ଆଜି ଅଯୋଧ୍ୟା ରାମ ମନ୍ଦିରରେ ଘଟିଲା ଏକ ଅଲୌକିକ ଘଟଣା, ଜାଣନ୍ତୁ କଣ

Published: Jan 24, 2024, 1:08 pm IST

Ayodhya Rammandir: ଆଜି ବଡି ଭୋରରୁ ଅଯୋଧ୍ୟା ରାମ ମନ୍ଦିରରେ ଘଟିଛି ଏକ ଅଲୌକିକ ଘଟଣା। ଯାହାକୁ ନେଇ ମନ୍ଦିର ପୂଜକ ଏବଂ ଭକ୍ତଗଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାହା ହେଲା ଆଜି ଭୋରରୁ ଏକ ମାଙ୍କଡ ମନ୍ଦିର ଭିତରେ ପ୍ରବେଶ କରିଥିଲା। ସେ ଗର୍ଭ ଗୃହକୁ ଯାଇ ସେଠାରୁ ଫେରିଥିଲା।

ଏ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ତରଫରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଆଜି ଭୋର ପ୍ରାୟ ୫ ଟା ୫୦ ମିନିଟ ବେଳେ ଏକ ମାଙ୍କଡ଼ ଦକ୍ଷିଣ ଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରି ଗର୍ଭଗୃହ ଭିତରକୁ ପ୍ରବେଶ କଲା। ସେ ରାମଲାଲ ନିକଟରେ ପହଞ୍ଚିଲା। ବାହାରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀମାନେ ଏହା ଦେଖି କଣ କରିବେ କିଛି ବୁଝିପାରି ନ ଥିଲେ। କାରଣ ସେମାନେ ମାଙ୍କଡ଼ ଆଡକୁ ଦୈଡ଼ିଗଲେ ମାଙ୍କଡ଼ଟି ରାମଲାଲା ମୂର୍ତ୍ତିକୁ ତଳେ ପକାଇ ଦେଇପାରେ।

କିନ୍ତୁ ପୋଲିସ ମାଙ୍କଡ ଆଡକୁ ଯିବା ମାତ୍ରେ ମାଙ୍କଡ଼ ଶାନ୍ତ ଭାବରେ ଉତ୍ତର ଦ୍ବାର ଆଡକୁ ଦୈଡି ପଳାଇଥିଲା। ଫାଟକ ବନ୍ଦ ଥିବାରୁ ସେ ପୂର୍ବ ଦିଗକୁ ଯାଇ ବାହାରି ଯାଇଥିଲା। ତେବେ ସେ ଭକ୍ତଙ୍କର କୌଣସି ଅସୁବିଧା ନ କରି ପୂର୍ବ ଫାଟକ ଦେଇ ବାହାରକୁ ଚାଲିଯାଇଥିଲା।

ଏହାକୁ ନେଇ ସୁରକ୍ଷା କର୍ମୀ କହିଛନ୍ତି ଯେ ଆମକୁ ଲାଗିଲା ସତେ ଯେପରି ହନୁମାନ ଜୀ ନିଜେ ରାମଲାଲାଙ୍କୁ ଦେଖିବାକୁ ଆସିଛନ୍ତି।

 

 

Related posts