Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାସ ରଚନାକାରୀ ଭଗବାନ ଶ୍ରୀକୃଷ୍ଣ ବାଳ ବ୍ରହ୍ମଚାରୀ!, ଏଭଳି ପ୍ରଶ୍ନର ଉତ୍ତର ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଆଜିର ଖବର

ରାସ ରଚନାକାରୀ ଭଗବାନ ଶ୍ରୀକୃଷ୍ଣ ବାଳ ବ୍ରହ୍ମଚାରୀ!, ଏଭଳି ପ୍ରଶ୍ନର ଉତ୍ତର ଜାଣିଲେ ହେବେ ଆଶ୍ଚର୍ଯ୍ୟ

February 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଥରେ ଗୋକୁଳର ସମସ୍ତ ଗୋପୀମାନେ ନିଶ୍ଚୟ କଲେ ଯେ, ଶ୍ରୀକୃଷ୍ଣଙ୍କୁ ନିଜ ଦ୍ଵାରା ରଚିତ ଉତ୍ତମୋତ୍ତମ ରୋଷେଇ ପ୍ରେମପୂର୍ବକ ନିଜ ହାତରେ ଖୁଆଇବେ। ସମସ୍ତେ ବିବିଧ ପ୍ରକାର ସୁସ୍ଵାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଯମୁନା ନଦୀ ତଟରେ ଶ୍ରୀକୃଷ୍ଣଙ୍କ ପାଖରେ ପହଞ୍ଚିଲେ ଓ ପ୍ରାର୍ଥନା କଲେ, “ ହେ ନନ୍ଦଲାଲ! ଆମ ଦ୍ଵାରା ପସ୍ତୁତ ଏହି ସ୍ଵାଦିଷ୍ଟ ଭୋଜନ ଆସ୍ଵାଦନ କରି ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତୁ।

ଶ୍ରୀକୃଷ୍ଣ କହିଲେ, “ ପ୍ରିୟ ଗୋପୀଗଣ! ମୁଁ ଏହି ସାଙ୍ଗେ ସଙ୍ଗେ ପିତାଙ୍କ ସହ ଭୋଜନ କରି ଆସିଛି। ପେଟରେ ମୋର ତିଳେ ମାତ୍ର ଜାଗା ନାହିଁ। ତଥାପି ତୁମେ ଯଦି ମୋତେ ସନ୍ତୁଷ୍ଟ କରିବାକୁ ଚାହୁଁଥାଅ, ତେବେ ଏ ଭୋଜନ କୌଣସି ସାଧୁ ସନ୍ନ୍ୟାସୀଙ୍କୁ ଅର୍ପଣ କର।

ପ୍ରେମମୟୀ ଗୋପୀମାନେ ପ୍ରିୟତମଙ୍କର ଆଦେଶକୁ ଅବା ଅବମାନନା କରିବେ କିପରି? ସେମାନେ ଜିଜ୍ଞାସା କଲେ ଆମେ କାହାକୁ ଅର୍ପଣ କରିବୁ? ଶ୍ରୀକୃଷ୍ଣ କହିଲେ ଯମୁନାର ଅପର ତଟରେ ଦୁର୍ବାସା ମୁନିଙ୍କ ଆଶ୍ରମ। ସେଠାରେ ତୁମେ ଯାଇ ତାଙ୍କୁ ଏ ବ୍ୟଞ୍ଜନ ଅର୍ପଣ କର।

ଗୋପୀମାନେ କହିଲେ, “ଠିକ ଅଛି। ହେଲେ ଆମେ ଯମୁନାର ପ୍ରବାହକୁ ଅତିକ୍ରମ କରିବୁ କିପରି?

ଶ୍ରୀକୃଷ୍ଣ କହିଲେ, “ତୁମେ ଯମୁନାର ଜଳକୁ ସ୍ପର୍ଶ ନକରି ଯମୁନାକୁ ଅତିକ୍ରମ କରିପାରିବ। ତୁମେ କେବଳ କହିବ, ହେ ଯମୁନା ମାତେ! ଯଦି ଶ୍ରୀକୃଷ୍ଣ ବାଳ ବ୍ରହ୍ମଚାରି ଅଟନ୍ତି, ତେବେ ତୁମେ ଆମକୁ ରାସ୍ତା ଦିଅ।

ଗୋପୀମାନେ ହସିଲେ। ତଥାପି ସେମାନେ ଯମୁନା ମାତାଙ୍କୁ ଏକଥା କହିବାରୁ ଯମୁନା ରାସ୍ତା ଦେଲେ। ଷୋଳ ସହସ୍ର ଗୋପୀଙ୍କର ଷୋଳ ସହସ୍ର ଥାଳ ଦୁର୍ବାସା ମୁନିଙ୍କ ଆଗରେ ଥୁଆହେଲା। ଗୋପୀମାନେ ଭୋଜନ ପାଇଁ ଦୁର୍ବାସାଙ୍କୁ ଅନୁରୋଧ କଲେ।

ଦୁର୍ବାସା ମୁନି କହିଲେ, “ସମସ୍ତ ଥାଳକୁ ମୋ ପାଟି ଭିତରେ ଢାଳିଦିଅ। ଷୋଳ ସହସ୍ର ଥାଳ ମୁଖ ଗହ୍ଵରରେ ପ୍ରବେଶ କଲା। ତା’ପରେ ମୁନି ଦୁର୍ବାସା ସେମାନଙ୍କୁ ଆଶୀର୍ବାଦ କଲେ।

ଗୋପୀମାନେ ଚିନ୍ତିତ ଥିବାର ଦେଖି ମୁନି କହିଲେ, “ତୁମେ କଣ ଚିନ୍ତା କରୁଛ? ଗୋପୀମାନେ କହିଲେ, “ ଆମେ ଯମୁନା ପାର ହେବୁ କେମିତି?

ମୁନି କହିଲେ, “ତୁମେ ଯମୁନାକୁ କୁହ, ହେ ମାତେ! ଯଦି ମୁନି ଦୁର୍ବାସା ସଦା ସର୍ବଦା ନିରାହାରୀ, ତେବେ ଆମକୁ ରାସ୍ତା ଦିଅ।

ଗୋପୀମାନେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ରାସ ରଚନାକାରୀ ଶ୍ରୀକୃଷ୍ଣ ବାଳ ବ୍ରହ୍ମଚାରୀ ହେଲେ କିପରି? ଓ ହଜାର ହଜାର ଥାଳରେ ବ୍ୟଞ୍ଜନ ଗ୍ରାସ କରିଥିବା ଦୁର୍ବାସା ନିରାହାରୀ ହେଲେ କିପରି?

ଦୁର୍ବାସା କହିଲେ, “ଯେ ଇଚ୍ଛା ରହିତ ହୋଇ ଇଚ୍ଛାର ଅଭାବ ସହିତ ସାଂସାରିକ ଭୋଗ ଗ୍ରହଣ କରେ, ସେ ହେଉଛି ବ୍ରହ୍ମଚାରୀ ଓ ନିରାହାରୀ। ରାସରେ କୌଣସି ମୈଥୁନ କ୍ରିୟା ନଥିଲା କିମ୍ବା ମୁଁ ଭୋଜନରେ ସ୍ଵାଦକୁ ଅନୁଭବ କରିନଥିଲି। ତେଣୁ ଏହା ଭୋଗ ରହିତ ଥିଲା। ଗୋପୀମାନଙ୍କର ଶଙ୍କା ଦୂର ହେଲା ଏବଂ ସେମାନେ ଫେରିଆସିଲେ।

ଗୋକୁଳ ବାଳ ବ୍ରହ୍ମଚାରୀ ଭଗବାନ ଶ୍ରୀକୃଷ୍ଣ ରାସ ରଚନାକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

୧୯ରେ ବଙ୍ଗୋପସାଗରରେ ଲଘୁଚାପ: ବାତ୍ୟା ଗୁଜବରୁ ଦୂରେଇ ରହିବାକୁ IMDର ପରାମର୍ଶ

September 17, 2026

ଉଦ୍ଧାର ଓରାଙ୍ଗଉଟାନ ଛୁଆ ମଧ୍ୟରୁ ୩ ଜଣ ରକ୍ତହୀନତାରେ ପୀଡ଼ିତ, ଚିକିତ୍ସା ଜାରି

September 17, 2026

ଜମ୍ମୁ କାଶ୍ମୀରରେ ସେନା ଏବଂ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ଦୁଇ ଆତଙ୍କବାଦୀ ନିହତ

September 17, 2026

ଭରତପୁର-ଚନ୍ଦକା ରାସ୍ତାରେ ଦନ୍ତା ଆତଙ୍କ, ଆହତ ହାତୀକୁ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ

September 17, 2026
Latest News

ବାଣପୁର: ଶ୍ରୀନିବାସପୁର ଶାସନରେ ପରିବେଷଣ ହେଲା “ଗଣେଶ ଗୀତିନାଟ୍ୟ”

September 17, 2026

୧୯ରେ ବଙ୍ଗୋପସାଗରରେ ଲଘୁଚାପ: ବାତ୍ୟା ଗୁଜବରୁ ଦୂରେଇ ରହିବାକୁ IMDର ପରାମର୍ଶ

September 17, 2026

ଉଦ୍ଧାର ଓରାଙ୍ଗଉଟାନ ଛୁଆ ମଧ୍ୟରୁ ୩ ଜଣ ରକ୍ତହୀନତାରେ ପୀଡ଼ିତ, ଚିକିତ୍ସା ଜାରି

September 17, 2026

ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ, ଭୁବନେଶ୍ବରେ ମେଗା-ରକ୍ତଦାନ ଶିବିର

September 17, 2026

ଜମ୍ମୁ କାଶ୍ମୀରରେ ସେନା ଏବଂ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ଦୁଇ ଆତଙ୍କବାଦୀ ନିହତ

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.