ଭି ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ତାଙ୍କ ସଂପର୍କରେ କହିଲେ ଏପରି କଥା

Published: Feb 10, 2024, 11:54 am IST

ଭୁବନେଶ୍ବର: ରାଣୀ ଭି ସୁଜ୍ଞାନ କୁମାରୀ ଦେବୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଏକ ବାର୍ତ୍ତାରେ କହିଛନ୍ତି ଯେ, ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ଭାବେ ଦଳକୁ ସଙ୍ଗଠିତ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି।

ସେ ଆହୁରି କହିଛନ୍ତି ଯେ, ଖଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୦ଥର ବିଧାୟିକା ଭାବେ ପ୍ରତିନିଧିତ୍ୱ କରି ଜନସେବାରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

ମୁଖ୍ୟମନ୍ତ୍ରୀ ତାଙ୍କର ସ୍ବାସ୍ଥ ଅବସ୍ଥା ବୁଝିବା ପାଇଁ ଗତକାଲି ସଂଧ୍ୟାରେ ଚେନ୍ନାଇ ଗସ୍ତ କରିଥିଲେ। ରାତିରେ ସେ ଡାକ୍ତରଖାନା ଯାଇ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖିଥିଲେ। ମୁଖ୍ୟମନ୍ତ୍ରୀ ଏହି ଶୋକବାର୍ତ୍ତା ଦେବା ସହିତ ତାଙ୍କୁ ସୁଜ୍ଞାନ ଦେଓ ବିଧାନସଭାରେ ବିଧାୟକ ଭାବେ ଶପଥପାଠ କରାଉଥିବାର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

Related posts