ଆସନ୍ତା ୨୭ରେ ମା’ ସମଲେଇ ପୀଠର ପ୍ରକଳ୍ପକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ: ଖୋର୍ଦ୍ଧାରେ ମନ୍ଦିର କମିଟିକୁ ସ୍ୱାଗତ

Published: Jan 17, 2024, 8:57 pm IST

ଖୋର୍ଦ୍ଧା: ଆସନ୍ତା ୨୭ ତାରିଖ ରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ପୀଠରେ ଚାଲିଥିବା ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ସେହିକ୍ରମରେ ଆଜି ଫକୀର ଚରଣ ମାଝୀ ଜିଲ୍ଲା ସଂସ୍କୃତି ଅଧିକାରୀ, ସମ୍ବଲପୁର ଓ ମା’ ସମଲେଇ ମନ୍ଦିର ସେବାୟତ ମାନଙ୍କୁ ନେଇ ଗଠିତ ହୋଇଥିବା ଟିମ ଆଜି ଖୋରଧା ଜିଲ୍ଲା ଗସ୍ତ କରିଥିଲେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଏହି ଦଳକୁ ସ୍ୱାଗତ କରିଥିଲେ। ଆଜିର ଏହି ସ୍ୱାଗତ କାର୍ଯ୍ୟକ୍ରମଟି ବରୁଣେଇ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା। ଜିଲ୍ଲାର ୫ ଗୋଟି ମନ୍ଦିରକୁ ଏହି ନିମନ୍ତ୍ରଣ ପତ୍ର ଆସିଛି ଯଥା -ବରୁଣେଇ, ଭଗବତୀ, ଉଗ୍ରତାରା, ରାମଚଣ୍ଡୀ ଓ ଲିଙ୍ଗରାଜ ମନ୍ଦିର। ଏହି ମନ୍ଦିରର ସେବାୟତ ଓ ଟ୍ରଷ୍ଟି ମାନେ ଉପସ୍ଥିତ ହୋଇ ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ।

ଏହି ସ୍ୱାଗତ କାର୍ଯ୍ୟକ୍ରମ ରେ ମହିଳା ମାନଙ୍କ ଦ୍ୱାରା ସୁନ୍ଦର ସୁନ୍ଦର ରଙ୍ଗୋଲି ବା ଝୋଟି ଚିତା କରାଯାଇଥିଲା ଓ ସଂକୀର୍ତନ ଦଳ ମାନଙ୍କ ପକ୍ଷରୁ ଆକର୍ଷଣୀୟ ସଂକୀର୍ତନ ପରିବେଷଣ କରାଯାଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କବିରାଜ ପ୍ରଧାନ, ଉପସଭାପତି, ଜିଲ୍ଲା କଳା ସଂସ୍କୃତି ସଂଘ, ଖୋରଧା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Related posts