Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍- ସାମିଲ ହେବେ ୯ ଗ୍ରାଣ୍ଡ ମାଷ୍ଟର ଓ ୨୪ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର
ଆଜିର ଖବର

ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍- ସାମିଲ ହେବେ ୯ ଗ୍ରାଣ୍ଡ ମାଷ୍ଟର ଓ ୨୪ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର

January 25, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜାନୁଆରୀ ୨୮ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ସୋଆ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବରେ ୯ ଜଣ ଗ୍ରାଣ୍ଡ ମାଷ୍ଟର ଓ ୨୪ ଜଣ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ସାମିଲ ହେବେ ବୋଲି ଗୁରୁବାର ଆୟୋଜକମାନେ ସୂଚନା ଦେଇଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସହଯୋଗରେ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଂଟର ମୋଟ ପୁରସ୍କାର ରାଶି ୩୫ ଲକ୍ଷ ଟଙ୍କା ରଖାଯାଇଛି। ଇନ୍‌ଟରନ୍ୟାସ୍‌ନାଲ୍ ଚେସ୍ ଫେଡେରେସନ୍ (ଆଇସିଏଫ୍‌), ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ (ଏଆଇସିଏଫ୍‌), ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ପ୍ରତିଯୋଗିତାକୁ ସହଯୋଗ ମିଳିଥିବା ଏଓସିଏର ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥାଇ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ଏକ ଆନ୍ତର୍ଜାତିକ କ୍ରୀଡ଼ା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସୋଆକୁ ଏକ ଚେସ୍ ହବ୍ ଭାବେ ପରିଗଣିତ କରିବା ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି।

ଜାନୁଆରୀ ୨୮ ରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ୮ ଦିନିଆ ଟୁର୍ଣ୍ଣାମେଂଟରେ ୧୪ ଟି ବିଭିନ୍ନ ଦେଶରୁ ପ୍ରାୟ ୮୦୦ ଚେସ୍ ଖେଳାଳୀ ଭାଗ ନେବେ ବୋଲି ଶ୍ରୀ ମହାପାତ୍ର କହିବା ସହ ଏହି ଆୟୋଜନକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ସୋଆକୁ ଉଚ୍ଚ ପ୍ରଶଂସା କରିଛନ୍ତି।

ଶ୍ରୀ ମହାପାତ୍ର କହିଥିଲେ ଯେ ଖେଳାଳୀମାନଙ୍କୁ ୩ଟି କ୍ୟାଟେଗୋରୀ ଯଥା-‘ଏ’, ‘ବି’ ଏବଂ ‘ସି’ ରେ ବିଭକ୍ତ କରାଯାଇଥିବା ବେଳେ ‘ଏ’ କ୍ୟାଟେଗୋରୀ ପାଇଁ ପୁରସ୍କାର ରାଶି ୨୦ ଲକ୍ଷ ଟଙ୍କା ରଖାଯାଇଛି। ‘ବି’ ଓ ‘ସି’ କ୍ୟାଟେଗୋରୀ ପାଇଁ ସାଢ଼େ ୭ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଧାର୍ଯ୍ୟ କରାଯାଇଛି।

ଡେନ୍‌ମାର୍କ, ଇଣ୍ଡୋନେସିଆ, ବାଂଲାଦେଶ, ଇରାନ୍‌, ଶ୍ରୀଲଙ୍କା, ଭିଏତନାମ, ବେଲାରୁସ, ଇଜିପ୍ଟ, ଫିଲିପାଇନ୍ସ, ଋଷିଆ, କାଜାକସ୍ତାନ, ଜାମ୍ବିଆ, ନେପାଳ ଓ ଆୟୋଜକ ଭାରତର ଉଜ୍ଜଳ ଚେସ ତାରକାମାନେ ଏହି ଟୁର୍ଣ୍ଣାମେଂଟରେ ଭାଗ ନେବେ ବୋଲି ସେ କହିଛନ୍ତି।

ଶ୍ରୀ ମହାପାତ୍ର କହିଥିଲେ ଯେ ବିଭିନ୍ନ ଦେଶରୁ ୪ ଜଣ ଗ୍ରାଣ୍ଡ ମାଷ୍ଟର, ୮ ଜଣ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର, ଜଣେ ମହିଳା ଗ୍ରାଣ୍ଡ ମାଷ୍ଟର ଓ ୩ ଜଣ ଇନଟରନ୍ୟାସ୍‌ନାଲ୍ ମାଷ୍ଟର ଏହି ଟୁର୍ଣ୍ଣାମେଂଟରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଭାରତରୁ ୫ ଜଣ ଗ୍ରାଣ୍ଡ ମାଷ୍ଟର, ୧୬ ଜଣ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଓ ୬ ଜଣ ମହିଳା ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଏଥିରେ ସାମିଲ ହୋଇଛନ୍ତି।

ଏହି ଟୁର୍ଣ୍ଣାମେଂଟର ୩ ଜଣ ଟପସିଡ ଖେଳାଳୀ ହେଲେ ଭାରତୀୟ ଗ୍ରାଣ୍ଡ ମାଷ୍ଟର ଦୀପ୍ତାୟନ୍ ଘୋଷ (୨୫୬୮ ଇଏଲ୍‌ଓ ପଏଂଟ୍ସ), ଇଣ୍ଡିଆନ୍ ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଆରୋଣ୍ୟକ୍ ଘୋଷ (୨୫୪୧ ଇଏଲ୍‌ଓ ପଏଂଟ୍ସ) ଏବଂ ଇଜିପ୍ଟର ଗ୍ରାଣ୍ଡ ମାଷ୍ଟର ଫଜି ଅଧମ୍ (୨୫୨୨ ଇଏଲ୍‌ଓ ପଏଂଟ୍ସ)।

ସେହିପରି ଏହି ଟୁର୍ଣ୍ଣାମେଂଟରେ ସାମିଲ ହୋଇଥିବା ୩ ଜଣ ଟପ୍‌ସିଡ ମହିଳା ଖେଳାଳୀ ହେଲେ ଫିଲିପାଇନ୍ସର ୱିମେନ୍ ଗ୍ରାଣ୍ଡ ମାଷ୍ଟର ଫ୍ରେନା ଜେ. ମେ (୨୧୯୭ ଇଏଲ୍‌ଓ ପଏଂଟ୍ସ), ଭାରତର ମହିଳା ଇନ୍‌ଟରନ୍ୟାସ୍‌ନାଲ୍ ମାଷ୍ଟର ଅର୍ପିତା ମୁଖାର୍ଜୀ (୨୧୮୬ ଇଏଲ୍‌ଓ ପଏଂଟ୍ସ) ଏବଂ ଡେନ୍‌ମାର୍କର ୱିମେନ୍ ଫାଇଡ୍ ମାଷ୍ଟର ନିଲସେନ୍ ଇ. ଫେଡେରିକା (୨୧୮୪ ଇଏଲ୍‌ଓ ପଏଂଟ୍ସ)।

ଏହି ଟୁର୍ଣ୍ଣାମେଂଟଟି ସର୍ବଶେଷ ଫାଇଡ୍ ରୁଲ୍ସ ଅଫ୍ ଚେସ୍ ଏବଂ ଫାଇଡ୍ ସୁଇଜ୍ ସିଷ୍ଟମ୍ ଦ୍ୱାରା ପରିଚାଳିତ ହେବାକୁ ଥିବା ବେଳେ କ୍ୟାଟେଗୋରୀ ‘ଏ’ ଏବଂ ‘ବି’ ରେ ୧୦ ରାଉଣ୍ଡ ଏବଂ କ୍ୟାଟେଗୋରୀ ‘ସି’ରେ ୯ ରାଉଣ୍ଡ ଖେଳାଯିବ। ଯେଉଁ ଖେଳାଳୀମାନେ ୨୦୨୩-୨୪ ଆର୍ଥିକ ବର୍ଷରେ ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ (ଏଆଇସିଏଫ୍‌) ଦ୍ୱାରା ପଞ୍ଜୀକୃତ ହୋଇଥିବେ ଏବଂ ଯେଉଁମାନଙ୍କର ଇଏଲ୍‌ଓ ରେଟିଂ ୧୯୦୦ କିମ୍ବା ତା’ଠାରୁ ଅଧିକ ଥିବ ସେହିମାନେ ହିଁ ଏହି ଟୁର୍ଣ୍ଣାମେଂଟରେ ଭାଗ ନେଇପାରିବେ। ସେହିପରି ବିଦେଶୀ ଖେଳାଳୀମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଏକ ଉପଯୁକ୍ତ ଫାଇଡ୍ ଆଇଡିର ଆବଶ୍ୟକତା ପଡ଼ିବ ବୋଲି ଏଓସିଏର ସମ୍ପାଦକ ଶ୍ରୀ ଦେବବ୍ରତ ଭଟ୍ଟ କହିଛନ୍ତି। ଟୁର୍ଣ୍ଣାମେଂଟଟି ଫେବୃଆରୀ ୪ ତାରିଖ ଦିନ ପୁରସ୍କାର ବିତରଣ ସହ ଉଦ୍‌ଯାପିତ ହେବ।

ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏଓସିଏର କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ମିଶ୍ର, ଫରେନ୍ ଲିଆସନିଂ ଅଫିସର ମୁକ୍ତିକାନ୍ତ ମହାପାତ୍ର ଏବଂ ଇନ୍‌ଟରନ୍ୟାସନାଲ ଡେପୁଟି ଆର୍ବିଟର ତପନ ମହାନ୍ତି ଉପସ୍ଥିତ ଥିଲେ।

Chess soa
Share. Facebook Twitter LinkedIn Email WhatsApp Copy Link

Related Posts

ଅକ୍ଟୋବର ୨ ରୁ ୩୧ ପର୍ଯ୍ୟନ୍ତ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ ୫.୦

October 1, 2025

ବିନା ଯୁଦ୍ଧରେ ମଧ୍ୟ ଶତ୍ରୁକୁ କରିହେବ ପରାସ୍ତ: ଅନୁସରଣ କରନ୍ତୁ ଚାଣକ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ କଥା

October 1, 2025

ଆଜି ଅକ୍ଟୋବର ୧ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 1, 2025

“ବଙ୍ଗଳା ଆମର ସଂସ୍କୃତି, ଆରବ ନୁହେଁ”: ତସଲିମାଙ୍କ ବୟାନ ଉପରେ ଜାଭେଦ ଅଖତରଙ୍କ ପ୍ରତିକ୍ରିୟା

September 30, 2025
Latest News

ଅକ୍ଟୋବର ୨ ରୁ ୩୧ ପର୍ଯ୍ୟନ୍ତ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ ୫.୦

October 1, 2025

ବିନା ଯୁଦ୍ଧରେ ମଧ୍ୟ ଶତ୍ରୁକୁ କରିହେବ ପରାସ୍ତ: ଅନୁସରଣ କରନ୍ତୁ ଚାଣକ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ କଥା

October 1, 2025

ବିହାର ନିର୍ବାଚନ ଘୋଷଣା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି: ରାଜ୍ୟ ପୋଲିସ ଅଧିକାରୀଙ୍କ ସହ ନିର୍ବାଚନ କମିଶନଙ୍କ ବୈଠକ

October 1, 2025

ଆଜିଠାରୁ ପରିବର୍ତ୍ତନ ହେବ ଅନେକ ପ୍ରମୁଖ ନିୟମ: ଜାଣନ୍ତୁ ଆପଣଙ୍କ ଉପରେ କିପରି ପଡିବ ପ୍ରଭାବ?

October 1, 2025

ଆଜି ଅକ୍ଟୋବର ୧ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.