ଆରଏସଏସ ନେତା ରଞ୍ଜିତ ଶ୍ରୀନିବାସଙ୍କ ହତ୍ୟା ମାମଲା: ୧୫ ପିଏଫଆଇ କାର୍ଯ୍ୟକର୍ତ୍ତାଙ୍କୁ ମୃତ୍ୟୁଦଣ୍ଡ

Published: Jan 30, 2024, 12:20 pm IST

ନୂଆଦିଲ୍ଲୀ: ଆରଏସଏସ ନେତା ରଞ୍ଜିତ ଶ୍ରୀନିବାସଙ୍କ ହତ୍ୟା ମାମଲାରେ କେରଳର ଏକ ସ୍ଥାନୀୟ କୋର୍ଟ ୧୫ ଜଣ ପିଏଫଆଇ କାର୍ଯ୍ୟକର୍ତ୍ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ସମସ୍ତ ଅଭିଯୁକ୍ତ ଆରଏସଏସ ନେତାଙ୍କ ହତ୍ୟା ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଡିସେମ୍ବର ୧୯ ତାରିଖ ୨୦୨୧ରେ ରଞ୍ଜିତଙ୍କୁ ଆଲାପୁଜାସ୍ଥିତ ତାଙ୍କ ଘରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ନିଷିଦ୍ଧ ସଂଗଠନ PFI ର ସଦସ୍ୟ ଥିଲେ।

ମଙ୍ଗଳବାର ଦିନ ରଞ୍ଜିତ ଶ୍ରୀନିବାସଙ୍କ ହତ୍ୟା ମାମଲାରେ ମାଭେଲିକ୍କାରା ଅତିରିକ୍ତ ଜିଲ୍ଲା ସେଶନ କୋର୍ଟ ସମସ୍ତ ୧୫ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ହତ୍ୟାରେ ସିଧାସଳଖ ୮ ଅଭିଯୁକ୍ତ ସମ୍ପୃକ୍ତ ଥିବା କୋର୍ଟ କହିଛନ୍ତି। ଏହି ୮ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୨ (ହତ୍ୟା), ୧୪୯, ୪୪୯, ୫୦୬ ଏବଂ ୩୪୧ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ହତ୍ୟାକାଣ୍ଡ ସମୟରେ ଦୋଷୀ ସାବ୍ୟସ୍ତ ହୋଇଥିବା ୯ ଜଣ ଅଭିଯୁକ୍ତ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ରଞ୍ଜିତ ସିଂଙ୍କ ଘର ବାହାରେ ଜଗି ରହିଥିଲେ। କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Related posts