Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ଜିଲ୍ଲା ସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ: ପୁରସ୍କୃତ ହେଲେ ୨୨୦୧ ଛାତ୍ରଛାତ୍ରୀ
ଆଜିର ଖବର

କଳାହାଣ୍ଡି ଜିଲ୍ଲା ସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ: ପୁରସ୍କୃତ ହେଲେ ୨୨୦୧ ଛାତ୍ରଛାତ୍ରୀ

February 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଶିକ୍ଷା ବିଭାଗ ତରଫରୁ ଅନେକ ସମୟରେ ଅଭିନବ ଯୋଜନା ସବୁ ପ୍ରଣୟନ ହେଉଛି। ସେହି କ୍ରମରେ ଶିକ୍ଷାୟତନର ବିବିଧ ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାସହ ସମ୍ପୃକ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏସଏମସି, ଆଲୁମିନି କମିଟି ଓ ଗ୍ରାମପଞ୍ଚାୟତମାନଙ୍କୁ ଶିକ୍ଷାର ବିକାଶ ଦିଗରେ ଉତ୍ସାହିତ କରିବା ପାଇଁ ପ୍ରଚଳିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଏକ ଅଭିନବ ପ୍ରୟାସ ବୋଲି କଳାହାଣ୍ଡି ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଡିଆଇଇଟି ପଡ଼ିଆରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି।

ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନିହାରେନ୍ଦ୍ର ପଣ୍ଡା, ଡିଆଇଇଟି ଅଧ୍ୟକ୍ଷା ଡ.ସ୍ନେହପ୍ରଭା ମହାପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା ଅତିଥି ଭାବେ ଯୋଗଦେଇ କୃତି ପ୍ରତିଭା ଓ ଅନୁଷ୍ଠାନମାନଙ୍କୁ ପୁରସ୍କୃତ କରିଥିଲେ।

ଏହି ଅବସରରେ ୧୧୭ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ସ୍ତରୀୟ ଏକାଡେମିକ ପୁରସ୍କାର (₹୧୧,୭୦,୦୦୦), ୧୩୩୪ ଜଣ ଛାତ୍ରଛାତ୍ରୀଙ୍କୁ ବ୍ଲକ ସ୍ତରୀୟ ଏକାଡେମିକ ପୁରସ୍କାର (₹୬୬,୭୦,୦୦୦), ୬୧୪ ଜଣଙ୍କୁ ଛାତ୍ର ଲିଡରସିପ ପୁରସ୍କାର (₹୧୮,୪୨,୦୦୦), ୧୨ଟି ବ୍ଲକ ଆଲୁମିନି କମିଟି ପୁରସ୍କାର (₹୩,୬୦,୦୦୦), ୭ଟି ମାଧ୍ୟମିକ ପ୍ରଧାନଶିକ୍ଷକ ପୁରସ୍କାର (୨,୧୦,୦୦୦), ୩୯ଟି ଲେଖାଏଁ ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟ ପୁରସ୍କାର (₹୧,୧୭,୦୦,୦୦୦ ଓ (୩୯,୦୦,୦୦୦), ୧୩ଟି ଲେଖାଏଁ ବ୍ଲକ ସ୍ତରୀୟ ଗ୍ରାମପଞ୍ଚାୟତ ପୁରସ୍କାର (₹୧୩,୦୦,୦୦୦), ଏସଏମସି ପୁରସ୍କାର (₹୩,୯୦,୦୦୦) ଓ ପ୍ରାଥମିକ ଶିକ୍ଷକ ପୁରସ୍କାର ପ୍ରଦାନ (₹୩,୨୫,୦୦୦) ପ୍ରଦାନ କରାଯାଇଥିଲା। ଜିଲ୍ଲାର ୧୩ଟି ବ୍ଲକରୁ ସମୁଦାୟ ୨୨୦୧ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଏସଏମସି, ଆଲୁମିନି କମିଟି ଓ ଗ୍ରାମପଞ୍ଚାୟତ ପ୍ରତିନିଧି ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ।

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସର୍ବେଶ୍ୱର ଭୋଇ, ଜଗନ୍ନାଥ ତ୍ରିପାଠୀ, ସଂଗୀତା ରାଉତ ଓ ଯଦୁ ନାଏକ ସଂଗୀତ ପରିବେଷଣ କରିଥିବା ବେଳେ ଡିଆଇଇଟିର ଗୁରୁଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଡିଲେଶ୍ବର ରଣା, ଶ୍ରୁତି ସିଲଭା ପଣ୍ଡା ଓ ବିରଞ୍ଚି ନାରାୟଣ ମୁଣ୍ଡ। ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମୋ ସ୍କୁଲ ସଂଯୋଜକ ପ୍ରଶାନ୍ତ ନନ୍ଦ ଓ ଶଗଡ଼ା ହାଇସ୍କୁଲ ପ୍ରଧାନଶିକ୍ଷକ ସୁକାନ୍ତ ସାହୁ। ଏଥିରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ଜିଲ୍ଲାର ସମସ୍ତ ବିଇଓ, ଏବିଇଓ, ଡିଆଇଇଟି ଓ ଆୟୋଜକ କମିଟିର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ଗୁଣାତ୍ମକ ଶିକ୍ଷା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.