Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାରା ରାଜ୍ୟ ବୁଲି ବୁଲି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ, ସମ୍ବଲପୁରରେ କହିଲେ ନୂଆ କଥା
ଆଜିର ଖବର

ସାରା ରାଜ୍ୟ ବୁଲି ବୁଲି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ, ସମ୍ବଲପୁରରେ କହିଲେ ନୂଆ କଥା

January 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାରା ରାଜ୍ୟ ବୁଲି ବୁଲି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ, ସମ୍ବଲପୁରରେ କହିଲେ ନୂଆ କଥା

ଭୁବନେଶ୍ୱର: ଏନଏଚ-୫୫ ର କଦର୍ଯ୍ୟ ଅବସ୍ଥା ଓ ପଦ୍ମପୁର ଉପ-ନିର୍ବାଚନ ବେଳେ କେନ୍ଦୁପତ୍ର ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୁଣି ମନେ ପକାଇ ଦେଲେ ଫାଇଭ ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଓ ରେଢାଖୋଲ ନିର୍ବାଚନ ମଣ୍ଡଳିରେ ଆୟୋଜିତ ସଭାରେ ନାଆଁ ନ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଏ ଦୁଇଟି ପ୍ରସଂଗ ଚେତାଇ ଦେଇଛନ୍ତି ପାଣ୍ଡିଆନ। ଏହି ଦୁଇ ସଭାରେ ପାଣ୍ଡିଆନ କହିଛନ୍ତି ଯେ, ଦୀର୍ଘ ୧୦ବର୍ଷ ହେଲା କଟକ-ସମ୍ବଲପୁର ଜାତୀୟ ରାଜପଥ କାମ ଶେଷ ହେଉନି। ନିର୍ବାଚନ ଆସିଲେ କିଛି ନେତା ବଡବଡ ଭାଷଣ ମାରୁଛନ୍ତି, ହେଲେ ଜାତୀୟ ରାଜପଥ କାମ ସରିପାରୁନି।

ଅପର ପକ୍ଷରେ ଏନଏଚ କାମ ଆରମ୍ଭ ହେବାର ବହୁଦିନ ପରେ ବରଗଡରୁ ଆମ୍ବପାଣୀ ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ୱେ କାମ ଆରମ୍ଭ ହୋଇ କେବେଠୁ ଶେଷ ହୋଇ ସାରିଲାଣି। ୨୦୧୭ରେ ଆରମ୍ଭ ହୋଇଥିଲା ବିଜୁ ଏକ୍ସପ୍ରେସ ୱେ କାମ। ୨୮୦କିଲୋମିଟର ଲମ୍ବା ଏହି ରାସ୍ତାରେ ୧୦୦ କିଲୋମିଟର ସମ୍ପୂର୍ଣ୍ଣ ନୂଆ ଭାବେ ତିଆରି ହୋଇଥିଲା।

କିନ୍ତୁ ମାତ୍ର ୨୯୦ କିଲୋମିଟର ଜାତୀୟ ରାଜପଥର କେବଳ ମରାମତି କାମ ସରୁ ନ ଥିବା ଦୁର୍ଭାଗ୍ୟ ଜନକ। ଏହି ଅଞ୍ଚଳର ନେତା କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି ବୋଲି କହିବା ସହ ଆଉ ବିଳମ୍ବ ନ କରି ଜାତୀୟ ରାଜପଥ ମରାମତି କାମ ଶୀଘ୍ର ଶେଷ କରିବାକୁ ପାଣ୍ଡିଆନ ବିନମ୍ର ଅନୁରୋଧ କରିଛନ୍ତି।

କଟକ-ସମ୍ବଲପୁର ଜାତୀୟ ରାଜପଥ କାର‌୍ୟ୍ୟରେ ଅହେତୁକ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିବା ସହ ଫାଇଭ ଟି ଅଧ୍ୟକ୍ଷ କହିଛନ୍ତି ଯେ, ଖରାପ ରାସ୍ତା ଯୋଗୁଁ କେନ୍ଦ୍ରମନ୍ତ୍ରୀ ଏବେ କଟକ-ସମ୍ବଲପୁର ଜାତୀୟ ରାଜପଥରେ ନ ଯାଇ ରାଜ୍ୟ ରାଜପଥରେ ଯିବାକୁ ପସନ୍ଦ କରୁଛନ୍ତି। ଦେଶରେ ଏହା ଏକ ମାତ୍ର ଜାତୀୟ ରାଜପଥ, ଯେଉଁଠି କାମ ସବୁଠୁ ଅଧିକ ମନ୍ଥର ଗତିରେ ଚାଲିଛି। ଖରାପ ରାସ୍ତା ଯୋଗୁଁ ପ୍ରତିଦିନ ବହୁତ ଦୁର୍ଘଟଣା ହେଉଛି ଏବଂ ବହୁ ଲୋକ ମୃତ୍ୟୁବରଣ କରୁଛନ୍ତି।

କେବଳ ନିର୍ବାଚନ ସମୟରେ ବଡବଡ କଥା ନ କହି କାମରେ ବିଶ୍ୱାସ କରନ୍ତି ନବୀନ ପଟ୍ଟନାୟକ। ଏହା ବିଜେଡି କି ନବୀନ ପଟ୍ଟନାୟକଙ୍କ ସରକାର ନୁହେଁ। ଏହା ଲୋକଙ୍କ ସରକାର ବୋଲି ସବୁବେଳେ କହିଥାନ୍ତି ନବୀନ ପଟ୍ଟନାୟକ।

ସେଥିପାଇଁ ତାଙ୍କ ନିର୍ଦ୍ଦେଶରେ ଲୋକଙ୍କ ସବୁ ଦରଖାସ୍ତକୁ ଉପଯୁକ୍ତ ସମ୍ମାନ ଦେଇ ସମାଧାନ କରାଯାଉଛି। କିନ୍ତୁ କିଛି ନେତା କେବଳ କଥାରେ ବିଶ୍ୱାସ କରନ୍ତି। ନିର୍ବାଚନ ସମୟରେ ଆସି ବଡ ବଡ କଥା କହି ଚାଲିଯିବେ। ନିର୍ବାଚନ ସରିଲେ ଆଉ ଦେଖା ମିଳିବ ନାହିଁ।

ସେହିଭଳି କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ପ୍ରସଂଗରେ କେନ୍ଦ୍ରମନ୍ତ୍ରୀଙ୍କ ଉଦାସୀନତା ନେଇ ଉଦବେଗ ପ୍ରକାଶ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ପଦ୍ମପୁର ଉପନିର୍ବାଚନ ସମୟରେ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ ପାଇଁ କେନ୍ଦ୍ରମନ୍ତ୍ରୀ ଘୋଷଣା କରିଥିଲେ।

ଏପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ପାଳନ କରି ନ ଥିବା ବେଳେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଉପରୁ ନିଜ ଭାଗର ୮ ପ୍ରତିଶତ ଟିକସ ଛାଡ କରିଛନ୍ତି। ରାଜ୍ୟ ସରକାର ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଭାବେ କେନ୍ଦ୍ରୁପତ୍ର ତୋଳାଳିଙ୍କୁ ବୋନସ ଦେଉଛି।

ଖୁବଶୀଘ୍ର କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ନୂଆ ପ୍ୟାକେଜ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ। କେନ୍ଦୁପତ୍ର ତୋଳାଳିଙ୍କ ଆବେଦନ କ୍ରମେ ସେମାନଙ୍କ ପରିବାର ସଦସ୍ୟଙ୍କ ବିବାହ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ପାଣ୍ଡିଆନ ସୂଚନା ଦେଇଛନ୍ତି। ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିବେ ବୋଲି ପାଣ୍ଡିଆନ କହିଛନ୍ତି।

Kartik Pandian sambalpur କାର୍ତ୍ତିକ ପାଣ୍ଡିଆନ ଭିକେପାଣ୍ଡିଆନ ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବିଧି ପ୍ରତି ସମ୍ମାନ ସମ୍ବିଧାନର ସୁରକ୍ଷା କବଚ: ନ୍ୟାୟମୂର୍ତ୍ତୀ ଦୀକ୍ଷିତ

September 14, 2025

ଏନଆଇଆରଏଫ-୨୦୨୫ ମାନ୍ୟତାରେ ଚତୁର୍ଦ୍ଦଶ ସ୍ଥାନ ହାସଲ କଲା ଭୁବନେଶ୍ବର ଏମ୍ସ

September 14, 2025

ମା ସମଲେଶ୍ବରୀଙ୍କୁ ଦର୍ଶନ କଲେ ରାଜ୍ୟପାଳ

September 14, 2025

ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ ଉଡିବାକୁ ନେଇ ଉଦବେଗ ପ୍ରକାଶ କଲେ ପ୍ରକାଶ ମିଶ୍ର

September 14, 2025
Latest News

ବିଧି ପ୍ରତି ସମ୍ମାନ ସମ୍ବିଧାନର ସୁରକ୍ଷା କବଚ: ନ୍ୟାୟମୂର୍ତ୍ତୀ ଦୀକ୍ଷିତ

September 14, 2025

ଏନଆଇଆରଏଫ-୨୦୨୫ ମାନ୍ୟତାରେ ଚତୁର୍ଦ୍ଦଶ ସ୍ଥାନ ହାସଲ କଲା ଭୁବନେଶ୍ବର ଏମ୍ସ

September 14, 2025

ମା ସମଲେଶ୍ବରୀଙ୍କୁ ଦର୍ଶନ କଲେ ରାଜ୍ୟପାଳ

September 14, 2025

ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ ଉଡିବାକୁ ନେଇ ଉଦବେଗ ପ୍ରକାଶ କଲେ ପ୍ରକାଶ ମିଶ୍ର

September 14, 2025

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖ ରବିବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ, ସାବଧାନ

September 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.