Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଷ୍ଚ୍ରୀୟ ଭୂମିକା ନିର୍ବାହ ଓ ଲୋକନୃତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ
ଆଜିର ଖବର

ରାଷ୍ଚ୍ରୀୟ ଭୂମିକା ନିର୍ବାହ ଓ ଲୋକନୃତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ

January 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନୃତ୍ୟ, ସଂଗୀତ ଓ ଅଭିନୟ ମାଧ୍ୟମରେ ଜାତୀୟ ସଂହତି ପ୍ରତିଷ୍ଠା ହେବାସହ ଭାବଗତ ଐକ୍ୟ ବିସ୍ତାର ଲାଭ କରେ ବୋଲି ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଅରୁଣା ମହାନ୍ତି ମତପ୍ରକାଶ କରିଛନ୍ତି। ଆଜି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ଉଦ୍‌ଯାପିତ ଚାରିଦୀବସିୟ ରାଷ୍ଚ୍ରୀୟ ଭୂମିକା ନିର୍ବାହ ଓ ଲୋକନୃତ୍ୟ ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହି ମତବ୍ୟକ୍ତ କରିବା ସହ ଆମ ଦେଶର ମାଟି, ପାଣି, ପବନରେ ଯେଉଁ ରଙ୍ଗ ଓ ଭାବ ଅଛି ତାହା ସମଗ୍ର ବିଶ୍ୱରେ ଅନନ୍ୟ ବୋଲି କହିଥିଲେ। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ଯକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଏହି ଜାତୀୟ ଉତ୍ସବରେ 29 ଟି ରାଜ୍ଯ ଓ କେନ୍ଦ୍ରଶାସିତ ଅଞ୍ଚଳର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପୁରସ୍କାର ଓ ମାନପତ୍ର ଗ୍ରହଣ କରିଥିଲେ। ରାଷ୍ଟ୍ରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କର୍ଣାଟକ ପ୍ରଥମ, ଉତ୍ତରପ୍ରଦେଶ ଦ୍ୱିତୀୟ ଏବଂ ଆଣ୍ଡାମାନ ଓ ନିକୋବର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।

ଏହି ପ୍ରତିଯୋଗିତାରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ବହୁମୁଖୀ ପ୍ରାୟୋଗିକ ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଭୂବନେଶ୍ବର ପ୍ରଥମ, ମୈସୁର ଓ ଭୋପାଳ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ରାଷ୍ଟୀୟ ଭୂମୀକା ନିର୍ବାହ ପ୍ରତିଯୋଗୀତାରେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସୀତ ଅଞ୍ଚଳରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହରିୟାନା ପ୍ରଥମ, ପଶ୍ଚିମବଙ୍ଗ ଦ୍ୱିତୀୟ ତଥା କର୍ଣାଟକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ଏବଂ ଏହି ପ୍ରତିଯୋଗିତାରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ବହୁମୁଖୀ ପ୍ରାୟୋଗିକ ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ମୈସୁର ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଭୂବନେଶ୍ବର ଓ ଭୋପାଳ ଯଥାକ୍ରମେ ଦ୍ବିତୀୟ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏହି ଉଦ୍‌ଯାପନୀ ସମାରୋହରେ ଏନପିଇପିର ରାଷ୍ଟ୍ରୀୟ ସଂଯୋଜକ ପ୍ରଫେସର ଗୌରୀ ଶ୍ରୀବାସ୍ତବ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚ଼ନ୍ଦ୍ର ଅଗ୍ରୱାଲ ମୁଖ୍ୟ ଅତିଥୀଙ୍କର ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ସମ୍ୱନ୍ଧରେ ବିଷଦ ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ହରିଶ କୁମାର ମୀନା ଧନ୍ଯବାଦାର୍ପଣ କରିଥିଲେ।

ପ୍ରକାଶ ଥାଉ କି ରାଷ୍ଚ୍ରୀୟ ଶିକ୍ଷା ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ତଥା ଜାତୀୟ ଜନସଂଖ୍ଯା ଶିକ୍ଷା ପରିଯୋଜନା ମିଳିତ ସହଯୋଗରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପରିସରରେ ଚଳିତ ମାସ ତିନି ତାରିଖରୁ ଏହି ଜାତୀୟ ଉତ୍ସବ ଆରମ୍ଭ ହୋଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଗାଁରେ ପହଞ୍ଚିବେ ସରକାର, ପ୍ରତି ପଞ୍ଚାୟତରେ ଜନକଲ୍ୟାଣ ଶିବିର

June 20, 2026

ବ୍ଲକ ଅଧ୍ୟକ୍ଷାଙ୍କ ଘର ଉପରକୁ ଗୁଳିମାଡ଼

June 20, 2026

ରାଉରକେଲାରେ ଡବଲ୍ ଏନକାଉଣ୍ଟର

June 20, 2026

୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ଏହି ୮ ଖେଳାଳି ନିଶ୍ଚିତ!: ଜାଣନ୍ତୁ ତାଲିକା

June 20, 2026
Latest News

ଗାଁରେ ପହଞ୍ଚିବେ ସରକାର, ପ୍ରତି ପଞ୍ଚାୟତରେ ଜନକଲ୍ୟାଣ ଶିବିର

June 20, 2026

ବ୍ଲକ ଅଧ୍ୟକ୍ଷାଙ୍କ ଘର ଉପରକୁ ଗୁଳିମାଡ଼

June 20, 2026

ରାଉରକେଲାରେ ଡବଲ୍ ଏନକାଉଣ୍ଟର

June 20, 2026

୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ଏହି ୮ ଖେଳାଳି ନିଶ୍ଚିତ!: ଜାଣନ୍ତୁ ତାଲିକା

June 20, 2026

ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ସିକିଲ ସେଲ ସଚେତନତା ଦିବସ ପାଳିତ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.