Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନର ପ୍ରତିଷ୍ଠା ଦିବସ ପାଳିତ
ଆଜିର ଖବର

ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନର ପ୍ରତିଷ୍ଠା ଦିବସ ପାଳିତ

January 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ(SICA)ର ୧୧ତମ ପ୍ରତିଷ୍ଠା ଦିବସରେ ଖଣ୍ଡଗିରିଠାରେ ନବନିର୍ମିତ ଅଫିସ ଗୃହ ତଥା କନଫରେନ୍ସ ଗୃହ ଉଦ୍‌ଘାଟନ କରାଯାଇଛି।

ଏଥିରେ ମୁଖ୍ୟ ଅତିଥି ରୂପେ ନିର୍ଦ୍ଦେଶକ ଖାଉଟି ବ୍ୟାପାର ଏବଂ ଅତିରିକ୍ତ ଶାସନ ସଚିବ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ଶ୍ରୀ ଜ୍ୟୋତି କୁମାର ଲାକ୍ରା, ପରାମର୍ଶଦାତା ପ୍ରଫେସର ଶ୍ରୀ ବିଜନ କୁମାର ମିଶ୍ର ଏବଂ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉପଭୋକ୍ତାମାନଙ୍କ ସଚେତନତା ଓ ବିଭିନ୍ନ ସାମଗ୍ରୀ କ୍ରୟ ସମୟରେ ସମ୍ମୁଖୀନ ହେଉଥିବା ଅସୁବିଧାଗୁଡିକର ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (SICA)ର ପ୍ରତିଷ୍ଠା ୨୦୦୭ ମସିହାରେ ଗ୍ରାହକ ସୁରକ୍ଷା ଅଧିନିୟମ ୧୯୮୬ ଅନ୍ତର୍ଗତ ହୋଇଥିଲା।

ଓଡ଼ିଶା ଏକ ମାତ୍ର ରାଜ୍ୟ ଭାବେ ଗ୍ରାହକମାନଙ୍କ ସଚେତନତା ନିମନ୍ତେ ଏହି ସଂସ୍ଥା ଆରମ୍ଭ କରିଛନ୍ତି ଏବଂ ଏହାକୁ କାର୍ଯ୍ୟକାରୀ ରଖିଛନ୍ତି। ଉତ୍ସବ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ସ୍ୱତନ୍ତ୍ର ସଚିବ ଶ୍ରୀ ଜ୍ୟୋତି କୁମାର ଲାକ୍ରାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମେ ନବନିର୍ମିତ ଅଫିସ ଓ କନଫରେନ୍ସ ଗୃହର ରିବନ ଫିତା କାଟି ଗୃହ ଉଦ୍‌ଘାଟନ କରିଥିଲେ। ଜିଲ୍ଲା ଓ ବ୍ଲକସ୍ତରରେ ଗ୍ରାହକ ସଚେତନତାକୁ ଅଧିକ କ୍ରିୟାଶୀଳ କରିବା ଉପରେ ପ୍ରାଧାନ୍ୟ ଦେବାକୁ ଶ୍ରୀ ଲାକ୍ରା ପରାମର୍ଶ ଦେଇଥିଲେ।

ପ୍ରଫେସର ଶ୍ରୀ ବିଜନ କୁମାର ମିଶ୍ର ସମସ୍ତ ସଦସ୍ୟଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରି ଗ୍ରାହକ ସଚେତନତା ଦିଗରେ ଯୁବବର୍ଗଙ୍କୁ ଅଧିକରୁ ଅଧିକ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ଯଦି କୌଣସି ସମୟରେ ଗ୍ରାହକ କୌଣସି ଠକାମିର ଶିକାର ହେଉଛନ୍ତି ତାହେଲେ ତୁରନ୍ତ ତାହାର ଅଭିଯୋଗ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଏଥି ନିମନ୍ତେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (SICA)ର ୨୪ ଘଣ୍ଟିଆ ଟୋଲ ଫ୍ରି ନମ୍ବରରେ ଫୋନ କରି କିମ୍ବା ୱେବସାଇଟରେ ନିଜର ଅଭିଯୋଗ ଦାଖଲ କରିପାରିବେ ବୋଲି କହିଥିଲେ। ସେହି ଅଭିଯୋଗଗୁଡିକର ତ୍ୱରିତ ସମାଧାନ ମଧ୍ୟ କରାଯାଉଛି। ଏହି ଅବସରରେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (SICA) ପକ୍ଷରୁ ପ୍ରକାଶିତ ହେଉଥିବା ମାସିକିଆ ପତ୍ରିକାର ଡିସେମ୍ବର ସଂସ୍କରଣ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026

ପଞ୍ଜାବରେ ବିଜେପିର ରାଜନୈତିକ ରଣନୀତି, ଗାଁରୁ ବିଧାନସଭା ଆସନ ଯାଏଁ ହେବ ଅଭିଯାନ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.