ସମେତ ଦୀର୍ଘମିଆଦୀ ଶକ୍ତି ଯୋଜନା ।

ଖ. ଭାରତୀୟ ରେଳ ଭବନ ପାଇଁ ଏକ ଶକ୍ତି ଦକ୍ଷତା ନୀତି ଏବଂ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ।

ଗ. ଭାରତୀୟ ରେଳବାଇର ନେଟ୍ – ଜିରୋ ଭିଜନ (ଶୂନ୍ୟ ଲକ୍ଷ୍ୟ) ହାସଲ ପାଇଁ ସ୍ୱଚ୍ଛ ଶକ୍ତି କ୍ରୟ ପାଇଁ ଯୋଜନା ।

ଘ. ନିୟାମକ ଏବଂ କାର୍ଯ୍ୟାନ୍ୱୟନ ପ୍ରତିବନ୍ଧକ ଗୁଡିକର ସମାଧାନ ପାଇଁ ବୈଷୟିକ ସହାୟତା ।

ଙ. ବ୍ୟବସ୍ଥା – ଅନୁକୂଳ, ବୃହତ ପରିମାଣର ନବୀକରଣଯୋଗ୍ୟ କ୍ରୟ ପାଇଁ ବିଡ୍ ପ୍ରସ୍ତୁତ କରିବା ଏବଂ ବିଡ୍ ପରିଚାଳନା ସହାୟତା ।

ଚ. ଇ – ମୋବିଲିଟିକୁ ପ୍ରୋତ୍ସାହିତ କରିବାରେ ଭାରତୀୟ ରେଳବାଇକୁ ସମର୍ଥନ କରିବା ।

ଛ. ଉପରୋକ୍ତ ଚିହ୍ନଟ ହୋଇଥିବା କ୍ଷେତ୍ରରେ ମିଳିତ ଭାବରେ କାର୍ଯ୍ୟକ୍ରମ, ସମ୍ମିଳନୀ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିବା ।

୨ . ଏହି ବୁଝାମଣାପତ୍ରର ସମସ୍ତ କିମ୍ବା କୌଣସି ଅଂଶରେ ପୁନରାବୃତ୍ତି, ପରିବର୍ତ୍ତନ କିମ୍ବା ସଂଶୋଧନ ପାଇଁ ଅଂଶଗ୍ରହଣକାରୀ ଲିଖିତ ଭାବେ ଅନୁରୋଧ କରିପାରିବେ । ଅଂଶଗ୍ରହଣକାରୀଙ୍କ ଦ୍ୱାରା ଅନୁମୋଦିତ କୌଣସି ପୁନରାବୃତ୍ତି, ପରିବର୍ତ୍ତନ କିମ୍ବା ସଂଶୋଧନ ଏହି ସଂଶୋଧିତ ବୁଝାମଣାପତ୍ରର ଏକ ଅଂଶ ହେବ । ଏଭଳି ପୁନରାବୃତ୍ତି, ପରିବର୍ତ୍ତନ କିମ୍ବା ସଂଶୋଧନ ଅଂଶଗ୍ରହଣକାରୀ ମାନଙ୍କ ଦ୍ୱାରା ନିର୍ଦ୍ଧାରିତ ତାରିଖରେ କାର୍ଯ୍ୟକାରୀ ହେବ ।

୩  .  ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ତାରିଖ ଠାରୁ କାର୍ଯ୍ୟକାରୀ ହେବ ଏବଂ ଏହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ କିମ୍ବା ଦକ୍ଷିଣ ଏସିଆ ଆଞ୍ଚଳିକ ଶକ୍ତି ଭାଗିଦାରୀ (ଏସ୍‌ଏଆର୍‌ଇପି) ର ପ୍ରଭାବଶାଳୀ ରହିବା ପର୍ଯ୍ୟନ୍ତ , ଉଭୟ ମଧ୍ୟରୁ ଯେଉଁ ଅବଧି କମ୍ ରହିବ ସେପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି ।

ପ୍ରଭାବ:

୨୦୩୦ ସୁଦ୍ଧା ମିଶନ ନେଟ୍ ଜିରୋ କାର୍ବନ ଏମିସନ (ଏନଜେଡ୍‌ସିଇ) ହାସଲ କରିବାରେ ଭାରତୀୟ ରେଳବାଇକୁ ସହାୟତା କରିବା ପାଇଁ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହା ଭାରତୀୟ ରେଳବାଇକୁ ଆମଦାନୀ ଇନ୍ଧନ ଯେପରିକି ଡିଜେଲ, କୋଇଲା ଇତ୍ୟାଦି ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ । ନବୀକରଣ ଯୋଗ୍ୟ ଶକ୍ତି (ଆରଇ) ପ୍ଲାଣ୍ଟର ନିୟୋଜନ ଦେଶରେ ଆରଇ ଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରିବ । ଏହା ସ୍ଥାନୀୟ ପାରିବେଶିକ ବ୍ୟବସ୍ଥାର ବିକାଶରେ ସହାୟକ ହେବ ଯାହା ପରବର୍ତ୍ତୀ ସମୟରେ ସ୍ଥାନୀୟ ଉତ୍ପାଦ ବିକାଶକୁ ପ୍ରୋତ୍ସାହିତ କରିବ ।

ଏଥିରେ ସମ୍ପୃକ୍ତ ଖର୍ଚ୍ଚ:

ଏହି ବୁଝାମଣାପତ୍ର ଅଧୀନରେ ସେବା ଗୁଡିକ ପାଇଁ ବୈଷୟିକ ସହାୟତା ୟୁଏସ୍‌ଏଆଇଡି ଦ୍ୱାରା ଏସ୍‌ଏଆର୍‌ଇପି ପଦକ୍ଷେପ ଅଧୀନରେ ପ୍ରଦାନ କରାଯିବାର ଉଦ୍ଦେଶ୍ୟ ରହିଛି । ଏହି ବୁଝାମଣାପତ୍ର ପାଣ୍ଠିର ପ୍ରତିଶ୍ରୁତିବଦ୍ଧତା ନୁହେଁ କିମ୍ବା କୌଣସି ପ୍ରକାରର ପ୍ରତିଶ୍ରୁତି ନୁହେଁ, ଏବଂ ଏହା ଅଣ- ବାଧ୍ୟତାମୂଳକ ଅଟେ । ଏଥିରେ ଭାରତୀୟ ରେଳବାଇର କୌଣସି ଆର୍ଥିକ ପ୍ରତିବଦ୍ଧତା ଅନ୍ତର୍ଭୁକ୍ତ ନାହିଁ ।

କେନ୍ଦ୍ର କ୍ୟାବିନେଟ୍ ନରେନ୍ଦ୍ର ମୋଦୀ ବୁଝାମଣାପତ୍ର ଭାରତ ଭାରତୀୟ ରେଳବାଇ
Share. Facebook Twitter LinkedIn Email WhatsApp Copy Link

Related Posts

ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କଲେ ଅମିତ ଶାହ

February 16, 2026

ରାଶିଫଳ- ଆଜି ଫେବୃୟାରୀ ୧୬ ତାରିଖ ସୋମବାର କଣ ରହିବ ଆପଣଙ୍କର ଭାଗ୍ୟ

February 16, 2026

ଆର୍ଯ୍ୟ ସମାଜ ପକ୍ଷରୁ ମହର୍ଷି ଦୟାନନ୍ଦ ଋଷିବୋଧ ଉତ୍ସବ ପାଳିତ

February 15, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୬୧ ରନରେ ଜିତିଲା ଟିମ ଇଣ୍ଡିଆ

February 15, 2026
Latest News

ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ କଲେ ଅମିତ ଶାହ

February 16, 2026

ରାଶିଫଳ- ଆଜି ଫେବୃୟାରୀ ୧୬ ତାରିଖ ସୋମବାର କଣ ରହିବ ଆପଣଙ୍କର ଭାଗ୍ୟ

February 16, 2026

ଆର୍ଯ୍ୟ ସମାଜ ପକ୍ଷରୁ ମହର୍ଷି ଦୟାନନ୍ଦ ଋଷିବୋଧ ଉତ୍ସବ ପାଳିତ

February 15, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୬୧ ରନରେ ଜିତିଲା ଟିମ ଇଣ୍ଡିଆ

February 15, 2026

ମହାଶିବରାତ୍ରୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ପ୍ରଭୃ ଲିଙ୍ଗରାଜଙ୍କ ମହାଦୀପ 

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.