Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁରିଆ ପ୍ରସ୍ତୁତି ପାଇଁ ଘରୋଇ ଗ୍ୟାସ୍ ଯୋଗାଣ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦିତ
ଆଜିର ଖବର

ୟୁରିଆ ପ୍ରସ୍ତୁତି ପାଇଁ ଘରୋଇ ଗ୍ୟାସ୍ ଯୋଗାଣ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦିତ

February 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାସାୟନିକ ସାର (ୟୁରିଆ) ପ୍ରସ୍ତୁତି ପାଇଁ ଘରୋଇ ଗ୍ୟାସ୍ ଯୋଗାଣ ସଂକ୍ରାନ୍ତ ମାର୍କେଟିଂ ମାର୍ଜିନ (ବିପଣନ ଲାଭ)କୁ ପିଛିଲା ଭାବେ ଅନୁମୋଦନ କରାଯାଇଛି । ଏହା ଫଳରେ ୟୁରିଆ ଉତ୍ପାଦନ ପାଇଁ ସାର କାରଖାନାକୁ ମେ ପହିଲା ୨୦୦୯ରୁ ୨୦୧୫ ନଭେମ୍ବର ୧୭ ତାରିଖ ମଧ୍ୟରେ ଯୋଗାଇ ଦିଆଯାଇଥିବା ଘରୋଇ ଗ୍ୟାସ ଉପରେ ସମ୍ପୃକ୍ତ ଗ୍ୟାସ ଯୋଗାଣକାରୀ କମ୍ପାନୀଙ୍କୁ ବିପଣନଗତ ଲାଭ ମିଳିବ । ଏହି ଅନୁମୋଦନ ଢାଞ୍ଚାଗତ ସଂସ୍କାରର ଏକ ଅଂଶ ବିଶେଷ । ଗ୍ୟାସ ବିପଣନ କରୁଥିବା କମ୍ପାନୀମାନେ ଗ୍ୟାସର ପ୍ରକୃତ ମୂଲ୍ୟଠାରୁ ଅଧିକ ଦାମ୍‌ରେ ତାହା ଖାଉଟି ବା ଉପଭୋକ୍ତାଙ୍କୁ ଯୋଗାଇଥାନ୍ତି । ପରିବହନ ଓ ଆବଣ୍ଟନ ଜନିତ ଖର୍ଚ୍ଚକୁ ଭରଣା କରି ତା’ ଉପରେ ସେମାନେ ଉପଯୁକ୍ତ ଲାଭ ରଖିଥାନ୍ତି । ସେ ଦୃଷ୍ଟିରୁ ୟୁରିଆ କାରଖାନା ଗୁଡିକ ସମ୍ପୃକ୍ତ ଗ୍ୟାସ ଯୋଗାଣକାରୀଙ୍କୁ ଏହି ସମୟ ପାଇଁ ବର୍ଦ୍ଧିତ ମୂଲ୍ୟ ଦେବେ ।

ଦେଶର ୟୁରିଆ ପ୍ରସ୍ତୁତକାରୀ ସାର କମ୍ପାନୀମାନେ ଦେଶୀ ଗ୍ୟାସ ବିନିଯୋଗ କରିଥାନ୍ତି । ସେମାନେ କେଉଁ ଦରରେ ଗ୍ୟାସ ବିପଣନକାରୀ କମ୍ପାନୀଙ୍କ ଠାରୁ କିଣିବେ ତାହା ସରକାର ଧାର୍ଯ୍ୟ କରିଥାନ୍ତି । ଏଲ୍‌ପିଜି ଉତ୍ପାଦନକାରୀଙ୍କୁ ମଧ୍ୟ ଗ୍ୟାସ ଯୋଗାଣବେଳେ ସମାନନୀତି ଅବଲମ୍ବନ କରାଯାଇଥାଏ । ୨୦୦୯ ମେ ପହିଲାରୁ ୨୦୧୫ ନଭେମ୍ବର ୧୭ ତାରିଖ ଯାଏ ଏହି ମାର୍କେଟିଂ ମାର୍ଜିନ ବା ଲାଭଜନକ ଯୋଗାଣ ମୂଲ୍ୟ ଗ୍ୟାସ ଯୋଗାଣକାରୀଙ୍କ ପାଇଁ କ୍ୟାବିନେଟରେ ଅନୁମୋଦନ ପାଇ ନ ଥିଲା ।

ଏବେ କ୍ୟାବିନେଟରେ ଏହା ଅନୁମୋଦିତ ହୋଇଥିବାରୁ ସମ୍ପୃକ୍ତ ୟୁରିଆ ଉତ୍ପାଦନକାରୀ କମ୍ପାନୀମାନେ ଗ୍ୟାସ କ୍ରୟ ବାବଦ ଅତିରିକ୍ତ ଖର୍ଚ୍ଚ ପାଇଁ ଆବଶ୍ୟକ ପୁଞ୍ଜି ପାଇବେ । ସେମାନଙ୍କୁ ନୂଆ ହାରରେ ଏହି ଅର୍ଥ ସମ୍ପୃକ୍ତ ଗ୍ୟାସ ଯୋଗାଣକାରୀଙ୍କୁ ଦେବାକୁ ପଡିବ । ସୂଚନାଯୋଗ୍ୟ ଯେ ୨୦୧୫ ନଭେମ୍ବର ୧୮ ଠାରୁ ନୂଆ ମୂଲ୍ୟରେ ଘରୋଇ ଗ୍ୟାସ କିଣିବାକୁ ୟୁରିଆ ଗୁଡିକୁ ଅନୁମତି ମିଳିଛି ଏବଂ ତାହା ଏବେ ମଧ୍ୟ ବଳବତ୍ତର ଅଛି ।

ଏହି ଅନୁମୋଦନ ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ନୀତିକୁ ପ୍ରୋତ୍ସାହିତ କରିବ ଏବଂ ପୁଞ୍ଜିନିବେଶ ବଢାଇବାକୁ ଅଧିକ ଆଗ୍ରହ ନିବେଶକଙ୍କ ମଧ୍ୟରେ ସୃଷ୍ଟି କରିବ । ଏହି କ୍ଷେତ୍ରରେ ପୁଞ୍ଜିନିବେଶ ବଢିଲେ ଭାରତ ୟୁରିଆ ଭଳି ଗୁରୁ୍‌ତ୍ୱପୂର୍ଣ୍ଣ ସାର ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିବ । ଏହାଛଡା ଗ୍ୟାସ ଭିତ୍ତିଭୂମିରେ ଭବିଷ୍ୟତର ପୁଞ୍ଜିନିବେଶକୁ ଏହା ପ୍ରୋତ୍ସାହନ ଯୋଗାଇବ ।

cabinet narendra modi
Share. Facebook Twitter LinkedIn Email WhatsApp Copy Link

Related Posts

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

February 4, 2026

ଅପରେସନ ଅନ୍ଵେଷଣ-୨: ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଓଡ଼ିଶା ପୋଲିସ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026
Latest News

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

February 4, 2026

ଅପରେସନ ଅନ୍ଵେଷଣ-୨: ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଓଡ଼ିଶା ପୋଲିସ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026

ଦୁବାଇରେ ଓଡ଼ିଆ ଯୁବକ ନିଖୋଜ, ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.